Posted inଜାତୀୟ

ରାଜ୍ୟରେ ଅଭାବ ନାହିଁ କୋଇଲା: ଡେପୁଟି ଚିଫ ଇଞ୍ଜିନିୟର ପଞ୍ଜାବ

ଚଣ୍ଡିଗଡ଼,୩୦ ।୪: ଦେଶରେ କୋଇଲା ଅଭାବ ଯୋଗୁ ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ବିଜୁଳି ସଙ୍କଟ ଉପୁଜିଛି । କିଛି କିଛି ରାଜ୍ୟରେ ଏବେଠାରୁ ୭-୮ ଘଣ୍ଟା ବିଜୁଳି ଯାଗାଣ ବନ୍ଦ ରହୁଥିବା ଦେଖାଗଲାଣି । ଇତିମଧ୍ୟରେ ପଞ୍ଜାବର ଡେପୁଟି ଚିଫ ଇଞ୍ଜିନିୟର ସଞ୍ଜିବ ପ୍ରଭାକର କହିଛନ୍ତି ରାଜ୍ୟରେ କୋଇଲାର ଅଭାବ ନାହିଁ ।
ପ୍ରଭାକର କହିଛନ୍ତି ଗ୍ରୀଷ୍ମ ଯୋଗୁ ବିଜୁଳି ଖର୍ଚ୍ଚ ୩୦-୪୦ ପ୍ରତିଶତ ବୃଦ୍ଧି ହୋଇଥାଏ । ଯଦି କୌଣସି ସ୍ଥାନରେ ବିଜୁଳି ଯୋଗାଣ ବନ୍ଦ ହେଉଛି ତେବେ ୨ ଥର୍ମାଲ ପ୍ଲାଣ୍ଟରେ ଯାନ୍ତ୍ରୀକ ତ୍ରୁଟିଯୋଗୁ ଏଭଳି ହେଉଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ୮୦୦ ମେଗାୱାଟର ବିଜୁଳି ପ୍ରଭାବିତ ହେଉଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଭଗୱନ୍ତ ମାନ ସରକାରରେ ଶକ୍ତିମନ୍ତ୍ରୀ ଥିବା ହରଭଜନ ସିଂ ବିଜୁଳି ସଙ୍କଟର ସମସ୍ତ କାରଣ ଚରଣଜିତ ସିଂ ଚନ୍ନି ସରକାରଙ୍କ ଉପରେ ଲଦି ଦେଇଥିଲେ । ସେ କହିଛନ୍ତି କଂଗ୍ରେସର ଚନ୍ନି ସରକାର ତାଙ୍କ ସମୟରେ ବିଜୁଳି ସମସ୍ୟାକୁ ନେଇ କୌଣସି ବ୍ୟବସ୍ଥା କରି ନ ଥିଲେ । ହେଲେ ଚଳିତ ବର୍ଷ ଆରମ୍ଭରୁ ବିଜୁଳି ଯୋଗାଣ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଆମ ସରକାର ଚେଷ୍ଟା କରୁଛି ଏହି ସଙ୍କଟରୁ ପଞ୍ଜାବ ଲୋକଙ୍କୁ ମୁକ୍ତ କରିବାକୁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ବିରୋଧି ବିଜୁଳି ସଙ୍କଟକୁ ନେଇ ପଞ୍ଜାବର ଆମ ଆଦମୀ ସରକାରଙ୍କୁ ଟାର୍ଗେଟ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri