Posted inଖେଳ

ବର୍ମିଂହାମ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ବର୍ମିଂହାମ, ୪ା୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୮୪ ରନ୍‌ରେ ସୀମିତ କରି ଭାରତ ଏହାର ସ୍ଥିତିକୁ ମଜଭୁତ କରିଛି। ଜବାବରେ ଦଳ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ବିନିମୟରେ ୧୨୫ ରନ ସଂଗ୍ରହ କରିଛି। ଚେତେଶ୍ୱର ପୂଜାରା ୫୦ ଓ ରିଷଭ ପନ୍ତ ୩୦ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଓପ୍‌ନର ଶୁବମନ ଗିଲ୍‌ ୪ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଜ୍ୟାକ୍‌ କ୍ରଲିଙ୍କ ଦ୍ୱାରା କ୍ୟାଚ୍‌ଆଉଟ ହୋଇଛନ୍ତି। ହନୁମା ବିହାରୀ ୧୧ ଏବଂ ବିରାଟ କୋହଲି ୨୦ରନ କରି ପ୍ୟାଭିଲିୟନ ଫେରିଛନ୍ତି। ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଥିବା ଭାରତ ରବିବାର ଖେଳ ଶେଷ ସୁଦ୍ଧା ଭାରତ ମୋଟ ଉପରେ ୨୫୭ରନ ଅଗ୍ରଣୀ ଲାଭ କରିଛି।
ଇଂଲଣ୍ଡ ପୂର୍ବଦିନର ପ୍ରଥମ ଇନିଂସ ଅସମାପ୍ତ ସ୍କୋର ୮୪/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦଳର ସବୁଠାରୁ ସଫଳ ବ୍ୟାଟର ଜନ୍ନି ବେୟାରଷ୍ଟୋ ୧୪୦ ବଲ୍‌ରୁ ୧୦୬ ରନ୍‌ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ସେ ପ୍ରଥମେ ବେନ୍‌ ଷ୍ଟୋକ୍ସ (୨୫)ଙ୍କ ସହ ୬୬ ରନ୍‌ ଏବଂ ପରେ ସାମ୍‌ ବିଲିଂ(୩୬ )ଙ୍କ ସହ ୯୨ ରନ୍‌ର ପାର୍ଟନରଶିପ୍‌ କରିଥିଲେ। ଭାରତ ତରଫରୁ ସବୁଠାରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୬୬ ରନ୍‌ ବିନିମୟରେ ୪ ଉଇକେଟ ନେଇଥିବା ବେଳେ ଯଶପ୍ରୀତ ବୁମ୍‌ରା ୩, ମହମ୍ମଦ ସାମି ୨ ଏବଂ ଶାର୍ଦ୍ଦୂଳ ଠାକୁର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ୪୧୬ ରନ୍‌ କରିଥିବା ଭାରତ ୧୩୨ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri