Categories: ଖେଳ

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ।

ସୂଚନା ଯୋଗ୍ୟ, ପଞ୍ଜାବ କିଙ୍ଗ୍ସର ନିୟମିତ ଅଧିନାୟକ ଶିଖର ଧାଓ୍ବନ୍ତ କାନ୍ଧରେ ଆହତ ଯୋଗୁ ଏହି ମ୍ୟାଚ ଖେଳୁ ନ ଥିବା ବେଳେ ସାମ କୁରାନ ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଇଛନ୍ତି। ଏପରିକି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଭାବେ ଆଜିର ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଦାୟୀତ୍ୱ ଦିଆଯାଇଛି।

ପଞ୍ଜାବ କିଙ୍ଗ୍ସ : ଅଥର୍ଭା ଟାଇଡ୍‌, ମାଥ୍ୟୁ ସର୍ଟ, ହରପ୍ରୀତ ସିଂ ଭାଟିଆ, ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ (ଅଧିନାୟକ), ଜିତେଶ ଶର୍ମା (ଉଇକେଟ କିପର), ଶାହାରୁଖ ଖାନ୍‌, ହରପ୍ରୀତ ବ୍ରା, ନାଥାନ ଏଲିସ୍‌, ରାହୁଲ ଚହର, ଅର୍ଶଦୀପ ସିଂ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି ( ଅଧନାୟକ), ଫାଫ ଡୁ ପ୍ଲେସିସ, ମହିପାଲ ଲୋମୋର, ଗ୍ଲେନ୍‌ ମ୍ୟାକ୍ସୱେଲ, ଶାହାବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ (ଉଇକେଟ କିପର), ୱାନିନ୍ଦୁ ହସାରଙ୍ଗା, ସୁୟାଶ ପ୍ରଭାସେସାଇ, ହର୍ଷଲ ପଟେଲ, ୱେନ ପାର୍ନେଲ, ମହମ୍ମଦ ସିରାଜ

 

Share