ପୁରୀ: ପୁଣି ଏକ ଥାର୍ଡ ଡିଗ୍ରୀ ଅଭିଯୋଗ

ପୁରୀ ଅଫିସ,୨୩ା୧୧:ଥାନା ହାଜତରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସମଗ୍ର ରାଜ୍ୟରେ ଏବେ ପୁରୀ ଜିଲା ଚର୍ଚ୍ଚାରେ ରହିଛି । ବାସେଳିସାହି ଥାନା ହାଜତ ମୃତ୍ୟୁ ପରେ ପିପିଲି ଥାନାରେ ଥାର୍ଡ ଡିଗ୍ରୀ ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନେଇ ହଟଚମଟ ଚାଲିଥିବାବେଳେ ଏବେ ପୁଣି ଅଭିଯୁକ୍ତଙ୍କ ପ୍ରତି ପୋଲିସର ବର୍ବରୋଚିତ ମାଡ଼ ଅଭିଯୋଗ ହୋଇଛି। ରବିବାର ମେରାଇନ୍‌ ଥାନା ପୋଲିସ ପୁରୀ ଜିଲା ଦୌରାଜଜ୍‌ଙ୍କ ଆବାସିକ କାର୍ଯ୍ୟାଳୟରେ ୬ ଅଭିଯୁକ୍ତଙ୍କୁ ହାଜର କରାଇଥିଲା। ୭ଗ୍ରାମ୍‌ ବ୍ରାଉନ୍‌ସୁଗାର ରଖିବା ଅଭିଯୋଗରେ ଏନ୍‌ଡିପିଏସ୍‌ ଆକ୍ଟରେ ଏମାନେ ଗିରଫ ହୋଇଥିଲେ। ତେବେ ପୋଲିସ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଜିଲା ଦୌରାଜଜ୍‌ଙ୍କୁ କ୍ଷତ ସ୍ଥାନ ଦେଖାଇ ସମ୍ପୃକ୍ତ ଅଭିଯୁକ୍ତମାନେ ଅଭିଯୋଗ କରିଥିଲେ। ଏ ନେଇ ବ୍ୟକ୍ତିଗତ ଭାବେ ତଦନ୍ତକାରୀ ଅଧିକାରୀ ଏବଂ ମେରାଇନ ଥାନାଧିକାରୀଙ୍କ ଉପରେ ଅଦାଲତ ବର୍ଷିଥିବା ଅଭିଯୁକ୍ତଙ୍କ ଓକିଲ ଗୋପାଳକୃଷ୍ଣ ପଣ୍ଡା କହିଛନ୍ତି।
ପଣ୍ଡାଙ୍କ ସୂଚନା ଅନୁଯାୟୀ, ୬ ଅଭିଯୁକ୍ତ ରଞ୍ଜନ ଦାସ, ବିଜୟ ନାୟକ, ରାମିନି ନାୟକ, କାହ୍ନା ନାୟକ, ଦୀନବନ୍ଧୁ ପାଣି, ଏମ୍‌. ନାଜିରଙ୍କ ଇନ୍‌ଜୁରି ରିପୋର୍ଟରେ କୌଣସି ଆଘାତ ହୋଇଥିବା ଉଲ୍ଲେଖ ନାହିଁ। କିନ୍ତୁ ସେମାନଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଏମିତି କି ଚମଡ଼ା ଫାଟିଛି। ତେଣୁ ଜିଲା ଦୌରାଜଜ୍‌ ଏଥିଲାଗି ବିରକ୍ତି ପ୍ରକାଶ କରିଥିଲେ। ଅଭିଯୁକ୍ତମାନଙ୍କର ଆଉଥରେ ଭଲ ଭାବେ ମେଡିକାଲ ଟେଷ୍ଟ କରି ସୋମବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ପୁରୀ ଜିଲା ଜେଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଓକିଲ ପଣ୍ଡା କହିଛନ୍ତି। ଅଭିଯୁକ୍ତମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ, କୁମ୍ଭାରପଡ଼ା ଥାନା ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇ ବାସେଳିସାହି ଥାନାରେ ୬/୭ ଦିନ ରଖି ପୋଲିସ ମାଡ଼ ମାରିଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବୟାନ ଏବଂ ମେରାଇନ ଥାନା ପକ୍ଷରୁ କୋର୍ଟରେ ହାଜର କରାଯାଇଥିବାବେଳେ ବାସ୍ତବରେ କେଉଁ ଥାନାରେ ସେମାନଙ୍କୁ ମାଡ଼ ମରାଯାଇଛି ତାହା ସ୍ପଷ୍ଟ ଜଣାପଡୁନାହିଁ। ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri