ଇସ୍ତଫା ଦେଲେ ଚନ୍ନି

ଚଣ୍ଡିଗଡ,୧୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନି ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତେବେ ନୂତନ ସରକାର ଗଠନ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କୁ କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ପଦରେ ରଖିବାକୁ କହିଛନ୍ତି।
ଚନ୍ନି କହିଛନ୍ତି ଯେ ମୁଁ ରାଜ୍ୟପାଳଙ୍କୁ ମୋର ଇସ୍ତଫା ପତ୍ର ଦେଇଛି। ନୂତନ ସରକାର ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେ ମୋତେ ଏବଂ କ୍ୟାବିନେଟକୁ କାମ କରିବାକୁ କହିଥିଲେ। ମୁଁ ଜନାଦେଶକୁ ସ୍ବୀକାର କରୁଛି।ପଞ୍ଜାବର ଲୋକଙ୍କ ସେବା କରିବା ପାଇଁ ଆମେ ସବୁବେଳେ ଉପସ୍ଥିତ ରହିବୁ। ଆମେ ଆମର କର୍ତ୍ତବ୍ୟ ଜାରି ରଖିବୁ। ଜନ କଲ୍ୟାଣ ପ୍ରକଳ୍ପ ଏବଂ ଯୋଜନା ଜାରି ରଖିବାକୁ ମୁଁ ନୂତନ ସରକାରଙ୍କୁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଚରଣଜିତ ସିଂ ଚନ୍ନି ଏବଂ ତାଙ୍କର ଅର୍ଦ୍ଧେକ ମନ୍ତ୍ରୀ ହାରିଯାଇଛନ୍ତି। ଏଥି ସହିତ, ଆମ ଆଦମୀ ପାର୍ଟି (ଏଏପି) ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୧୧୭ ବିଧାନସଭା ଆସନ ମଧ୍ୟରୁ ଏଏପି ୯୨ ଆସନରେ ଜିତିଥିବାବେଳେ ଶାସକ କଂଗ୍ରେସକୁ ୧୮ଟି ଆସନ ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପୂର୍ବାଞ୍ଚଳରେ ଭାଜପା କେତେ ସଫଳ

ନୂଆଦିଲ୍ଲୀ, (କୁଲଦୀପ ସିଂ) ୯।୪ : କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଏପ୍ରିଲ ୬ ତାରିଖରେ ୪୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି।...

ଅବନ୍ତିପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀର ଅବନ୍ତିିପୋରାର ତ୍ରାଲରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସର ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ,୨୯ା୫- ଖ୍ୟାତନାମା ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କର ଶୁକ୍ରବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଗତ ସପ୍ତାହରେ ତାଙ୍କୁ...

‘ଶହୀଦ ଯବାନଙ୍କ ପ୍ରତିଶୋଧ ନିଅ ମୋଦି ସରକାର’, ପୁଞ୍ଛ ଆକ୍ରମଣକୁ ନେଇ ରାଗିଲା ଶିବସେନା-ବିଲାଓ୍ବଲଙ୍କ ଭାରତ ଗସ୍ତକୁ ବିରୋଧ

ମୁମ୍ବାଇ,୨୧।୪: ଜମ୍ମୁ-କଶ୍ମୀରକୁ ଲାଗି ରହିଥିବା ପୁଞ୍ଛ ଜିଲାର ଭିମ୍ବର ଗଳି ଅଞ୍ଚଳରେ ଗୁରୁବାର ୨୦ ଏପ୍ରିଲରେ ଏକ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।...

୩୦ ମାସ ପରେ ମାତ୍ର ୨ ଦିନ ପାଇଁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୯।୫ : ସୋମବାର ସୁପ୍ରିମକୋର୍ଟର ବିଚାରପତି ଭାବେ ଜଷ୍ଟିସ ସୁଦର୍ଶନ ଧୁଲିଆ ଏବଂ ଜଷ୍ଟିସ ଜାମସେଦ ବି ପାରଦୀୱାଲା ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ...

ମିଶନ ଗଗନୟାନ: କ୍ରୁ ପୁନରୁଦ୍ଧାର ଦଳର ପ୍ରଥମ ବ୍ୟାଚ ଡବ୍ଲୁଏସଟିଏଫ ତାଲିମର ପ୍ରଥମ ପର୍ଯ୍ୟାୟ ସମାପ୍ତ…

ଶ୍ରୀହରିକୋଟା,୨।୭ : ଇସ୍ରୋର ମିଶନ ଗଗନୟାନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ମିଶନର କ୍ରୁ ପୁନରୁଦ୍ଧାର ଦଳର ପ୍ରଥମ ବ୍ୟାଚ କୋଚିରେ ଭାରତୀୟ...

ନୂଆବର୍ଷରେ ବି ଜାରି ରହିବ କଟକଣା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୧୨: ଗୋଟିଏ ଦିନ ପରେ ନୂଆବର୍ଷ। କରୋନା ମହାମାରୀରେ ନାନା ପ୍ରକାର ହଇରାଣ ହରକତ ହୋଇଥିବା ଲୋକେ ନୂଆବର୍ଷ ପାଳନ ପାଇଁ ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ...

ଦ୍ୱିତୀୟଥର ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ

ଇମ୍ଫାଲ,୨୦।୩: ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ରବିବାର ସ୍ପଷ୍ଟ ହୋଇଛି। ମଣିପୁର ଭାଜପା ବିଧାୟକ ଦଳର ବୈଠକରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବିଧାୟକ...

Advertisement
Archives

Model This Week