Posted inଖେଳ

ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ପୁମା ସର୍ବାଗ୍ରେ

ନୂଆଦିଲ୍ଲୀ,୮।୮(ପି.ଟି.): ଭାରତୀୟ କ୍ରିକେଟ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ବିଶ୍ୱର ଦୁଇ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ପୁମା ଓ ଆଡିଡାସ ସାମିଲ ହୋଇଛନ୍ତି। ଜର୍ମାନୀ କମ୍ପାନୀ ପୁମା କିନ୍ତୁ ଏହି ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ରହିଛି। ଆଡିଡାସ୍‌ ମଧ୍ୟ ଏହି ଦୌଡ଼ରେ ସାମିଲ ହେବାର ସମ୍ପାବନା ସୃଷ୍ଟି ହୋଇଛି। ତେବେ ଅନ୍ୟତମ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ନାଇକ୍‌ ଏହି ଦୌଡ଼ରେ ସାମିଲ ହୋଇଛି କି ନା ତାହା ଜଣାପଡିନାହିଁ। ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ନାଇକ୍‌ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହ ଚୁକ୍ତି କରିଥିଲା ଓ ୩୭୦ କୋଟି ଟଙ୍କା ଦେଇଥିଲା। ତେବେ ବିସିସିଆଇ ଅପେକ୍ଷାକୃତ କମ୍‌ ବିଡ୍‌ ଲଗାଇବା ନେଇ ପ୍ରସ୍ତାବ ରଖିବା ପରେ ନାଇକ୍‌ ଏଥିରେ ସହମତି ପ୍ରକାଶ କରି ନ ଥିଲା ଓ ଏହାକୁ ପ୍ରତ୍ୟାଖାନ କରିଥିଲା।
ତେବେ ପୁମା ଇତିମଧ୍ୟରେ ବିଡ୍‌ ଡକ୍ୟୁମେଣ୍ଟ ବା ଆଇଟିଟି (ଇନ୍‌ଭାଇଟେଶନ ସହ ଟେଣ୍ଡର) ଦସ୍ତାବିଜ୍‌ ୧ ଲକ୍ଷ ଟଙ୍କା ବିନିମୟରେ କ୍ରୟ କରିଛି। ବିଡ୍‌ ଦାଖଲ କରିବାକୁ ପୁମା ସ୍ବତନ୍ତ୍ର ଭାବେ ଉତ୍ସାହିତ ଅଛି ବୋଲି ନିଜ ନାମ ଗୋପନ ରଖି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଡିଡାସ୍‌ ମଧ୍ୟ ଏଥିରେ ସାମିଲ ହେବାକୁ ଇଚ୍ଛା ଜାହିର କରିଛି। ସାରା ବିଶ୍ୱରେ ପୁମାର ୩୫୦ଟି ସ୍ବତନ୍ତ୍ର ଷ୍ଟୋର ଓ ଆଡିଡାସ୍‌ର ୪୫୦ରୁ ଊର୍ଦ୍ଧ୍ୱ ଆଉଟ୍‌ଲେଟ ରହିଛି।
ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଓପନର ଲୋକେଶ ରାହୁଲ ଏବେ ପୁମାର ବ୍ରାଣ୍ଡ୍‌ ଆମ୍ବାସାଡର ରହିଛନ୍ତି। ପୁମା ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସହିତ ଜଡିତ ରହିଛି। ତେଣୁ ଭାରତୀୟ ମାର୍କେଟରେ ନିଜର ପ୍ରଭାବ ବିସ୍ତାର କରିବାକୁ ପୁମା ଏବେ ପ୍ରସ୍ତୁତ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ବିସିସିଆଇ ମ୍ୟାଚ୍‌ ପିଛା ବେସ୍‌ ପ୍ରାଇସ୍‌ ୬୧ ଲକ୍ଷ ଟଙ୍କା ରଖିଛି। ତେବେ ଏହା ପୂର୍ବରୁ ମ୍ୟାଚ୍‌ ପିଛା ବେସ୍‌ ପ୍ରାଇସ୍‌ ୮୮ ଲକ୍ଷ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri