Categories: ଖେଳ

ପଞ୍ଜାବ ମଙ୍ଗ ଧରିବେ ମୟଙ୍କ

ନୂଆଦିଲ୍ଲୀ,୨୮।୨: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନରେ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଭାର ସମ୍ଭାଳିବେ। ୨୦୧୮ଠାରୁ ଭାରତୀୟ ଓପନର ଏହି ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ଅଛନ୍ତି। ସେ ପୂର୍ବରୁ ଦଳର ଉପ ଅଧିନାୟକ ଥିଲେ। ଗତ ସିଜନରେ କିଛି ମ୍ୟାଚ୍‌ରେ ସେ ଦଳର ନେତୃତ୍ୱ ନେଇଥିଲେ।

“ମୁଁ ୨୦୧୮ଠାରୁ ପଞ୍ଜାବ କିଙ୍ଗ୍ସ ସହ ଅଛି। ଏହି ଚମତ୍କାର ଦଳର ପ୍ରତିନିଧିତ୍ୱ କରି ମୁଁ ଗର୍ବିତ। ମୋତେ ଦଳର ନେତୃତ୍ୱ ନେବାକୁ ସୁଯୋଗ ମିଳୁଥିବାରୁ ମୁଁ ଆନନ୍ଦିତ। ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ଅନେକ ଯୁବ ପ୍ରତିଭା ଥିବାରୁ ମୋ କାମ ସହଜ ହେବ। ଆମେ ସର୍ବଦା ପ୍ରଥମ ଆଇପିଏଲ ଟ୍ରଫି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥାଉ। ଆମେ ଏକଜୁଟ ହୋଇ ଆଇପିଏଲ ଟ୍ରଫି ହାତେଇବା ଦିଗରେ କାର୍ଯ୍ୟ କରିବୁ। ମୋତେ ଏହି ଗୁରୁଦାୟିତ୍ୱ ଦେଇଥିବାରୁ ଟିମ୍‌ ମ୍ୟାନେଜମେଣ୍ଟକୁ ଧନ୍ୟବାଦ” ବୋଲି ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶେୟାର କରାଯାଇଥିବା ବିବୃତିରେ ମୟଙ୍କ କହିଛନ୍ତି।

Share