Posted inଜାତୀୟ

ପଞ୍ଜାବରେ ଅପରେଶନ୍‌ ଲୋଟସ୍‌: ବିଧାୟକଙ୍କୁ ୨୫-୨୫କୋଟିର ଅଫର

ଚଣ୍ଡିଗଡ଼,୧୩।୯: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ସରକାରରେ ଥିବା ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ପରିଚାଳିତ ହେବା ସହ ଏଏପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ଭାଜପା ପ୍ରତ୍ୟେକ ଏଏପି ବିଧାୟକଙ୍କୁ ୨୫କୋଟି ଟଙ୍କାର ଅଫର ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଏହାକୁ ନେଇ ଏଏପି ପଞ୍ଜାବ ମଙ୍ଗଳବାର ଟୁଇଟ କରି କହିଛି, ସିରିଏଲ୍‌ କିଲର ଭାଜପା ବର୍ତ୍ତମାନ ପଞ୍ଜାବରେ ନିଜର ଅପରେଶନ୍‌ ଲୋଟସ୍‌ ଚଳାଉଛି। ରାଜ୍ୟର ଏଏପି ବିଧାୟକମାନଙ୍କୁ ୨୫-୨୫ କୋଟି ଅଫର୍‌ ଦେଉଛି। କିନ୍ତୁ ଭାଜପା ଭୁଲି ଯାଉଛି ଯେ, ଏଏପିର ଜଣେ ବି ବିଧାୟକ ଏହି ଘୋଡ଼ାବେପାରରେ ସାମିଲ ହେବେ ନାହିଁ। ଦିଲ୍ଲୀ ଭଳି ପଞ୍ଜାପରେ ମଧ୍ୟ ଭାଜପାର ଅପରେଶନ୍‌ ଲୋଟସ୍‌ ବିଫଳ ହେବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀରେ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ଭାଜପା ଉପରେ ଅଭିଯୋଗ ଆଣିିଛନ୍ତି। ଏଏପି ବିଧାୟକଙ୍କୁ କିଣି ପଞ୍ଜାବରେ କ୍ଷମତାରେ ଥିବା ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ କରୁଛି ଭାଜପା। ପଞ୍ଜାବରେ ଅପରେଶନ୍‌ ଲୋଟସ୍‌ ପାଇଁ ଭାଜପା କେନ୍ଦ୍ରୀୟ ଏଜେନ୍ସି ସହିତ ଟଙ୍କାର ମଧ୍ୟ ବ୍ୟବହାର କରୁଛି। କେବଳ ଏତିକି ନୁହେଁ, ବିଧାୟକମାନଙ୍କୁ ବଡ଼ ପଦବୀର ମଧ୍ୟ ଭାଜପା ପ୍ରଲୋଭନ ଦେଖାଉଥିବା ହରପାଲ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri