Posted inଫୁରସତ

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ ଓ୍ବେନଡେଭର ନିକଟବର୍ତ୍ତୀ ଓ୍ବେଲଓ୍ବିକ୍‌ ଫାର୍ମରୁ ଏକ ପୁରୁଣା କଙ୍କାଳ ଠଶବ କରାଯାଇଛି। ମିଳିଥିବା ଲୌହଯୁଗର ଏହି ମାନବ କଙ୍କାଳକୁ ଅଧ୍ୟୟନ କରି ପ୍ରତ୍ନତତ୍ତ୍ୱବିତ୍‌ମାନେ ବହୁ ତଥ୍ୟ ଜାଣିବାକୁ ପାଇଛନ୍ତି। ଏଠାରେ ୪ ହଜାର ବର୍ଷତଳେ ଲୌହଯୁଗ ସଭ୍ୟତା ଥିବା ଖନନରୁ ଅନୁମିତ ହୁଏ। ଏହି ସ୍ଥାନରୁ ପଛପଟୁ ହାତ ବନ୍ଧାଥିବା ଏକ କଙ୍କାଳ ଉଦ୍ଧାର କରାଯାଇଥିଲା। ହୁଏତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡାଦେଶ ଅବା ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଇଛି। ସେତେବେଳେ ମୃତ୍ୟୁଦଣ୍ଡାଦେଶ ମିଳୁଥିବା ଲୋକଙ୍କର ମୁଣ୍ଡକାଟ କରାଯାଉଥିବା ପ୍ରତ୍ନତତ୍ତ୍ୱବିତ୍‌ କହିଛନ୍ତି। ତେବେ କଙ୍କାଳର ମୁଣ୍ଡ ସୁରକ୍ଷିତ ରହିଛି। ଅପରପକ୍ଷରେ ମୃତ୍ୟୁଦଣ୍ଡାଦେଶ ଦିଆଯାଉଥିବା ବ୍ୟକ୍ତିଙ୍କ ମୃତଦେହକୁ କଫିନ୍‌ରେ ଭର୍ତ୍ତିକରି କବର ଦେବା ପରମ୍ପରା ପ୍ରଚଳିତ ଥିଲା। କିନ୍ତୁ ମିଳିଥିବା କଙ୍କାଳକୁ କଫିନ୍‌ରେ ରଖାଯାଇନାହିଁ। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପରାଧୀମାନେ ଅମାନୁଷିକ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ହତ୍ୟା କରିବା ପରେ ମୃତଦେହକୁ ମାଟିରେ ତରବରିଆ ଭାବେ ପୋତି ଦିଆଯାଇଛି। କଙ୍କାଳଟି ୨,୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ ରାଚେଲ ଉଡ୍‌ କହିଛନ୍ତି। କଙ୍କାଳର ଖପୁରିରେ ଏକ ଗଭୀର କ୍ଷତ ଚିହ୍ନ ରହିଛି। ସମ୍ଭବତଃ କୌଣସି ଓଜନିଆ ପଦାର୍ଥରେ ମୁଣ୍ଡକୁ ପଛପଟୁ ଆଘାତ କରାଯାଇଥିବା ଜଣାପଡୁଛି। କଙ୍କାଳଟି ମୁହଁ ମାଡ଼ି ପଡ଼ିଥିବାବେଳେ ଏହାର ପଞ୍ଜରାରେ କୌଣସି କ୍ଷତ ଚିହ୍ନ ନାହିଁ। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ପେଟକୁ ଅଘାତ କରାଯାଇ ନ ଥିବା ଉଡ୍‌ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri