ଦଶହରାରେ ଶ୍ରଦ୍ଧାଳୁଙ୍କୁ ଦିଆଯିବ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୨।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ ସମସ୍ତେ ବେଶ୍‌ ଉତ୍ସାହ ଅଛନ୍ତି। ଭଦ୍ରକ ସହରର ସାଳନ୍ଦୀ ବାଇପାସ୍‌ଠାରେ ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ରବିବାର ସକାଳ ୬ ଟା୩୦ରେ ସାଳନ୍ଦୀ ଘାଟରୁ ଘଟୋତ୍ତଳନ କରାଯାଇ ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଛି। ମୁଖ୍ୟ ପୂଜକ ପରମାନନ୍ଦ ପଣ୍ଡା ଓ ଭରତ କୁମାର ଦାଶଙ୍କ ଦ୍ୱାରା କଳସ ଯାତ୍ରା, ଘଟ ନବପତ୍ରିକା ପ୍ରବେଶ, ନ୍ୟାସ, ସ୍ନାନ ଉପଚାର, କୁଷ୍ମାଣ୍ଡ ବଳି, ଅଷ୍ଟମୀରେ ସନ୍ଧିପୂଜା, ହୋମ ଓ ଷୋଡ଼ଷ ଉପଚାର ପୂଜା ସହ ଚଣ୍ଡୀପାଠ ଆଦି ରହିଛି। ପଶ୍ଚିମବଙ୍ଗ କାରିଗରଙ୍କ ଦ୍ୱାରା ୧୦ ଫୁଟ ଉଚ୍ଚର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ବାଇପାସ୍‌ର ସମଗ୍ର ଅଞ୍ଚଳକୁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଲାଇଟ ଗେଟ୍‌ କରାଯାଇଛି। ରଙ୍ଗୀନ ଆଲୋକମାଳାରେ ବାଇପାସ୍‌ ବଜାର ଝଲସୁଛି। ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଓ ମା’ଙ୍କ ଦର୍ଶନ ପାଇଁ ରବିବାରଠାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି। ନବମୀ ଓ ଦଶମୀ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଦଶହରାରେ ଦହି ପଖାଳ ଓ ଶାଗଭଜା ଏହି ପୂଜା ମଣ୍ଡପର ଅନ୍ୟ ଏକ ବିଶେଷତ୍ୱ। ହଜାର ହଜାର ଶ୍ରଦ୍ଧାଳୁ ଦହିପଖାଳ ଖାଇବା ପାଇଁ ଦଶହରାରେ ଭିଡ଼ ଲଗାଇଥାନ୍ତି।
୨୦୦୯ରେ ସ୍ଥାନୀୟ କେତେଜଣ ବରିଷ୍ଠ ନାଗରିକ ଏଠାରେ ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସାଳନ୍ଦୀ ନଗର, ଗୋପବନ୍ଧୁ ନଗର ଓ କାନ୍ତକବି ୩ କଲୋନୀର ବାସିନ୍ଦା, ରାଜଘାଟ ପୋଲଠାରୁ ଡାହାଣୀଗଡ଼ିଆ ପର୍ଯ୍ୟନ୍ତ ଥିବା ଦୋକାନର ବ୍ୟବସାୟୀମାନଙ୍କ ସହଯୋଗରେ ପୂଜାର କଳେବର ବୃଦ୍ଧି ହୋଇଛି। କୋଭିଡ୍‌ କଟକଣା ପରେ ଚଳିତବର୍ଷ ପୂଜାକୁ ନେଇ ୩କଲୋନୀର ବାସିନ୍ଦା ଓ ବ୍ୟବସାୟୀମାନେ ଉତ୍ସାହିତ ଅଛନ୍ତି। ପୂଜା କମିଟି ସଭାପତି ଗୋପାଳ ପ୍ରସାଦ ନାୟକ, ସମ୍ପାଦକ ଭବତୋଷ ଦାଶ, ଉପସଭାପତି ଅଶୋକ ଦ୍ୱିବେଦୀ, ସୂର୍ଯ୍ୟନାରାୟଣ ମହାନ୍ତି, ବିଶ୍ୱନାଥ ବାରିକଙ୍କ ନେତୃତ୍ୱରେ ପୂଜା ଆୟୋଜନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri