ଭୁବନେଶ୍ୱର,୨୩।୫: ରାଜ୍ୟରେ କୋଭିଡ଼ ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ବର୍ତ୍ତମାନ ଦେଖାଯାଉଥିବା କୋଭିଡ ସଂକ୍ରମଣକୁ ଲହର କୁହାଯାଇପାରିବ ନାହିଁ। ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗ ପାଲଟିଛି।
ମଝିରେ ମଝିରେ କୋଭିଡ ହେଉଛି, କେହି ଗୁରୁତର ହେଉନାହାନ୍ତି ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା। କୋଭିଡ୍ ନୁହେଁ। ଭାରିଆଣ୍ଟ ଜାଣିବା ପାଇଁ ନମୁନା ସଂଗ୍ରହ କରି ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। କୋଭିଡ୍ ଲାଗି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। କୋଭିଡ଼କୁ ନେଇ ରାଜ୍ୟବାସୀ କୌଣସି ଭୟଭୀତ ନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି।


