ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି। ବୈପାରୀଗୁଡା ପଞ୍ଚାୟତଠାରୁ ଅଲଗା ହୋଇ ନୂତନ ଭାବେ ଗଠିତ ହୋଇଥିବା ଏହି ପୂଜାରିଗୁଡା ପଞ୍ଚାୟତର ଉକ୍ତ ଆସନରେ ୨ ଜଣ ଭାଗୀରଥି ମୁର୍ଜିଆ ଓ ପ୍ରଶାନ୍ତ ଗୁପ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ଅନ୍ୟ କୌଣସି ରାଜନୈତିକ ଦଳ ସମର୍ଥତ୍ତ ପ୍ରାର୍ଥୀ ଅବା ସ୍ବାଧୀନ ପ୍ରାର୍ଥୀ ଛିଡା ହୋଇ ନ ଥିବାରୁ ଭାଗୀରଥି ଓ ପ୍ରଶାନ୍ତଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ। ଭାଗୀରଥି ବର୍ତ୍ତମାନ ବୈପାରିଗୁଡା ପଞ୍ଚାୟତ ସରପଞ୍ଚ ଥିବା ବେଳେ ସେ ପୂର୍ବରୁ ମଧ୍ୟ ୨ ଥର ସରପଞ୍ଚ ଥିଲେ ା ପୂଜାରିଗୁଡା ପଞ୍ଚାୟତର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ନିର୍ବାଚନରେ ଜିତିବା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ା ଅପରପକ୍ଷରେ ପ୍ରଶାନ୍ତ ବର୍ତ୍ତମାନ ଜିଲା ପରିଷଦ ଜୋନ୍‌-୨ ସଭ୍ୟ ଅଛନ୍ତି। ପୂର୍ବରୁ ସେ ଥରେ ବ୍ଲକ ଅଧ୍ୟକ୍ଷ ଓ ୨ ଥର ସମିତିସଭ୍ୟ ଥିଲେ। ତେବେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଅଥବା ଭାଜପାର କେହି ସମର୍ଥିତ ପ୍ରାର୍ଥୀ ନ ଥିବାରୁ ଉଭୟ ଦଳର ସମର୍ଥକ ଭୋଟର୍‌ କାହା ସପକ୍ଷରେ ଯିବେ ତାହା ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି ା ଉଭୟ ଦଳର ଭୋଟରଙ୍କୁ ଯିଏ ମନେଇ ପାରିଲା ତା’ର ଜିତାପଟ୍‌ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ ଫେରିପାଇବା ଲକ୍ଷ୍ୟରେ ବିଜେଡି

ରାଇଘର, ୩୦ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏବେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ଚାଲିଛି। ଗ୍ରାମାଞ୍ଚଳରେ ନେତା ଡେରା ପକାଇ ଲୋକଙ୍କୁ ଏକାଠି କରି ଜୋର୍‌ଦାର ପ୍ରଚାର...

ମାଓବାଦୀଙ୍କ ଆଡ୍ଡାରେ ଚଢାଉ: ବିପୁଳ ପରିମାଣର ବିସ୍ପୋରକ ଜବତ

କୋରାପୁଟ,୧୯।୧୦(ସ୍ବ.ପ୍ର)-କୋରାପୁଟ ଜିଲା ମାଛକୁଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଏକ ଆଡ୍ଡା ଉପରେ ରବିବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ପୋରକ...

ଧାନ ଉଠୁନି, ଶୀତ କାକରରେ ଜଗିଛନ୍ତି ଚାଷୀ

କୁନ୍ଦୁରା,୨୨।୧(ଡି.ଏନ.ଏ.): କୋରାପୁଟ ଜିଲାରେ ଚଳିତ ଖରିଫ ଋତୁରେ ଅମଳ ପରେ ୨୫ ପ୍ରତିଶତ ଧାନ ଚାଷୀ ବିକ୍ରି କରିଥିବା ବେଳେ ୭୫ ପ୍ରତିଶତ ଧାନକୁ ଦୀର୍ଘ...

ସୁନାଚୋରି ଘଟଣାରେ ଆଇଆଇସି ନିଲମ୍ବିତ

କୋରାପୁଟ/ନାରାୟଣପାଟଣା,୨ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଥାନା ଆଇଆଇସି ରଞ୍ଜିତ୍‌ ସାହୁଙ୍କୁ ବୁଧବାର ଡିଜିପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ...

ସ୍କୁଲରେ ରନ୍ଧାଖାଦ୍ୟ ଦେବ ଏସ୍‌ଏଚ୍‌ଜି

ଜୟପୁର,୮ା୧(ଡି.ଏନ୍‌.ଏ.)- ଏସ୍‌ଏଚ୍‌ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ...

ପରିବହନ ବିଭାଗର ଚଢାଉ : ୬ ସ୍କୁଲ ବସ, ୪ ଅଟୋ ଉପରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମନା

କୋରାପୁଟ,୨୦।୪(ସ୍ବ.ପ୍ର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ କୋରାପୁଟ ଓ ସେମିଳିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ...

ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ

ନାକଟିଦେଉଳ,୨୩ା୧(ଡି.ଏନ୍‌.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ...

ପ୍ରଚାର ମଇଦାନରେ ବିଜେଡି ପ୍ରାର୍ଥୀ, ମଙ୍ଗ ଧରିଛନ୍ତି ବିଧାୟକ

କୋକସରା,୨।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରଚାରରେ ଉଠୁଛି ପଡୁଛି ଗାଁ ଦାଣ୍ଡ । ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ବାହାରି ଭୋଟରଙ୍କ ନିକଟରେ ନିଜ ସପକ୍ଷରେ...

Advertisement
Archives

Model This Week