ଶରଧାପୁରରେ ପଶିଲା ପିଟିସି ଗୁଳି

ଅନୁଗୋଳ ଅଫିସ,୨୬।୨: ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି)ର ଫାୟାରିଂ ରେଞ୍ଜରେ କ୍ୟାଡେଟ୍‌ମାନେ ଶନିବାର ବନ୍ଧୁକ ଚାଳନା ଅଭ୍ୟାସ ବେଳେ ଘଟିଛି ଅଘଟଣ। ନିକଟରେ ଥିବା ଶରଧାପୁର ଗାଁ ମଣ୍ଡାପାଳ ସାହିର ଜଣେ ଯୁବକଙ୍କ ଗୋଡ଼ରେ ବାଜିଛି କ୍ୟାଡେଟ୍‌ଙ୍କ ଗୁଳି। ତେବେ ଏଥିରେ ସମ୍ପୃକ୍ତ ଯୁବକ ଆହତ ହୋଇ ନ ଥିଲେ ହେଁ ଗତ ୬ ବର୍ଷରେ ୩ଥର ଏପରି ଘଟଣା ଘଟିଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶରଧାପୁର ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ। ହଠାତ ତାଙ୍କ ଜଂଘରେ ଗୁଳି ବାଜି ତଳେ ଖସି ପଡ଼ିଥିଲା। ଏହାକୁ ନେଇ ଗାଁରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପିଟିସି ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି। ଏଭଳି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ପୋଲିସ ବିଭାଗ ପକ୍ଷରୁ କୌଣସି ଆଗୁଆ ସୂଚନା ସ୍ଥାନୀୟ ଲୋକଙ୍କୁ ପ୍ରଦାନ କରାଯାଉନାହିଁ। ପୂର୍ବରୁ ବନ୍ଧୁକ ଚାଳନା ଅଭ୍ୟାସ କରିବାର ଦୁଇ ଦିନ ଆଗରୁ ଗ୍ରାମରେ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଉଥିଲା। ହେଲେ ଏବେ ତାହା ବନ୍ଦ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ଘଟଣା ଜାଣିବା ପରେ ସଦର ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ଦୀର୍ଘବର୍ଷ ହେବ ପିଟିସିରେ ଫାୟାରିଂ ରେଞ୍ଜ ରହିଛି। ଏହାକୁ ସ୍ଥାନାନ୍ତର ପାଇଁ ହେଉଥିବା ଦାବିକୁ ଅନୁଧ୍ୟାନ କରାଯିବ। ଏଥିସହ ସେଠାରେ ଲୋକଙ୍କ ବସବାସ ସରକାରୀ ଭାବେ ବୈଧ କି ନାହିଁ ତାହାର ତଦନ୍ତ କରାଯିବ।

 

୨୦୧୮ ଜୁଲାଇ ୪ରେ ଶରଧାପୁର ଗ୍ରାମର ବଦନୀ ମିଶ୍ର(୮୯)ଙ୍କ ଛାତିରେ ବାଜିଥିଲା ପିଟିସି କ୍ୟାଡେଟ୍‌ଙ୍କ ଗୁଳି। ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏହି ଘଟଣା ଘଟିଥିଲା। ସକାଳ ୬ଟା ୨୩ରେ ସିଆଇଏସ୍‌ଏଫ୍‌ ଯବାନମାନେ ବନ୍ଧୁକ ଚାଳନା ଅଭ୍ୟାସ ଆରମ୍ଭ କରିବାର ମାତ୍ର ୭ ମିନିଟ ପରେ ମଣ୍ଡାପାଳ ସାହିର ବୃଦ୍ଧା ବଦନୀଙ୍କ ଦେହରେ ଗୁଳି ବାଜିଥିଲା। ସେ ଘର ବାରଣ୍ଡାରେ ବସି ଦାନ୍ତ ଘଷୁଥିବା ବେଳେ ଚିତ୍କାର କରି ପଡ଼ିଯାଇଥିଲେ। କାନ୍ଥ ଓ ତାଙ୍କ ଛାତିରେ କ୍ଷତ ଚିହ୍ନ ଥିଲା। ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଏହି ଘଟଣା ପରେ ବନ୍ଧୁକ ଚାଳନା ଅଭ୍ୟାସ ଅଧାରୁ ବନ୍ଦ ରଖାଯାଇଥିଲା। ଅନୁଗୋଳ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଫାୟାରିଂ ରେଞ୍ଜସ୍ଥଳକୁ ଯାଇ ସିଆଇଏସ୍‌ଏଫ୍‌ ଅଧିକାରୀଙ୍କ ସହ ଆଲୋଚନା କରିଥିଲା। ପାହାଡ଼ ଡେଇଁ କିପରି ଏତେବାଟ ଗୁଳି ଗଲା ସେ ନେଇ ପଚରାଉଚରା କରିଥିଲା। ତତ୍‌କାଳୀନ ଏସ୍‌ପି କହିଥିଲେ, ଆଗାମୀ ଦିନରେ ଏପରି ଅଘଟଣ ଯେପରି ନ ଘଟିବ ସେଥିପାଇଁ ପଦକ୍ଷେପ ନିଆଯିବ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବନ୍ଧୁକ ଚାଳନା ଅଭ୍ୟାସ କରାଯିବ। ଅଭ୍ୟାସ ବେଳେ ରେଞ୍ଜ ମଧ୍ୟରେ ଯେପରି କେହି ନ ରହିବେ ସେ ନେଇ ଗଁା ଲୋକଙ୍କୁ ସଚେତନ କରାଯିବ। ସେହିପରି ୨୦୨୦ରେ ଅନ୍ୟଜଣେ ମହିଳାଙ୍କ ହାତରେ ଗୁଳି ବାଜିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri