ପୂଜାରିଗୁଡ଼ା ପଞ୍ଚାୟତ ସମିତି ଆସନରେ ଦ୍ୱିମୁଖୀ ଲଢ଼େଇ

ବୈପାରିଗୁଡା,୭ା୨ (ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୈପାରିଗୁଡା ବ୍ଲକ ପୂଜାରିଗୁଡା ପଞ୍ଚାୟତ ସମିତି ସଭ୍ୟ ଆସନରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଆକଳନ କରାଯାଉଛି। ବୈପାରୀଗୁଡା ପଞ୍ଚାୟତଠାରୁ ଅଲଗା ହୋଇ ନୂତନ ଭାବେ ଗଠିତ ହୋଇଥିବା ଏହି ପୂଜାରିଗୁଡା ପଞ୍ଚାୟତର ଉକ୍ତ ଆସନରେ ୨ ଜଣ ଭାଗୀରଥି ମୁର୍ଜିଆ ଓ ପ୍ରଶାନ୍ତ ଗୁପ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ଅନ୍ୟ କୌଣସି ରାଜନୈତିକ ଦଳ ସମର୍ଥତ୍ତ ପ୍ରାର୍ଥୀ ଅବା ସ୍ବାଧୀନ ପ୍ରାର୍ଥୀ ଛିଡା ହୋଇ ନ ଥିବାରୁ ଭାଗୀରଥି ଓ ପ୍ରଶାନ୍ତଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ। ଭାଗୀରଥି ବର୍ତ୍ତମାନ ବୈପାରିଗୁଡା ପଞ୍ଚାୟତ ସରପଞ୍ଚ ଥିବା ବେଳେ ସେ ପୂର୍ବରୁ ମଧ୍ୟ ୨ ଥର ସରପଞ୍ଚ ଥିଲେ ା ପୂଜାରିଗୁଡା ପଞ୍ଚାୟତର ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ନିର୍ବାଚନରେ ଜିତିବା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ା ଅପରପକ୍ଷରେ ପ୍ରଶାନ୍ତ ବର୍ତ୍ତମାନ ଜିଲା ପରିଷଦ ଜୋନ୍‌-୨ ସଭ୍ୟ ଅଛନ୍ତି। ପୂର୍ବରୁ ସେ ଥରେ ବ୍ଲକ ଅଧ୍ୟକ୍ଷ ଓ ୨ ଥର ସମିତିସଭ୍ୟ ଥିଲେ। ତେବେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଅଥବା ଭାଜପାର କେହି ସମର୍ଥିତ ପ୍ରାର୍ଥୀ ନ ଥିବାରୁ ଉଭୟ ଦଳର ସମର୍ଥକ ଭୋଟର୍‌ କାହା ସପକ୍ଷରେ ଯିବେ ତାହା ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି ା ଉଭୟ ଦଳର ଭୋଟରଙ୍କୁ ଯିଏ ମନେଇ ପାରିଲା ତା’ର ଜିତାପଟ୍‌ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?