Posted inଖେଳ

‘ଶର୍ଟ ରନ’ କଲ୍‌ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା

ଦୁବାଇ, ୨୨।୯(ପି.ଟି.)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’ କଲ୍‌ ବିରୋଧରେ ଆବେଦନ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ତ୍ରୁଟିଶୂନ୍ୟ ଫଳାଫଳ ପାଇଁ ଅଧିକ ଟେକ୍ନାଲୋଜିର ସହାୟତା ନେବା ସପକ୍ଷରେ ପୂର୍ବତନ ଖେଳାଳିମାନେ ମତବ୍ୟକ୍ତ କରିଛନ୍ତି। ସୁପର ଓଭର ପୂର୍ବରୁ ଟିଭି ଫୁଟେଜରୁ ଜଣାପଡ଼ିଥିଲା ଯେ, କାଗିଶୋ ରାବାଡ଼ା ବୋଲିଂ କରିଥିବା ୧୯ତମ ଓଭରର ତୃତୀୟ ବଲ୍‌ରେ ମୟଙ୍କ ଅଗ୍ରଓ୍ବାଲ ୨ ରନ ନେବାକୁ ଉଦ୍ୟମ କରିଥିବାବେଳେ କ୍ରିସ୍‌ ଜୋର୍ଡାନଙ୍କ ରନ୍‌କୁ ଅମ୍ପାୟର ମେନନ ତ୍ରୁଟିପୂର୍ଣ୍ଣଭାବେ ‘ଶର୍ଟ ରନ୍‌’ କଲ୍‌ କରିଥିଲେ। ମାତ୍ର ରନ ନେବା ଅବସରରେ ଜୋର୍ଡାନଙ୍କ ବ୍ୟାଟ୍‌ କ୍ରିଜ୍‌ର ସମ୍ପୂର୍ଣ୍ଣ ଭିତରେ ଥିବା ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ମେନନଙ୍କ ନିଷ୍ପତ୍ତି ଅନୁସାରେ ଅଗ୍ରଓ୍ବାଲଙ୍କ ସ୍କୋର ଏବଂ ପଞ୍ଜାବର ମୋଟ ସ୍କୋରରେ ମାତ୍ର ୧ ରନ ଯୋଗ ହୋଇଥିଲା। କଲ୍‌ରେ ତ୍ରୁଟିଥିବା ଜଣା ପଡ଼ିଥିଲେ ହେଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ନ ଥିଲା। ଫଳରେ ଅନ୍ତିମ ଓଭରରେ ପଞ୍ଜାବ ପାଇଁ ୧୩ ରନର ବିଜୟ ଲକ୍ଷ୍ୟ ରହିଥିଲା। ଅଗ୍ରଓ୍ବାଲ ୧୨ ରନ ନେବାରୁ ମ୍ୟାଚ ଟାଇ ହୋଇଯାଇଥିଲା। ମୋଟ ସ୍କୋରରେ ଯଦି ସେହି ରନ୍‌ଟି ଯୋଗ ହୋଇଥାନ୍ତା ତେବେ ପଞ୍ଜାବ ୩ ବଲ୍‌ ବାକିଥାଇ ବିଜୟ ହାସଲ କରିଥାନ୍ତା। ମ୍ୟାଚ ସୁପର ଓଭରକୁ ଯାଇ ନ ଥାନ୍ତା କି ପଞ୍ଜାବ ପରାଜିତ ହୋଇ ନ ଥାନ୍ତା। ”ଆମେ ମ୍ୟାଚ ରେଫରିଙ୍କ ନିକଟରେ ଆବେଦନ କରିଛୁ। ଜଣେ ମଣିଷ ପକ୍ଷରେ ତ୍ରୁଟି ହେବା ସ୍ବାଭାବିକ। ମାତ୍ର ଆଇପିଏଲ୍‌ ପରି ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଏପରି ତ୍ରୁଟିର ସ୍ଥାନ ନାହିଁ। ଏହି ଏକ ରନ ଆମକୁ ପ୍ଲେ-ଅଫ୍‌ରୁ ବଞ୍ଚତ୍ତ କରିପାରେ“ ବୋଲି କିଙ୍ଗ୍ସ ଇଲେଭେନ ପଞ୍ଜାବ ସିଇଓ ସତୀଶ ମେନନ ପ୍ରକାଶ କରିଛନ୍ତି।
ଆଇପିଏଲ୍‌ ନିୟମ ଅନୁସାରେ ଅମ୍ପାୟରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଜଣାପଡ଼ିଲେ ହେଁ ତାହା ଚୂଡ଼ାନ୍ତ। ଏଥିରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ତେଣୁ ପଞ୍ଜାବ ଦଳର ଆବେଦନରେ ଫଳାଫଳରେ ପରିବର୍ତ୍ତନ ସମ୍ଭାବନା ନାହିଁ। ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଟମ୍‌ ମୁଡୀଙ୍କ କହିବା ଅନୁସାରେ ଯଦି ଟେକ୍ନୋଲୋଜିରୁ ଗେମ୍‌କୁ ଫାଇଦା ମିଳୁଛି ତେବେ ନିୟମରେ ପରିବର୍ତ୍ତନ ହେବା ଆବଶ୍ୟକ। ଦୁର୍ଭାଗ୍ୟଜନକଭାବେ ଏପରି ଘଟଣାକୁ ଏଡ଼ାଇବା ପାଇଁ ବ୍ୟବସ୍ଥା ହେବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏପରିସ୍ଥିତିରେ ତୃତୀୟ ଅମ୍ପାୟର ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜ୍ରେକର ପ୍ରକାଶ କରିଛନ୍ତି। କ୍ରିକେଟରରୁ ଭାଷ୍ୟକାର ହୋଇଥିବା ଆକାଶ ଚୋପ୍ରା ମଧ୍ୟ ଅମ୍ପାୟରିଂକୁ ସମାଲୋଚନା କରିଛନ୍ତି। ନ୍ୟାର୍ଯ୍ୟ ଫଳାଫଳ ପାଇଁ ଟେକ୍ନୋଲୋଜିର ବ୍ୟବହାର ନିହାତି ଜରୁରୀ ବୋଲି ସେ କହିଛନ୍ତି। ତ୍ରୁଟିହୀନ ଫଳାଫଳ ପାଇଁ ନିୟମରେ ପରିବର୍ତ୍ତନ ଆବଶ୍ୟକ ବୋଲି ପଞ୍ଜାବ ଦଳର ସହ ମାଲିକ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟ୍‌ କରିଛନ୍ତି। ବିଜୟ କିମ୍ବା ପରାଜୟ କ୍ଷେତ୍ରରେ ମୁଁ ସର୍ବଦା ଖେଳୁଆଡ଼ ମନୋଭାବକୁ ବିଶ୍ୱାସ କରିଥାଏ। ତେବେ ଭବିଷ୍ୟତରେ ଗେମ୍‌ରେ ଉନ୍ନତି ପାଇଁ ନୀତିରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ। ଯାହା ହୋଇଗଲା ତାହା ଅତୀତ, ଏବେ ସକାରାତ୍ମକ ଚିନ୍ତାରେ ଆଗକୁ ବଢ଼ିବାର ଅଛି“ ବୋଲି ସେ ଟୁଇଟ୍‌ କରିଛନ୍ତି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏପରି ଏକ କଲ୍‌ ପାଇଁ ଅମ୍ପାୟରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସ୍କଟ୍‌ ଷ୍ଟାଇରିସ ଏହାକୁ ଅତି ଖରାପ ନିଷ୍ପତ୍ତି ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri