ଏବର୍ଷ ଟୁଇନ୍‌ ସିଟିରେ ଗଣେଷ ପୂଜା ମନା

ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା ବନ୍ଦ ରହିବ। ଟୁଇନ୍‌ ସିଟିରେ କୌଣସି ମଣ୍ଡପରେ ପୂଜା ହୋଇପାରିବ ନାହିଁ। ମଣ୍ଡପରେ ଗୋଷ୍ଠୀଗତ ଭାବେ କୌଣସି ପୂଜା ହୋଇପାରିବ ନାହିଁ। ମହାମାରୀ କଟକଣା ଲାଗି କୌଣସି ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଷ ପୂଜାକୁ ବାରଣ କରାଯାଇଛି। ଏନେଇ ଗୁରୁବାର କମିଶନରେଟ ପୋଲିସ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ବମ୍ବେରେ ଗଣେଷ ପୂଜାକୁ ବେଶ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ଏବର୍ଷ ତାହା ବନ୍ଦ ରହିବ। ଏଣୁ ଲୋକମାନଙ୍କୁ ସହଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।