ଯେଣ୍ଡା ପାହାଡ଼ରୁ ମାର୍ବଲ ଖୋଳିବା ନିମନ୍ତେ ସରିଲା ଜନ ଶୁଣାଣି, ଜିଲା ପ୍ରଶାସନକୁ ରୋକ ଠୋକ୍ ଶୁଣାଇଲେ ଗ୍ରାମବାସୀ…

ପଟ୍ଟାଙ୍ଗି,୧୬।୮(ଶରତ ଧଳ): ନିଜେ ନିଜର ଜୀବନ ଜୀବିକା ନିର୍ବାହ କରି ବଞ୍ଚୁଥିବା ଏବଂ ନିର୍ଭର କରୁଥିବା ପାହାଡ଼କୁ ଇଛା ନଥାଇ ମଧ୍ୟ କମ୍ପାନୀ ହାତକୁ ଟେକି ଦେବା ପରି ଦୃଶ୍ୟ ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ପଞ୍ଚାୟତ ଅଧିନରେ ରହିଥିବା ପାଲବାଲସା ଗ୍ରାମ ନିକଟରେ ଥିବା ଜେଣ୍ଡା ପାହାଡ଼ ଖୋଲିବାକୁ ନେଇ ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଉକ୍ତ ପହାଡରେ ଗଛିତ ରହିଥିବା ମାର୍ବଲ ଓ ସାଜସଜ୍ଜା ପଥର ଖନନ ନିମନ୍ତେ ମେସୋର୍ଶ ଓମଁ ମିନେରାଲସ ଇଣ୍ଡଷ୍ଟ୍ରିଏସ କମ୍ପାନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିଲାଗି କମ୍ପାନୀ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କୋରାପୁଟ ଏବଂ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଜନଶୁଣାଣୀରେ ଉକ୍ତ ପାହାଡ଼ ପାରିପାର୍ଶ୍ଵରେ ରହିଥିବା ୧୧ ଗୋଟି ଗ୍ରାମବାସୀ ଯୋଗଦେଇ ନିଜର ଇଛା ଅନିଛାରେ ନିଜ ନିଜର ମତାମତ ଓ ପ୍ରସ୍ତାବ ଦେଇ କହିଥିଲେ କି ପାହାଡ଼ରୁ ମାର୍ବଲ ଓ ସାଜସଜ୍ଜା ପଥର ଖନନ କରି ଉକ୍ତ କମ୍ପାନୀ ବାହାର ଦେଶ ବିଦେଶକୁ ରପ୍ତାନୀ କରି ନିଜେ ଲାଭବାନ ହେବ କିନ୍ତୁ ଏଠି କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମ ବାସିଙ୍କ କି ଲାଭବାନ ହେବ କିମ୍ବା କେଉଁ ପ୍ରକାର ଉନ୍ନତି ହେବ ବୋଲି ପ୍ରଶ୍ନ ଉଠାଇ ଉକ୍ତ ପାହାଡ଼ରୁ କମ୍ପାନୀ ପକ୍ଷରୁ ହେବାକୁ ଥିବା ମାର୍ବଲ ଓ ସାଜସଜ୍ଜା ପଥର ଖନନ ପୁର୍ବରୁ ଗମନାଗମନ ଠାରୁ ଆରମ୍ଭ କରି ପାନୀୟ ଜଳ , ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା ପାଇଁ ସୁବିଧା କରି ସହଯୋଗ କରିବା ଆବଶ୍ୟକ ରହିଛି । ଏଥି ସହିତ ଏହି ଅଞ୍ଚଳ ବା କ୍ଷତିଗ୍ରସ୍ତ ହେବା କୁ ଥିବା ଗ୍ରାମର ଶିକ୍ଷିତ ଯୁବକ ମାନଙ୍କର ରୋଜଗାର ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଏସବୁ କମ୍ପାନୀ ପକ୍ଷରୁ ସୁବିଧା ସୁଯୋଗ କରା ନଗଲେ ଜେଣ୍ଡା ପାହାଡ଼ରୁ ମାର୍ବଲ ଓ ସାଜସଜ୍ଜା ପଥର ଖନନ କରିବାକୁ କୈଣସି ମତେ ସହଯୋଗ କରିବୁ ନାହିଁ ବୋଲି ଉପସ୍ଥିତ ଜିଲାରୁ ଆସିଥିବା ଏଡିଏମ୍ ବା ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ , ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦିପେଶ କୁମାର ବିଶ୍ୱାଳ , ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀକାନ୍ତ ବେହେରା , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ , ଶେମିଳିଗୁଡା ତହସିଲଦାର ଦେବବ୍ରତ କରାଟି ଓ ଉକ୍ତ କମ୍ପାନୀର ଡେକୁରେମ୍ ମ୍ୟାନେଜର ଅକ୍ଷୟ ଭଳ ପ୍ରମୁଖଙ୍କୁ ରୋକ ଠୋକ୍ ଶୁଣାଇଥିଲେ । ଏଥିସହିତ ୧୧  ଗ୍ରାମର ୧୨ ଜଣ ନିଜ ନିଜସ୍ୱ ମତାମତ ଦେବା ସହ ବିଭିନ୍ନ ଦାବି ସମ୍ପର୍କିତ ଦୁଇଟି ଲିଖିତ ଦାବି ପତ୍ର ଉପସ୍ଥିତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

ଏଠାରେ ସୂଚନା ଥାଉକି ଉକ୍ତ କମ୍ପାନୀ ପକ୍ଷରୁ ପାହାଡ଼ ର ୧୩ .୩୦୦ ହେକ୍ଟର ପରିମିତ ଜମି ବା ଅଞ୍ଚଳରେ ମାର୍ବଲ ତଥା ସାଜସଜ୍ଜା ପଥର ଖନନ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ପଥର ଖନନ କେବେ ଠାରୁ ଆରମ୍ଭ କରାଯିବ ସେ ନେଇ କମ୍ପାନୀ କତ୍ରୁପକ୍ଷଙ୍କ କୈଣସି ପ୍ରକାର ସୂଚନା ଉପସ୍ଥିତ କ୍ଷତିଗ୍ରସ୍ତ ଗ୍ରାମବାସୀ ଏବଂ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇ ନାହିଁ। ଅନ୍ୟପକ୍ଷରେ କମ୍ପାନୀ କତ୍ରୁପକ୍ଷଙ୍କ ଏଭଳି ଆଚରଣବିଧିକୁ ନେଇ ସଭାମଞ୍ଚ ବାହାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏନେଇ କାର୍ଯ୍ୟକ୍ରମ ସ୍ଥଳେ ଉପସ୍ଥିତ ରହିଥିବା ଉକ୍ତ କମ୍ପାନୀର ଡେକୁରେମ୍ ମ୍ୟାନେଜର ଅକ୍ଷୟ ଭଳଙ୍କୁ ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ ତୁମେ ମାନେ କିଏ କୈଣସି ସୂଚନା ଦେଇ ପାରିବି ନାହିଁ କହି ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଦେଇଥିଲେ । ଏହି ସମୟରେ ସୁନାବେଡା ଏସଡିପିଓ ମନୋବ୍ରତା ସତପଥି  , ପଟ୍ଟାଙ୍ଗି ଥାନାଧିକାରୀ ଚତୁର୍ଭୁଜ ନାୟକ , ସୁଙ୍କି ଥାନାଧିକାରୀ ଏସ ଆଇ କେ ସାଙ୍ଗାନାଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଏବଂ ପୋଲିସ ଫୋର୍ସ ସହାୟତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରା ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri