ବାହୁଡ଼ିଲେ ମହାପ୍ରଭୁ

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିଛି ଦାରୁବିଗ୍ରହଙ୍କ ତିନି ରଥ। ସିଂହଦ୍ୱାରରେ ପହଞ୍ଚତ୍ଛି ୩ ରଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ନୀତିକାନ୍ତିର ଯଥେଷ୍ଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା, ନୃତ୍ୟ ସଙ୍ଗୀତ ମଧ୍ୟରେ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଭକ୍ତିର ସହ ରଥକୁ ଭିଡ଼ି ନେଇଥିଲେ।

ପାଗ ଅନୁକୂଳ ଥିବା ହେତୁ ୧୦ଲକ୍ଷ ଲୋକଙ୍କ ସମାଗମ ଶ୍ରୀକ୍ଷେତ୍ରରେ ହୋଇଥିଲା। ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ରବିବାର ରାତି ୯ଟା ୨୫ରେ ପହୁଡ଼ ଆଳତି ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳ ୭ଟା ୫୫ରେ ମଙ୍ଗଳ ଆଳତି, ୮ଟାରେ ମଇଲମ, ତଡ଼ପ ଲାଗି ୮ଟା ୫, ଅବକାଶ ପୂଜା ୮ଟା ୩୦, ସୂର୍ଯ୍ୟପୂଜା ୮ଟା ୫୦, ଦ୍ୱାରପାଳ ପୂଜା ୯ଟା ୫, ଗୋପାଳ ବଲ୍ଲଭ ଓ ସକାଳ ଧୂପ ୯ଟା ୫୫, ମଙ୍ଗଳାର୍ପଣ ୧୦ଟା ୩୫, ମଙ୍ଗଳାର୍ପଣ ପରେ ପୁଷ୍ପଞ୍ଜଳି ଓ ଡୋର ଲାଗି ହୋଇ ପୂର୍ବାହ୍ନ ୧୦ଟା ୪୫ରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପର୍ଯ୍ୟାୟ କ୍ରମେ ଶ୍ରୀବିଗ୍ରହମାନଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ୧୦ଟା ୪୫ ରେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ରଙ୍କ ୧୦ଟା ୫୨, ମା’ ସୁଭଦ୍ରାଙ୍କ ୧୧ଟା ୧୫ରେ ପହଣ୍ଡି ହୋଇଥିବାବେଳେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ୧୧ଟା ୩୫ରେ ଆରମ୍ଭ ହୋଇଥିଲା। ୧୨ଟା ୫୫ରେ ଶ୍ରୀବିଗ୍ରହମାନଙ୍କ ପହଣ୍ଡି ଶେଷ ହୋଇଥିଲା।

ପରେ ଚଳନ୍ତି ପ୍ରତିମା ରାମକୃଷ୍ଣ ଏବଂ ଶ୍ରୀମଦନମୋହନ ପହଣ୍ଡି ହୋଇ ୧ଟା ୫୦ ରେ ରଥାରୂଢ଼ ହୋଇଥିଲେ। ଏହାପରେ ଗଜପତି ମହାରାଜା ଛେରାପହଁରା ପାଇଁ ତିନିରଥକୁ ତାମଜାନରେ ବିଜେ କରିଥିଲେ। ପରମ୍ପରା ଅନୁଯାୟୀ, ଗଜପତି ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ରୀତିନୀତି ସହ ଛେରାପହଁରା କରିଥିଲେ। ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ରୀତିନୀତି ଓ ଛେରାପହଁରା କରିଥିଲେ। ୩ଟା ୧୦ରେ ତିନି ରଥର ଛେରାପହଁରା ସରିବା ପରେ ଚାରମାଳ ଫିଟା ଓ ଘୋଡ଼ା ଲାଗିଥିଲା। ଏହାପରେ ଅପରାହ୍ନ ୩ଟା ୨୫ରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଭକ୍ତି ଓ ଉତ୍ସାହର ସହିତ ବଡ ଠାକୁରଙ୍କ ରଥକୁ ଟାଣିଥିଲେ। ପରେ ମା’ ସୁଭଦ୍ରାଙ୍କ ରଥ ଅପରାହ୍ନ ୪ଟାରେ ଟଣା ହୋଇଥିଲା। ଶେଷରେ ମହାପ୍ରଭୁଙ୍କ ରଥ ୪ ଟା ୧୫ରେ ଟଣା ଆରମ୍ଭ ହୋଇଥିଲା। ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତମାନେ ରଥକୁ ଶ୍ରୀମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ତେବେ ରଥତ୍ରୟ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ଠାକୁରମାନଙ୍କୁ ପୋଡ଼ପିଠା ଭୋଗ କରାଯାଇଥିଲା। ପୋଡ଼ପିଠା ଭୋଗ ଖାଇ ଠାକୁରମାନେ ଶ୍ରୀମନ୍ଦିର ଆଡ଼କୁ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସନ୍ଧ୍ୟା ୭ଟା ୧୨ ମିନିଟ୍‌ରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା। ପରେ ୭ଟା ୪୧ରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ପହଞ୍ଚତ୍ଥିଲା। ତେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ରାଜନଅର ନିକଟରେ କିଛି ସମୟ ପାଇଁ ଅଟକି ରହିଥିଲା।

ଚାହାଣିମଣ୍ଡପକୁ ଆସି ମା’ ଲକ୍ଷ୍ମୀ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ପାଲିଙ୍କିରେ ଘଣ୍ଟ, ଛତା, କାହାଳୀ ସହ ଶ୍ରୀନଅରଠାରେ ଅଟକିଥିବା ନନ୍ଦିଘୋଷ ନିକଟକୁ ଆସିଥିଲେ। ସେଠାରେ ଗଜପତି ମହାରାଜା ଲକ୍ଷ୍ମୀ ନାରାୟଣ ଭେଟ ନୀତି ସମ୍ପନ୍ନ କରିଥିଲେ। ନୀତି ସମ୍ପନ୍ନ କରି ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ପୁଣି ଗଡିଥିଲା। ବଡ଼ଠାକୁର ଏବଂ ମା’ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ଥିଲା। ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ଗରମ ଓ ଖରାକୁ ଦେଖି ପ୍ରଶାସନ ପକ୍ଷରୁ ପାଣି ସିଞ୍ଚନ କରାଯାଇଥିଲା। ତେବେ ଖୁବ୍‌ ଶୃଙ୍ଖଳିତ ଭାବେ ଚଳିତ ବର୍ଷର ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଶେଷ ବେଳକୁ ବିଜେଡରେ ଥିବେ  କେବଳ ଏହି ୩ ଜଣ: କହୁକହୁ କହିଦେଲେ ବିଧାୟିକା

ଭୁବନେଶ୍ୱର,୯।୨: ଭାଜପା ବିଧାୟିକା ଉପାସନା ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଭାଜପାରେ ମିଶିବା ପରେ ତେରେଛା ବାଣ ମାରିଲେ ଉପାସନା। ନାଁ ନ…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri