ସଜେଇ ହେଲାଣି ପୂଜାମଣ୍ଡପ

ଜଟଣୀ,୨୮।୮(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ବିଘ୍ନରାଜ ଗଣପତି ବାବା ଭକ୍ତଙ୍କ ମେଳରେ ପୂଜା ପାଇବେ। ମଣ୍ଡପରେ ଠାକୁରଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। ବିଭିନ୍ନ ବ୍ୟବସାୟୀ ସଂଘ, ପୂଜା କମିଟି ପକ୍ଷରୁ ଧୁମ୍‌ଧାମ୍‌ରେ ଏହି ପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଜଟଣୀର ଥାନା ଛକ ବ୍ୟବସାୟୀ ସଂଘ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ଦେଶ ସ୍ବାଧୀନତାର ବହୁ ପୂର୍ବରୁ ଏହି ସ୍ଥାନରେ ଥାନା ପ୍ରତିଷ୍ଠା କରାଯାଇଥିଲା। ଉକ୍ତ ସମୟରେ କେତେଜଣ ବ୍ୟବସାୟୀ ଏହି ସ୍ଥାନରେ ଦୋକାନ କରି ବ୍ୟବସାୟ କରୁଥିଲେ। ସେଥିପାଇଁ ଏହି ସ୍ଥାନକୁ ଥାନା ଛକ କୁହାଯାଇଥାଏ। ଥାନା ଛକରେ ୪୯ ବର୍ଷ ପୂର୍ବେ ଗଣେଶ ପୂଜା ଆରମ୍ଭ ହୋଇଥିବା ବେଳେ ଗୋକୁଳ ସାହୁ, ମହେଶ କାଛୁଓ୍ବାଲ, କାଶୀନାଥ ନାୟକ, ଝୁଲୁ ସୁନ୍ଦରାୟ, ଭାବଗ୍ରାହୀ ପାହାଡ଼ସିଂଙ୍କ ଭଳି କେତେଜଣ ବ୍ୟବସାୟୀ ଏଠାରେ ପୂଜା ଆରମ୍ଭ କରିଥିବା ଲୋକମତରୁ ଜଣାଯାଏ। ଏଥର ପୂଜାରେ ୬ରୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ସଂଘ ପକ୍ଷରୁ ଆକଳନ କରାଯାଇଛି। ମଣ୍ଡପରେ ୧୨ ଫୁଟ ଉଚ୍ଚର ଗଜାନନଙ୍କ ସହିତ ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଇବେ। ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ୬୦ ଫୁଟ ଉଚ୍ଚର ଡିଜିଟାଲ ଲାଇଟ ଗେଟ୍‌ ସ୍ଥାନ ପାଇବ। ମଣ୍ଡପରେ ଠାକୁରଙ୍କ ନିକଟରେ ୧୧ ଦିନ ଧରି ବିଭିନ୍ନ ପ୍ରକାର ସୁସ୍ବାଦୁ ଭୋଗ ଲାଗି ହୋଇଥାଏ, ଯାହାକୁ କମିଟି ଏବଂ କେତେଜଣ ମାନସିକଧାରୀ ଦେଇଥାନ୍ତି। ସେହିପରି ପ୍ରତିବର୍ଷ ପ୍ରଥମ ଏବଂ ଶେଷଦିବସର ଭୋଗ ଜଟଣୀ ଥାନା ପକ୍ଷରୁ ଆସିଥାଏ ବୋଲି ସମ୍ପାଦକ ଅନନ୍ତ ଶତପଥୀ କହିଛନ୍ତି। ତେଣୁ ପୂଜା ସମୟରେ ଜଟଣୀ ଥାନାକୁ ବ୍ୟବସାୟୀ ସଂଘ ପକ୍ଷରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥାଏ। ଭସାଣି ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କୁ କମିଟି ପକ୍ଷରୁ ଖେଚୁଡ଼ି ଭୋଗ ବଣ୍ଟାଯାଇଥାଏ।

 

 

ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବର୍ତ୍ତମାନର ପୂଜା ଏବଂ ସାଜସଜ୍ଜାର ମାନ ବଢ଼ିଛି। ସମୟ ସହିତ ତାଳ ଦେଇ ଟଙ୍କା ଖର୍ଚ୍ଚ କରାଯାଉଛି। କରୋନା ପାଇଁ ସବୁ ବ୍ୟବସାୟୀ କ୍ଷତି ସହିଛନ୍ତି। ବ୍ୟବସାୟୀ ଭାଇଙ୍କୁ ନେଇ ଏହି ପୂଜା କରିଥାଉ। ଯିଏ ଯାହା ଚାନ୍ଦା ଦେବେ ସେଥିରେ ଚଳିତ ପୂଜା କରାଯିବା ନେଇ ସ୍ଥିର ହୋଇଛି। ଚଳିତ ପାର୍ବଣ ସୁରୁଖୁରୁରେ ସରିବ ବୋଲି ଆଶା ରହିଛି।
– ରୋହିତାଶ ଅଗ୍ରଓ୍ବାଲ, ସଭାପତି,
ଥାନା ଛକ ବ୍ୟବସାୟୀ ସଂଘ
ଜଟଣୀ ଥାନା ପକ୍ଷରୁ ପୂଜା ସମୟରେ ଠାକୁରଙ୍କ ପାଇଁ ଭୋଗ ଆସିଥାଏ, ଯାହା ପରମ୍ପରାରେ ପରିଣତ ହୋଇଛି। କରୋନା ପାଇଁ ବ୍ୟବସାୟୀଙ୍କ କ୍ଷତି ହୋଇଛି, କିନ୍ତୁ ପୂଜା ଲାଗି ଉତ୍ସାହ ରହିଛି। ସେମାନେ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ୬ରୁ ୮ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ପାଇଁ କମିଶନରେଟ୍‌ ପୋଲିସ ସହିତ କମିଟି ପକ୍ଷରୁ ଭଲ୍ୟୁଣ୍ଟର ନିୟୋଜିତ ହେବେ।
– ଅନନ୍ତ ଶତପଥୀ, ସମ୍ପାଦକ,
ଥାନା ଛକ ବ୍ୟବସାୟୀ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri