Categories: ଖେଳ

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ଧର୍ମଶାଳା,୧୭।୫: ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ଆଇପିଏଲର ୬୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ପ୍ରଥମେ ବ୍ୟାଟିଂ କରିବ।

ପ୍ଲେ ଅଫ ଦୃଷ୍ଟିରୁ ପଞ୍ଜାବ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଦିଲ୍ଲୀ ପୂର୍ବରୁ ଏଲିମିନେଟ ହୋଇ ସାରିଛି। ହେଲେ ଦିଲ୍ଲୀ ମଧ୍ୟ ମ୍ୟାଚ ଜିତି ନିଜ ସମ୍ମାନ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିବ। ଉଭୟ ଦଳ ସିଜନରେ ନିଜର ୧୩ତମ ଲିଗ ମ୍ୟାଚ ଖେଳୁଛନ୍ତି।

Share