Posted inଖେଳ

ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଟସ୍‌ ଜିତି ବେଙ୍ଗାଲୁରୁ ଅଧିନାୟକ ରଜତ ପଟିଦାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଦଳୀୟ ବୋଲର ସଠିକ୍‌ ପ୍ରମାଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୪.୧ ଓଭରରେ ମାତ୍ର ୧୦୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଆଇପିଏଲ୍‌ ପ୍ଲେଅଫ୍‌ ଇତିହାସରେ ଏହା ଚତୁର୍ଥ ସର୍ବନିମ୍ନ ଦଳଗତ ସ୍କୋର। ମାର୍କସ ଷ୍ଟୋଇନିସ (୨୬ ରନ, ୨ ଲେଖାଏ ଚୌକା ଓ ଛକା), ପ୍ରଭସିମରନ ସିଂ (୧୮ ରନ, ୨ ଚୌକା ଓ ୧ ଛକା) ଓ ଆଜମାତୁଲା ଓମାରଜାଇ (୧୮ ରନ୍‌, ୧ ଲେଖାଏଁ ଚୌକା ଓ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ଆର୍‌ସିବି ପକ୍ଷରୁ ଜୋଶ ହାଜେଲଉଡ୍‌ ଓ ସୁୟଶ ଶର୍ମା ୩ ଲେଖାଏ ଉଇକେଟ ନେଇଥିବା ବେଳେ ୟଶ ଦୟାଲ ଦୁଇଟି ଉଇକେଟ ହାତେଇ ଥିଲେ। ଜବାବରେ ଆର୍‌ସିବି ଆରମ୍ଭରୁ ବିରାଟ କୋହଲି (୧୨)ଙ୍କ ଉଇକେଟ ହରାଇଥିଲା। ହେଲେ ଅନ୍ୟତମ ଓପନର ଫିଲ୍‌ ସଲ୍ଟ ଓ ମୟଙ୍କ ଅଗ୍ରଓ୍ବାଲ ଦ୍ୱିତୀୟ ଉଇକେଟରେ ୫୪ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ମୟଙ୍କ (୧୯ ରନ, ୨ ଚୌକା ଓ ୧ ଛକା) ଆଉଟ୍‌ ହେବା ପରେ ସଲ୍ଟ ଓ ଅଧିନାୟକ ରଜତ ପଟିଦାର ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲେ। ସଲ୍ଟ ୨୭ ବଲରେ ୫୬ (୬ ଚୌକା ଓ ୩ ଛକା) ଓ ପଟିଦାର ୧୫ (୧ ଲେଖାଏ ଚୌକା ଓ ଛକା) ରନ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କାଇଲ ଜେମିସନ ଓ ମୁଶିର ଖାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ପଞ୍ଜାବ ଦ୍ୱାରା ପ୍ରଦତ୍ତ ୧୦୨ ରନର ଛୋଟିଆ ଟାର୍ଗେଟକୁ ଆର୍‌ସିବି ୧୦ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ଆର୍‌ସିବି ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ଆର୍‌ସିବି ଆଇପିଏଲ୍‌ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ଆର୍‌ସିବି ଫାଇନାଲରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ପଞ୍ଜାବ ପାଖରେ ଏବେ ବି ଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି। ପଞ୍ଜାବ ଆସନ୍ତା ୧ ତାରିଖରେ ଅହମଦାବାଦରେ ଖେଳାଯିବାକୁଥିବା ଦ୍ୱିତୀୟ କ୍ୱାଲିଫାୟରରେ ଏଲିନେଟର ମ୍ୟାଚ୍‌ର ବିଜେତାକୁ ଭେଟିବ।

ଏହି ସିଜନରେ, ପ୍ରୀତି ଜିଣ୍ଟା ପ୍ରତ୍ୟେକ ମ୍ୟାଚରେ ବହୁତ ଖୁସି ଦେଖାଯାଉଥିଲେ କାରଣ ତାଙ୍କ ଦଳ ଚମତ୍କାର ପ୍ରଦର୍ଶନ କରୁଥିଲା। କିନ୍ତୁ କ୍ୱାଲିଫାୟର-୧ରେ, ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବା ଦଳର ପ୍ରଦର୍ଶନ ଏପରି ମନେ ହେଉ ନ ଥିଲା। କ୍ୟାମେରା ମ୍ୟାଚରେ ବାରମ୍ବାର ପ୍ରୀତିଙ୍କ ଉପରେ ପଡ଼ୁଥିଲା। ଏଥିରେ ତାଙ୍କର ନିରାଶା ସ୍ପଷ୍ଟ ଭାବରେ ଦେଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri