Posted inଖେଳ

ଓ୍ବାଙ୍ଖଡେରେ ଛକା ବର୍ଷା : ମ୍ୟାଚ୍‌ ନୁହେଁ ମନ ଜିତିଲେ ସାମସନ

ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଛକାର ବର୍ଷା। ମ୍ୟାଚ୍‌ରେ ମୋଟ ୨୪ ଛକା ମାରିଥିଲେ ଉଭୟ ଦଳର ବ୍ୟାଟ୍ସମ୍ୟାନ। ଭାଗ୍ୟ ବଳରେ ବୋଲର ଯାହା ଉଇକେଟ ପାଇଥିଲେ। ଏହି ମ୍ୟାଚ୍‌ରେ ଅଧିନାୟକ ଭାବେ ପଦାର୍ପଣ କରିଥିବା ସଞ୍ଜୁ ସାମସନ (୧୧୯) ଖେଳିଥିଲେ ବିସ୍ଫୋରକ ଶତକୀୟ ପାଳି। ହେଲେ ଜିତାଇ ପାରିଲେ ନାହିଁ ଦଳକୁ। ରାଜସ୍ଥାନ ରୟାଲ୍ସକୁ ୪ ରନ୍‌ରେ ହରାଇ ପଞ୍ଜାବ କିଙ୍ଗ୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ ଆରମ୍ଭରୁ ପ୍ରହାର କରିଥିଲେ କିଙ୍ଗ୍ସ ପଞ୍ଜାବର ବ୍ୟାଟ୍ସମ୍ୟାନମାନେ। ୫୦ ବଲର ସମ୍ମୁଖୀନ ହୋଇଥିବା ଅଧିନାୟକ ଲୋକେଶ ରାହୁଲ ଖେଳିଥିଲେ ୯୧ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୫ ଛକା। କେବଳ ଏହି ବ୍ୟାଟ୍ସମ୍ୟାନ ନୁହେଁ ଦୀପକ ହୁଡା (୬୪ ରନ୍‌, ୪ ଚୌକା ଓ ୬ ଛକା ) ଓ କ୍ରିସ୍‌ ଗେଲ (୪୦ ରନ୍‌, ୪ ଚୌକା ଓ ୨ ଛକା ) ମଧ୍ୟ ଛକା ଓ ଚୌକାର ବର୍ଷା କରିଥିଲେ। ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପୂରା ୨୦ ଓଭରରେ ୬ ଉଇକେଟ ହରାଇ ୨୨୧ ରନ୍‌ କରିଥିଲା। ଜବାବରେ ରାଜସ୍ଥାନକୁ ମିଳି ନ ଥିଲା ଆବଶ୍ୟକୀୟ ଆରମ୍ଭ। ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ବେନ ଷ୍ଟୋକ୍ସ। ତାଙ୍କ ପରେ ମନନ ବୋହରା (୧୨), ଜୋସ ବଟଲର (୨୫) ଓ ଶିବମ ଦୁବେ (୨୩)ଙ୍କ ଉଇକେଟ ହରାଇଥିଲା ରାଜସ୍ଥାନ। କିନ୍ତୁ ଗୋଟିଏ ପଟେ ଛିଡ଼ା ହୋଇ ବଡ଼ ବଡ଼ ଶଟ୍‌ ଖେଳି ଚାଲିଥିଲେ ଅଧିନାୟକ ସଞ୍ଜୁ ସାମସନ। ତାଙ୍କ ସହ ରିଆନ ପରାଗ (୨୫) ମିଶି ୨୦ ବଲରେ ଯୋଡ଼ିଥିଲେ ୫୨ ରନ୍‌। ଏହାପରେ ଏକାକି ଖେଳିଥିଲେ ସାମସନ। କ୍ୟାରିୟରର ୩ୟ ଶତକ ପୂରଣ କରିଥିଲେ। ହେଲେ ଦଳକୁ ଜିତାଇବାକୁ ସକ୍ଷମ ହୋଇ ନ ଥିଲେ। ୬୩ ବଲ ଖେଳିଥିବା ସାମସନ ୧୨ ଚୌକା ଓ ୭ ଛକା ସହାୟତାରେ ୧୧୯ ରନ୍‌ର ପାଳି ଖେଳି ଆଉଟ୍‌ ହୋଇଥିଲେ। ବିଜୟୀ ଦଳ ପାଇଁ ଅର୍ଶଦୀପ ସିଂ ୩ ଓ ମହମ୍ମଦ ଶାମି ୨ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri