Posted inଫୁରସତ

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ ଓ୍ବେନଡେଭର ନିକଟବର୍ତ୍ତୀ ଓ୍ବେଲଓ୍ବିକ୍‌ ଫାର୍ମରୁ ଏକ ପୁରୁଣା କଙ୍କାଳ ଠଶବ କରାଯାଇଛି। ମିଳିଥିବା ଲୌହଯୁଗର ଏହି ମାନବ କଙ୍କାଳକୁ ଅଧ୍ୟୟନ କରି ପ୍ରତ୍ନତତ୍ତ୍ୱବିତ୍‌ମାନେ ବହୁ ତଥ୍ୟ ଜାଣିବାକୁ ପାଇଛନ୍ତି। ଏଠାରେ ୪ ହଜାର ବର୍ଷତଳେ ଲୌହଯୁଗ ସଭ୍ୟତା ଥିବା ଖନନରୁ ଅନୁମିତ ହୁଏ। ଏହି ସ୍ଥାନରୁ ପଛପଟୁ ହାତ ବନ୍ଧାଥିବା ଏକ କଙ୍କାଳ ଉଦ୍ଧାର କରାଯାଇଥିଲା। ହୁଏତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡାଦେଶ ଅବା ହତ୍ୟା କରାଯାଇଥାଇପାରେ ବୋଲି ଅନୁମାନ କରାଯାଇଛି। ସେତେବେଳେ ମୃତ୍ୟୁଦଣ୍ଡାଦେଶ ମିଳୁଥିବା ଲୋକଙ୍କର ମୁଣ୍ଡକାଟ କରାଯାଉଥିବା ପ୍ରତ୍ନତତ୍ତ୍ୱବିତ୍‌ କହିଛନ୍ତି। ତେବେ କଙ୍କାଳର ମୁଣ୍ଡ ସୁରକ୍ଷିତ ରହିଛି। ଅପରପକ୍ଷରେ ମୃତ୍ୟୁଦଣ୍ଡାଦେଶ ଦିଆଯାଉଥିବା ବ୍ୟକ୍ତିଙ୍କ ମୃତଦେହକୁ କଫିନ୍‌ରେ ଭର୍ତ୍ତିକରି କବର ଦେବା ପରମ୍ପରା ପ୍ରଚଳିତ ଥିଲା। କିନ୍ତୁ ମିଳିଥିବା କଙ୍କାଳକୁ କଫିନ୍‌ରେ ରଖାଯାଇନାହିଁ। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପରାଧୀମାନେ ଅମାନୁଷିକ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ହତ୍ୟା କରିବା ପରେ ମୃତଦେହକୁ ମାଟିରେ ତରବରିଆ ଭାବେ ପୋତି ଦିଆଯାଇଛି। କଙ୍କାଳଟି ୨,୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ ରାଚେଲ ଉଡ୍‌ କହିଛନ୍ତି। କଙ୍କାଳର ଖପୁରିରେ ଏକ ଗଭୀର କ୍ଷତ ଚିହ୍ନ ରହିଛି। ସମ୍ଭବତଃ କୌଣସି ଓଜନିଆ ପଦାର୍ଥରେ ମୁଣ୍ଡକୁ ପଛପଟୁ ଆଘାତ କରାଯାଇଥିବା ଜଣାପଡୁଛି। କଙ୍କାଳଟି ମୁହଁ ମାଡ଼ି ପଡ଼ିଥିବାବେଳେ ଏହାର ପଞ୍ଜରାରେ କୌଣସି କ୍ଷତ ଚିହ୍ନ ନାହିଁ। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ପେଟକୁ ଅଘାତ କରାଯାଇ ନ ଥିବା ଉଡ୍‌ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri