Posted inଖେଳ

ଚାମ୍ପିୟନ୍ସ ଲିଗ୍‌: ପିଏସ୍‌ଜି- ବେୟର୍ନ ଫାଇନାଲ

ଲିସ୍‌ବନ୍‌,୨୩।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହାଇପ୍ରୋଫାଇଲ୍‌ ଚାମ୍ପିୟନ୍ସ ଲିଗ୍‌ର ଫାଇନାଲ ମୁକାବିଲା ଏଥର ସ୍ପଷ୍ଟ ହୋଇଛି। ରବିବାର ଫାଇନାଲ ମୁକାବିଲାରେ ପ୍ୟାରିସ୍‌-ସେଣ୍ଟ-ଜର୍ମେନ (ପିଏସ୍‌ଜି) ଓ ବେୟର୍ନ ମ୍ୟୁନିକ୍‌ ପରସ୍ପରକୁ ଭେଟିବେ। କୋଭିଡ୍‌-୧୯ ମହମାରୀ କାରଣରୁ ଲିଗ୍‌ ଅବଶ୍ୟ କେତେମାସ ସ୍ଥଗିତ ଥିଲା। ଏପରିକି ଫାଇନାଲ ମ୍ୟାଚ୍‌ର ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହୋଇଥିଲା।
ସଫଳ ହେଲେ ପିଏସ୍‌ଜି ପ୍ରଥମଥର ପାଇଁ ଏହି ଲିଗ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବ। ଅନ୍ୟପଟେ ବେୟର୍ନ ଷଷ୍ଠଥର ପାଇଁ ଟାଇଟଲ ହାସଲ କରିବ। ଫାଇନାଲ ମ୍ୟାଚ୍‌ ଦେଖିବାକୁ ମାତ୍ର କେତେଶହ ଲୋକଙ୍କୁ ସୁଯୋଗ ମିଳିବ। କରୋନା ଭାଇରସ ଟେଷ୍ଟର ସମ୍ମୁଖୀନ ହୋଇଥିବା ଖେଳାଳି ଓ ଅଫିସିଆଲମାନେ ପଡିଆକୁ ପ୍ରବେଶ କରିବେ। ପୂର୍ବରୁ ଏହି ଟାଇଟଲ ମୁକାବିଲା ଇସ୍ତାନବୁଲ୍‌ରେ ମେ’ରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ମହାମାରୀ କାରଣରୁ ଏହାକୁ ଲିସ୍‌ବନ୍‌ର ଇଷ୍ଟାଡିଓ ଡା ଲୁଜ୍‌ରେ ଆୟୋଜନ ହେବ। ପୂର୍ବରୁ ଏଭଳି କେବେ ଫାଙ୍କା ଷ୍ଟାଡିୟମରେ ଏହି ଫାଇନାଲ ମ୍ୟାଚ୍‌ ଆୟୋଜନ ହୋଇନାହିଁ।
ପୂର୍ବରୁ ଏହି ଦୁଇ ଦଳ ପରସ୍ପରକୁ ଏହି ଟୁର୍ନାମେଣ୍ଟରେ ୮ଥର ୁ ଭେଟିଛନ୍ତି। ପିଏସ୍‌ଜି ୫ଥର ଓ ବେୟର୍ନ ୩ ଥର ଗ୍ରୁପ୍‌ ପର୍ଯ୍ୟାୟରେ ବିଜୟୀ ହୋଇଛି। ପିଏସ୍‌ଜି ତୃତୀୟଥର ପାଇଁ ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ବେୟର୍ନ ୧୧ଥର ପାଇଁ ଫାଇନାଲକୁ ଉଠିଛି। ଏହି ଲିଗ୍‌ରେ ରିୟଲ ମାଡ୍ରିଡ୍‌ ୧୩, ଏସି ମିଲାନ ୭ ଓ ଲିଭରପୁଲ ୬ ଥର ଟାଇଟଲ ହାସଲ କରିଛି। ଚାମ୍ପିୟନ ହେବା ପାଇଁ ଉଭୟଦଳ ଆଶାବାଦୀ ଅଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri