ପୁରୀ ଉପକୂଳରେ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ କମୁଛି

ପୁରୀ ଅଫିସ,୨୩ା୭: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ଅନିୟମିତତା ଦ୍ୱାରା ବହୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ବିଶେଷକରି ଏହାଦ୍ୱାରା ପୁରୀ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି। ଅନିୟମିତ ପାଣିପାଗ ଯୋଗୁ ଅଧିକାଂଶ ଅଣ୍ଡା କାଞ୍ଜିଆ ହୋଇଯାଉଥିବାରୁ ଛୁଆ ଫୁଟିବା ସଂଖ୍ୟା ବି କମିବାରେ ଲାଗିଛି। ଏଥିସହିତ ବେଆଇନ ଟ୍ରଲର ଚଳାଚଳ ଯୋଗୁ ମଧ୍ୟ ପ୍ରତିବର୍ଷ ବହୁ ସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି। ଗତ ୪ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ବାରି ହୋଇଯାଉଛି।
ସାଧାରଣଭାବେ ପ୍ରତିବର୍ଷ ନଭେମ୍ବର ମାସରେ ବହୁ ସଂଖ୍ୟାରେ ଅଲିଭ ରିଡ୍‌ଲେ ଓଡ଼ିଶା ଉପକୂଳକୁ ଆସିବା ଆରମ୍ଭ କରିଥାନ୍ତି। କୂଳରୁ ୫ରୁ ୧୦କିମି ମଧ୍ୟରେ ଏମାନେ ସମବେତ ହୁଅନ୍ତି ଓ ସେଠାରେ ତାଙ୍କର ମିଳନ ହୁଏ। ଓଡ଼ିଶାର ଗହୀରମଥା ପରେ ପୁରୀ ଜିଲା ଉପକୂଳକୁ ସେମାନେ ସାଧାରଣଭାବେ ଆସିଥାନ୍ତି। ଡିସେମ୍ବରରେ ହଜାର ହଜାର ସଂଖ୍ୟାରେ ଅଲ୍‌ିଭରିଡ୍‌ଲେ ପୁରୀ ଜିଲାର ବାଲି ହରଚଣ୍ଡୀଠାରୁ ଦେବୀ ମୁହାଣ ଇଲାକାକୁ ଆସିଥାନ୍ତି। କିନ୍ତୁ କୋଣାର୍କଠାରୁ ଦେବିନାସୀ ବେଳାଭୂମିରେ ଏମାନେ ଅଣ୍ଡା ଦେଇଥାନ୍ତି। ଗହୀରମଥା ଓ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିରେ ଅଲିଭରିଡ୍‌ଲେ ସାମୂହିକ ଭାବେ ଅଣ୍ଡା ଦେଉଥିବାବେଳେ ପୁରୀ ଜିଲା ଉପକୂଳ ବେଳାଭୂମିରେ ଏମାନେ ସ୍ଥାନେ ସ୍ଥାନେ ଅଣ୍ଡା ଦେଇଥାନ୍ତି। ଜାନୁୟାରୀ ଶେଷ ଆଡ଼କୁ ମାଈ କଇଁଛ କୂଳମୁହଁା ହୋଇଥାନ୍ତି। ଅଣ୍ଡିରା କଇଁଛ ବେଳାଭୂମିକୁ ଆସି ନ ଥାନ୍ତି। ପ୍ରାୟ ଅନ୍ଧାର ରାତିରେ ମାଈ ଅଲିଭ୍‌ରିଡ୍‌ଲେ ବେଳାଭୂମିକୁ ଉଠି ଅଣ୍ଡା ଦିଅନ୍ତି। ପଛ ଦୁଇ ପାଦରେ ସେମାନେ ଦେଢଫୁଟର ଗାତଖୋଳି ୮୦ରୁ ୧୨୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେଲା ପରେ ସେହି ଗାତକୁ ଘୋଡ଼ାଇ ଦେଇ ସମୁଦ୍ରକୁ ଫେରିଯାଆନ୍ତି। କଇଁଛର ଅଣ୍ଡାଗୁଡ଼ିକ ୪୫ରୁ ୬୦ଦିନରେ ଛୁଆ ଫୁଟିଥାଏ। ପୁରୀ ଜିଲା ଉପକୂଳରେ ଅଲିଭରିଡ୍‌ଲେ ବେଳାଭୂମିର ସ୍ଥାନେ ସ୍ଥାନେ ଅଣ୍ଡା ଦେଉଥିବାରୁ ଜଙ୍ଗଲ ବିଭାଗ ପକ୍ଷରୁ କୃତ୍ରିମ ହାଚେରି କରାଯାଏ। କାରଣ ମାଈ କଇଁଛ ଅଣ୍ଡା ଦେଇ ସମୁଦ୍ରକୁ ପଳାଇବା ପରେ କୁକୁର, ବିଲୁଆ, ବାର୍‌ହା, ହେଟା ପ୍ରଭୃତି ଜୀବମାନେ ବାଲି ଖୋଳି କଇଁଛ ଅଣ୍ଡା ଖାଇ ଦେଇଥାନ୍ତି। ତେଣୁ ଅଣ୍ଡାର ସୁରକ୍ଷା ପାଇଁ ହାଚେରି କରାଯାଇଥାଏ। ପ୍ରତ୍ୟହ ଅଣ୍ଡାଗୁଡିକୁ ବସା(କଇଁଛ ଅଣ୍ଡା ଦେଉଥିବା ସ୍ଥାନ)ରୁ ସଂଗ୍ରହ କରି ଜଙ୍ଗଲ ବିଭାଗ କର୍ମଚାରୀମାନେ ସେଗୁଡ଼ିକ ଆଣି ହାଚେରିରେ ରଖିଥାନ୍ତି। ଛୁଆ ଫୁଟିବା ପରେ ସେଗୁଡ଼ିକୁ ସମୁଦ୍ରକୁ ଛଡ଼ାଯାଇଥାଏ। ପ୍ରତିବର୍ଷ କୋଣାର୍କର ଚନ୍ଦ୍ରଭାଗା, କଅଁରପୁର, ଅସ୍ତରଙ୍ଗର ଜାହାନିଆ, ଡାଳୁଅକଣି ଏବଂ ନୂଆନଈଠାରେ ଜଙ୍ଗଲ ବିଭାଗ ପକ୍ଷରୁ କୃତ୍ରିମ ହାଚେରି ନିର୍ମାଣ କରାଯାଏ।
ଜିଲା ବନଖଣ୍ଡ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୧୯-୨୦ରେ ୪୪୪ଟି ବସାରୁ ୪୮,୬୪୬ ଅଣ୍ଡା ସଂଗ୍ରହ କରାଯାଇ ହାଚେରିରେ ରଖାଯାଇଥିଲା। ସେଥିମଧ୍ୟରୁ ୧୮,୯୫୩ଟି ଛୁଆ ଫୁଟିଥିଲେ। ତେବେ ଗତ ୪ବର୍ଷର ତଥ୍ୟ ଦେଖିଲେ ଚଳିତ ଥର ସବୁଠୁ କମ୍‌ ଅଣ୍ଡା ସଂଗ୍ରହ ହୋଇଥିବାବେଳେ ଛୁଆ ଫୁଟିବା ସଂଖ୍ୟା ବି କମ୍‌ ରହିଛି। କାରଣ ୨୦୧୬-୧୭ରେ ୩୦୪୩ଟି ବସାରୁ ୧,୨୧,୮୭୪ ଅଣ୍ଡା ସଂଗ୍ରହ କରାଯାଇଥିବାବେଳେ ୧.୦୫,୧୪୨ ଛୁଆ ଫୁଟିଥିଲେ। ସେହିପରି ୨୦୧୭-୧୮ରେ ୧,୬୧୬ ବସାରୁ ୮୪,୧୩୨ ଅଣ୍ଡା ସଂଗ୍ରହ ହୋଇଥିବାବେଳେ ଛୁଆ ଫୁଟିଥିଲେ ୭୨,୩୧୪ । ୨୦୧୮-୧୯ରେ ୮୦୪ ବସାରୁ ୭୫,୨୩୬ ଅଣ୍ଡା ସଂଗ୍ରହ ହୋଇଥିବା ବେଳେ ମାତ୍ର ୩୦,୯୨୨ ଛୁଆ ଫୁଟିଥିଲେ। ତେଣୁ କ୍ରମାଗତ ଭାବେ ଅଣ୍ଡା ଏବଂ ଛୁଆ ଫୁଟିବା ସଂଖ୍ୟା ହ୍ରାସ ପାଉଥିବା ଏଥିରୁ ସ୍ପଷ୍ଟ ହେଉଛି। ତେବେ ଏଥିପାଇଁ ବେଆଇନ ଟ୍ରଲର ଚଳାଚଳକୁ ପରିବେଶବିତ୍‌ମାନେ ଦାୟୀ କରିଛନ୍ତି। ଉପକୂଳ ଅଞ୍ଚଳରେ ଅଲିଭରିଡ୍‌ଲେଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନଭେମ୍ବର ପହିଲାରୁ ମେ’ ୩୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଉଛି। ହେଲେ କଟକଣାକୁ ନ ମାନି କେତେଜଣ ଅସାଧୁ ଟ୍ରଲର ବ୍ୟବସାୟୀ ଅବାଧରେ ଉପକୂଳ ଅଞ୍ଚଳରେ ମାଛ ମାରୁଥିବା ବେଳେ ଅଧିକାଂଶ ମତ୍ସ୍ୟଜୀବୀ ବେଆଇନ ଭାବେ ଗୋଲେଇ(ରିଂ) ଜାଲରେ ମାଛ ଧରୁଛନ୍ତି। ଫଳରେ ଟ୍ରଲରେ ମାଡ଼ ହୋଇ ଏବଂ ରିଂ ଜାଲରେ ପଡ଼ି ଶହ ଶହ କଇଁଛଙ୍କ ଅକାଳ ମୃତ୍ୟୁ ହେଉଥିବାରୁ ଅଣ୍ଡାଦାନ ସଂଖ୍ୟା କମୁଛି। ଏସମ୍ପର୍କରେ ପୁରୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ବାଇଁ କହିଛନ୍ତି, ପ୍ରତିକୂଳ ପାଗ ଅର୍ଥାତ୍‌ ଖରାଦିନେ ବର୍ଷା ଯୋଗୁ ଅଧିକ ଅଣ୍ଡା କାଞ୍ଜିଆ ହୋଇଯାଉଛି। ତେଣୁ ଛୁଆ ଫୁଟିବା ସଂଖ୍ୟା କମୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri