Posted inଖେଳ

‘ଶର୍ଟ ରନ’ କଲ୍‌ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା

ଦୁବାଇ, ୨୨।୯(ପି.ଟି.)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’ କଲ୍‌ ବିରୋଧରେ ଆବେଦନ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ତ୍ରୁଟିଶୂନ୍ୟ ଫଳାଫଳ ପାଇଁ ଅଧିକ ଟେକ୍ନାଲୋଜିର ସହାୟତା ନେବା ସପକ୍ଷରେ ପୂର୍ବତନ ଖେଳାଳିମାନେ ମତବ୍ୟକ୍ତ କରିଛନ୍ତି। ସୁପର ଓଭର ପୂର୍ବରୁ ଟିଭି ଫୁଟେଜରୁ ଜଣାପଡ଼ିଥିଲା ଯେ, କାଗିଶୋ ରାବାଡ଼ା ବୋଲିଂ କରିଥିବା ୧୯ତମ ଓଭରର ତୃତୀୟ ବଲ୍‌ରେ ମୟଙ୍କ ଅଗ୍ରଓ୍ବାଲ ୨ ରନ ନେବାକୁ ଉଦ୍ୟମ କରିଥିବାବେଳେ କ୍ରିସ୍‌ ଜୋର୍ଡାନଙ୍କ ରନ୍‌କୁ ଅମ୍ପାୟର ମେନନ ତ୍ରୁଟିପୂର୍ଣ୍ଣଭାବେ ‘ଶର୍ଟ ରନ୍‌’ କଲ୍‌ କରିଥିଲେ। ମାତ୍ର ରନ ନେବା ଅବସରରେ ଜୋର୍ଡାନଙ୍କ ବ୍ୟାଟ୍‌ କ୍ରିଜ୍‌ର ସମ୍ପୂର୍ଣ୍ଣ ଭିତରେ ଥିବା ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ମେନନଙ୍କ ନିଷ୍ପତ୍ତି ଅନୁସାରେ ଅଗ୍ରଓ୍ବାଲଙ୍କ ସ୍କୋର ଏବଂ ପଞ୍ଜାବର ମୋଟ ସ୍କୋରରେ ମାତ୍ର ୧ ରନ ଯୋଗ ହୋଇଥିଲା। କଲ୍‌ରେ ତ୍ରୁଟିଥିବା ଜଣା ପଡ଼ିଥିଲେ ହେଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ନ ଥିଲା। ଫଳରେ ଅନ୍ତିମ ଓଭରରେ ପଞ୍ଜାବ ପାଇଁ ୧୩ ରନର ବିଜୟ ଲକ୍ଷ୍ୟ ରହିଥିଲା। ଅଗ୍ରଓ୍ବାଲ ୧୨ ରନ ନେବାରୁ ମ୍ୟାଚ ଟାଇ ହୋଇଯାଇଥିଲା। ମୋଟ ସ୍କୋରରେ ଯଦି ସେହି ରନ୍‌ଟି ଯୋଗ ହୋଇଥାନ୍ତା ତେବେ ପଞ୍ଜାବ ୩ ବଲ୍‌ ବାକିଥାଇ ବିଜୟ ହାସଲ କରିଥାନ୍ତା। ମ୍ୟାଚ ସୁପର ଓଭରକୁ ଯାଇ ନ ଥାନ୍ତା କି ପଞ୍ଜାବ ପରାଜିତ ହୋଇ ନ ଥାନ୍ତା। ”ଆମେ ମ୍ୟାଚ ରେଫରିଙ୍କ ନିକଟରେ ଆବେଦନ କରିଛୁ। ଜଣେ ମଣିଷ ପକ୍ଷରେ ତ୍ରୁଟି ହେବା ସ୍ବାଭାବିକ। ମାତ୍ର ଆଇପିଏଲ୍‌ ପରି ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଏପରି ତ୍ରୁଟିର ସ୍ଥାନ ନାହିଁ। ଏହି ଏକ ରନ ଆମକୁ ପ୍ଲେ-ଅଫ୍‌ରୁ ବଞ୍ଚତ୍ତ କରିପାରେ“ ବୋଲି କିଙ୍ଗ୍ସ ଇଲେଭେନ ପଞ୍ଜାବ ସିଇଓ ସତୀଶ ମେନନ ପ୍ରକାଶ କରିଛନ୍ତି।
ଆଇପିଏଲ୍‌ ନିୟମ ଅନୁସାରେ ଅମ୍ପାୟରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଜଣାପଡ଼ିଲେ ହେଁ ତାହା ଚୂଡ଼ାନ୍ତ। ଏଥିରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ତେଣୁ ପଞ୍ଜାବ ଦଳର ଆବେଦନରେ ଫଳାଫଳରେ ପରିବର୍ତ୍ତନ ସମ୍ଭାବନା ନାହିଁ। ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଟମ୍‌ ମୁଡୀଙ୍କ କହିବା ଅନୁସାରେ ଯଦି ଟେକ୍ନୋଲୋଜିରୁ ଗେମ୍‌କୁ ଫାଇଦା ମିଳୁଛି ତେବେ ନିୟମରେ ପରିବର୍ତ୍ତନ ହେବା ଆବଶ୍ୟକ। ଦୁର୍ଭାଗ୍ୟଜନକଭାବେ ଏପରି ଘଟଣାକୁ ଏଡ଼ାଇବା ପାଇଁ ବ୍ୟବସ୍ଥା ହେବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏପରିସ୍ଥିତିରେ ତୃତୀୟ ଅମ୍ପାୟର ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜ୍ରେକର ପ୍ରକାଶ କରିଛନ୍ତି। କ୍ରିକେଟରରୁ ଭାଷ୍ୟକାର ହୋଇଥିବା ଆକାଶ ଚୋପ୍ରା ମଧ୍ୟ ଅମ୍ପାୟରିଂକୁ ସମାଲୋଚନା କରିଛନ୍ତି। ନ୍ୟାର୍ଯ୍ୟ ଫଳାଫଳ ପାଇଁ ଟେକ୍ନୋଲୋଜିର ବ୍ୟବହାର ନିହାତି ଜରୁରୀ ବୋଲି ସେ କହିଛନ୍ତି। ତ୍ରୁଟିହୀନ ଫଳାଫଳ ପାଇଁ ନିୟମରେ ପରିବର୍ତ୍ତନ ଆବଶ୍ୟକ ବୋଲି ପଞ୍ଜାବ ଦଳର ସହ ମାଲିକ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟ୍‌ କରିଛନ୍ତି। ବିଜୟ କିମ୍ବା ପରାଜୟ କ୍ଷେତ୍ରରେ ମୁଁ ସର୍ବଦା ଖେଳୁଆଡ଼ ମନୋଭାବକୁ ବିଶ୍ୱାସ କରିଥାଏ। ତେବେ ଭବିଷ୍ୟତରେ ଗେମ୍‌ରେ ଉନ୍ନତି ପାଇଁ ନୀତିରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ। ଯାହା ହୋଇଗଲା ତାହା ଅତୀତ, ଏବେ ସକାରାତ୍ମକ ଚିନ୍ତାରେ ଆଗକୁ ବଢ଼ିବାର ଅଛି“ ବୋଲି ସେ ଟୁଇଟ୍‌ କରିଛନ୍ତି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏପରି ଏକ କଲ୍‌ ପାଇଁ ଅମ୍ପାୟରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସ୍କଟ୍‌ ଷ୍ଟାଇରିସ ଏହାକୁ ଅତି ଖରାପ ନିଷ୍ପତ୍ତି ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri