‘ପଞ୍ଜାବୀ କ୍ୟାଟ୍ରିନା’ରୁ ଦେଶର ସ୍ପନ୍ଦନ ପାଲଟିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ ପାଲଟିଥିବା ଶେହନାଜ ଗିଲ୍‌ଙ୍କ ଆଜି ହେଉଛି ଜନ୍ମଦିନ। ଜାନୁୟାରୀ ୨୭ରେ ୨୯ ବର୍ଷ ତଳେ ଜନ୍ମ ହୋଇଥିଲେ ଶେହନାଜ। ଆଜିର ଏହି ସ୍ବତନ୍ତ୍ର ଦିନରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।  ତାଙ୍କ ବିଷୟରେ ଜାଣନ୍ତୁ କିଛି କଥା…

‘ପଞ୍ଜାବର କ୍ୟାଟ୍ରିନା କୈଫ୍‌’ରୁ ‘ଦେଶର ଧଡ୍‌କନ୍‌ ବା ସ୍ପନ୍ଦନ’ ପାଲଟିବା ପର୍ଯ୍ୟନ୍ତ ଶେହନାଜଙ୍କ ପାଇଁ ଆଦୌ ସହଜ ନ ଥିଲା। ସେ ତାଙ୍କର ସ୍ବପ୍ନକୁ ପୂରା କରିବାକୁ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ସୁନ୍ଦର ଆଉ ଦୁଷ୍ଟାମୀ ଶୈଳୀ ସହିତ ପ୍ରଶଂସକଙ୍କ ହୃଦୟରେ ଏକ ବଡ଼ ସ୍ଥାନ ସୃଷ୍ଟି କରିଛନ୍ତି।

ଶେହନାଜ ଆଜିର ଦିନରେ ଜଣେ ମଡେଲ, ଅଭିନେତ୍ରୀ ଏବଂ ଗାୟିକା ଭାବରେ ଜଣାଶୁଣା। ୨୦୧୫ରେ ସେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। କ୍ୟାରିୟର ଆରମ୍ଭରେ ଗୁରବୀନ୍ଦର ବରାରଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓ ‘ଶିବ୍‌ ଦି କିତାବ୍‌’ ଏବଂ ୨୦୧୬ରେ ‘ମାଝେ ଦି ଜଟି’ଗୀତରେ କାମ କରିଥିଲେ। ପଞ୍ଜାବୀ ଗୀତରୁ କ୍ୟାରିୟର ଆରମ୍ଭ କରିବା ପରେ ଶେହନାଜ ପଞ୍ଜାବୀ ଫିଲ୍ମରେ ଏଣ୍ଟ୍ରି କରିଥିଲେ। ୨୦୧୭ରେ ‘ସତ୍‌ ଶ୍ରୀ ଅକାଲ ଇଂଲଣ୍ଡ’ ନାମକ ଏକ ପଞ୍ଜାବୀ ଫିଲ୍ମରେ ଡେବ୍ୟୁ କରିଥିଲେ। ସେ ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁ କମାଇବା ପରେ ବିଗ୍‌ ବସ୍‌ -୧୩ରେ ଭାଗ ନେଇଥିଲେ। ଏଥିରେ ମଧ୍ୟ ସଫଳତା ହାସଲ କରିଥିଲେ। ସେତେବେଳେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ସାକ୍ଷାତ ହୋଇଥିଲା। ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ଦୁଇଜଣ ମିଶି ମ୍ୟୁଜିକ୍‌ ଭିଡିଓ କରିଥିଲେ। ଯାହାକି ସୁପରହିଟ୍‌ ହୋଇଥିଲା। ମାତ୍ର ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଶେହନାଜଙ୍କୁ ବଞ୍ଚିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଥିଲା। ଧିରେଧିରେ ସେ ସାଧାରଣ ଅବସ୍ଥାକୁ ଫେରୁଛନ୍ତି। ଶେହନାଜଙ୍କ ମୁହଁରେ ଏବେ ହସ ଦେଖି ପ୍ରଶଂସକମାନେ ବି ଖୁସି ହୋଇଛନ୍ତି। ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri