Posted inଫୁରସତ

ପବ୍‌ଜି ନିଶାରେ ନାବାଳକ ଖର୍ଚ୍ଚ କରିଆସୁଥିଲେ ଜେଜେବାପାଙ୍କ ପେନ୍‌ସନ୍‌ ଟଙ୍କା, ଜଣାପଡ଼ିବା ବେଳକୁ…

ଗୋଟିଏ ପଟେ କରୋନାକୁ ନେଇ ସାରାଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଫଳରେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାମାନେ ମାତ୍ରାଧିକ ସମୟ ଫୋନରେ ବିତାଉଛନ୍ତି। ପବ୍‌ଜିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖେଳରେ ମନୋନିବେଶ କରୁଛନ୍ତି। ହେଲେ ଖେଳ ନିଶାରେ ଯୁବକମାନେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହାକି ଚର୍ଚ୍ଚାର ପରିସରକୁ ଆସୁଛି। ଏଭଳି ଏକ ଘଟଣା ପଞ୍ଜାବର ମୋହାଲିରେ ଦେଖିବାକୁ ମିଳିଛି।

୧୫ ବର୍ଷୀୟ ଜଣେ ନାବାଳକ ପବ୍‌ଜି ନିଶାରେ ନିଜ ଜେଜେବାପାଙ୍କର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ଜାନୁୟାରୀ ମାସରୁ ନାବାଳକଜଣଙ୍କ ପବ୍‌ଜି ଖେଳିବା ଆରମ୍ଭ କରିଥିଲେ। ଖେଳରେ ପଇସା ଖର୍ଚ୍ଚ କରି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସେ ଯୋଜନା କରିଥିଲେ। ଶେଷରେ ଜେଜେ ବାପାଙ୍କ ପେନସନ୍‌ ଆକାଉଣ୍ଟରୁ ସେ ବାରମ୍ବାର ଟଙ୍କା ଉଠାଇ ଆସୁଥିଲେ। ସେ ତାଙ୍କ ନାମରେ ଏକ ପେଟିଏମ୍‌ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଦୁଇ ମାସ ମଧ୍ୟରେ ସେ ପାଖାପାଖି ୩୦ରୁ ଅଧିକ ଥର ଟଙ୍କା ଉଠାଇଛନ୍ତି। ଫଳରେ ୨ ଲକ୍ଷରୁ ଅଧିକ ଟଙ୍କା ବୃଦ୍ଧଙ୍କ ଆକାଉଣ୍ଟରୁ କଟି ଯାଇଛି।

ତେବେ ନାବାଳକଜଣଙ୍କ ଅଳ୍ପ ଅଳ୍ପ ଟଙ୍କା ଉଠାଉଥିବାରୁ ହଠାତ କେହି ଜାଣି ପାରି ନ ଥିଲେ। ହେଲେ ବ୍ୟାଙ୍କରୁ ଖାତାର ନକଲ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ସେ ଏକ ନୂଆ ସିମ୍‌ କାର୍ଡର ବ୍ୟବହାର ମଧ୍ୟ କରୁଥିବା ଜଣାପଡ଼ିଛି।

କହିରଖୁଛୁ, ନିକଟରେ ପଞ୍ଜାବର ଅନ୍ୟ ଜଣେ ଯୁବକ ବାପାମା’ଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ରଖାଯାଇଥିବା ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri