Categories: ଗଞ୍ଜାମ

ଏମ୍‌କେସିଜି ଓପିଡି ଖୋଲାକୁ ନେଇ ଜନସ୍ବାର୍ଥ ମାମଲା

ବ୍ରହ୍ମପୁର ଅଫିସ ,୧୧ା୮-ବ୍ରହ୍ମପୁର ବଡ ମେଡିକାଲ(ଏମ୍‌କେସିଜି) ଓପିଡି ୧ମାସ ବିତିଯାଇଥିଲେ ମଧ୍ୟ ଖୋଲିଲା ନାହିଁ। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବଡ ମେଡିକାଲ ପରିଦର୍ଶନରେ ଆସି ଏହି ସୂଚନା ପାଇଥିଲେ। ବିଭିନ୍ନ ବିଭାଗ ଡାକ୍ତରମାନଙ୍କ ସହ ଆଲୋଚନା କରି ଓପିଡି ଖୋଲିବା ନେଇ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଗତ ୬ ତାରିଖରେ ୮ ବିଭାଗ ସମେତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଓପିଡି ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଖେଲାଯାଇ ନାହିଁ। ଏ ନେଇ ସାମାଜିକ କର୍ମୀ ଅନନ୍ତ ମହାନ୍ତି ସୋମବାର ଉଚ୍ଚନ୍ୟାୟାଳୟରେ ଓପିଡି ସମେତ ବେସରକାରୀ ହସ୍‌ପିଟାଲରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏକ ଜନ ସ୍ବାର୍ଥ ମାମଲା ଦାଏର କରିଛନ୍ତି।