PNB ଗ୍ରାହକଙ୍କ ପାଇଁ ବଡ଼ ଖବର: ଖାତାରେ ଟଙ୍କା ଅଛି କି? ନଭେମ୍ୱର ୧୦ରୁ ବନ୍ଦ ହୋଇଯିବ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ!

ନୂଆଦିଲ୍ଲୀ,୨୮।୧୦: ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା PNB ରେ ଆପଣଙ୍କର କୌଣସି ପୁରୁଣା ଆକାଉଣ୍ଟ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ ଏପରି ଆକାଉଣ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନୋଟିସ ଜାରି କରିଛି, ଯେଉଁଥିରେ ଦୀର୍ଘ ଦିନ ଧରି କୌଣସି କାରବାର ହୋଇନାହିଁ ଏବଂ ଶୂନ ବାଲାନ୍ସ (Zero Balance) ରହିଛି। ଆକାଉଣ୍ଟଗୁଡ଼ିକର ଅପବ୍ୟବହାର ରୋକିବା ତଥା ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାଙ୍କ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଆକାଉଣ୍ଟ ବନ୍ଦ ହେବ ଏବଂ ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୩୦ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ବିଗତ ୩ ବର୍ଷ ଧରି ଯେଉଁ ଆକାଉଣ୍ଟଗୁଡ଼ିକରେ କୌଣସି କାରବାର ହୋଇନାହିଁ ଏବଂ ସେଗୁଡ଼ିକରେ ବାଲାନ୍ସ ଶୂନ ରହିଛି, ସେହିସବୁ ନିଷ୍କ୍ରିୟ ଆକାଉଣ୍ଟକୁ ବନ୍ଦ କରିଦିଆଯିବ। ତେବେ ନିଜ ଆକାଉଣ୍ଟକୁ ବନ୍ଦ ହେବାରୁ ରକ୍ଷା କରିବାକୁ ହେଲେ ଗ୍ରାହକମାନଙ୍କୁ ଆସନ୍ତା ୧୦ ନଭେମ୍ୱର ୨୦୨୬ ପୂର୍ୱରୁ ନିଜର e-KYC ଅପଡେଟ କରି ଆକାଉଣ୍ଟକୁ ପୁନର୍ୱାର ସକ୍ରିୟ ବା ରି-ଆକ୍ଟିଭେଟ କରିବାକୁ ପଡ଼ିବ।

ଏହା ବ୍ୟତୀତ, ଯେଉଁ ସାଧାରଣ ତଥା ସକ୍ରିୟ ଆକାଉଣ୍ଟଗୁଡ଼ିକର Re-KYC ପ୍ରକ୍ରିୟା ବାକି ରହିଛି, ସେମାନଙ୍କ ପାଇଁ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା କେୱାଇସି ଅପଡେଟ କରିବା ବାଧ୍ୟତାମୂଳକ କରାଯାଇଛି। ୩୧ ଅକ୍ଟୋବର ସୁଦ୍ଧା କେୱାଇସି ନକଲେ ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟର କାରବାର ଉପରେ ରୋକ ଲଗାଯାଇପାରେ।

ଯଦି ଆପଣଙ୍କର ଠିକଣା ବା ବ୍ୟକ୍ତିଗତ ବିବରଣୀରେ କୌଣସି ପରିବର୍ତ୍ତନ ହୋଇନାହିଁ, ତେବେ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ଏହି ସହଜ ଉପାୟରେ ନିଜର e-KYC ସମ୍ପୂର୍ଣ୍ଣ କରିପାରିବେ:

ଏସଏମଏସ (SMS) ମାଧ୍ୟମରେ: ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ୱରରୁ ମେସେଜ ଟାଇପ କରନ୍ତୁ ଋ଼KYCNCଋ଼ ଏବଂ ଏହାକୁ ୯୨୬୪୦୯୨୬୪୦ କିମ୍ୱା ୫୬୦୭୦୪୦ ନମ୍ୱରକୁ ପଠାଇ ଦିଅନ୍ତୁ।

PNB ONE ଆପ ମାଧ୍ୟମରେ: PNB ONE App ରେ ଲଗଇନ କରି My Profile କୁ ଯାଆନ୍ତୁ, ସେଠାରେ Check KYC Status ଉପରେ କ୍ଲିକ କରି Update KYC ପ୍ରକ୍ରିୟା ପୂରଣ କରନ୍ତୁ।

ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ: PNB ର ନେଟ ବ୍ୟାଙ୍କିଂରେ ଲଗଇନ କରି Personal Settings ମଧ୍ୟରେ Check KYC Status ଚୟନ କରି Update KYC ବିକଳ୍ପକୁ ବାଛନ୍ତୁ।

ଇମେଲ କିମ୍ୱା ଡାକ ଯୋଗେ: ନିଜ ପରିଚୟ ପତ୍ର ବା ପ୍ୟାନ କାର୍ଡର ସୱାକ୍ଷରିତ (Self-attested) କପି ରେଜିଷ୍ଟର୍ଡ ଇମେଲ ଆଇଡିରୁ ନିଜ ହୋମ ବ୍ରାଞ୍ଚକୁ ଇମେଲ କରନ୍ତୁ କିମ୍ୱା ଡାକ/କୁରିଅର୍‌ ମାଧ୍ୟମରେ ପଠାଇ ପାରିବେ।

ଶାଖାକୁ ଯାଇ:ଆପଣ ଚାହିଁଲେ ନିକଟସ୍ଥ ଯେକୌଣସି PNB ଶାଖାକୁ ଯାଇ ନିଜ ପରିଚୟ ପତ୍ର ଓ ଠିକଣା ପ୍ରମାଣପତ୍ର ଦାଖଲ କରି କେୱାଇସି ଅପଡେଟ କରିପାରିବେ।

ଯଦି ଆପଣଙ୍କର କୌଣସି ପୁରୁଣା ବ୍ୟାଙ୍କ ଆକାଉଣ୍ଟ ରହିଛି ଯାହା ଆପଣ ବହୁ ଦିନରୁ ବ୍ୟବହାର କରିନାହାନ୍ତି, ତେବେ ତୁରନ୍ତ ନିଜ ଆକାଉଣ୍ଟ ବାଲାନ୍ସ ଏବଂ ଷ୍ଟାଟସ ଯାଞ୍ଚ କରନ୍ତୁ। ଭବିଷ୍ୟତରେ କୌଣସି ଅସୁବିଧାରୁ ବଞ୍ଚିବା ପାଇଁ ୧୦ ନଭେମ୍ୱର ପୂର୍ୱରୁ ହିଁ ନିଜର e-KYC ସମ୍ପୂର୍ଣ୍ଣ କରି ଆକାଉଣ୍ଟକୁ ସକ୍ରିୟ ରଖନ୍ତୁ।

Share