ଜିଲାରେ ନିମ୍ନମାନର ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଣ

ଜଗତ୍‌ସିଂହପୁର, ୧୫ା୧୦ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ନିମ୍ନମାନର ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଣକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିଚାଲିଛି। ବିଶେଷକରି କେତେକ ସମୟରେ ଗମରା ଛତୁଆ ସାଙ୍ଗକୁ ପୋକ ତ ଆଉ କେତେବେଳେ ଛତୁଆ ପ୍ୟାକେଟରୁ ମଲାବେଙ୍ଗ ବାହାରିବା ପ୍ରସଙ୍ଗ ଚିନ୍ତାର କାରଣ ପାଲଟିଛି। ଏନେଇ ତନାଘନା ହେବା ସହ ଅଚାନକ ଚଢ଼ାଉ କରାଗଲେ ପରିସ୍ଥିତିରେ ସୁଧାର ଆସିପାରନ୍ତା ବୋଲି ଦାବି ହୋଇଛି।
ପାଖାପାଖି ୩୧,୪୬୭ ଶିଶୁ, ୨୨୮ ଦୁର୍ବଳ ଶିଶୁ, ୧୦,୩୫୧ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଯାଉଥିବା ସରକାରୀ ଭାବେ ଦର୍ଶାଯାଉଛି । ବାସ୍ତବରେ କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଏହା ପହଞ୍ଚତ୍ ପାରୁନାହିଁ। ଏହାବାଦ୍‌ ପରିମାଣ ଏବଂ ମାନ କମ୍‌ କରାଯାଇ ବାର୍ଷିକ ଏକାଧିକ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ନିମ୍ନମାନର ସାଙ୍ଗକୁ ମନମୁଖି ଭାବେ ଛତୁଆ ପ୍ରସ୍ତୁତ କରାଯାଉଥିବାରୁ ଶିଶୁ ଓ ମା’ମାନଙ୍କ ପାଇଁ ବିପଦ ବଢ଼ାଇ ଦେଇଛି। ବିଗତ ଦିନରେ ଗମରା ଛତୁଆ ଓ ଏଥିରୁ ପୋକ ବାହାରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ନିକଟରେ ଛତୁଆରୁ ମଲାବେଙ୍ଗ ବାହାରିଥିବା ତିର୍ତ୍ତୋଲ ବ୍ଲକ ଦାଇଁଲୋ ପଞ୍ଚାୟତ ଅନ୍ତର୍ଗତ ପରୁଣା ଗାଁର ମନୋରଞ୍ଜନ ଦାସ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ, ତାଙ୍କ ପୁଅ ଅଙ୍ଗନୱାଡିି କେନ୍ଦ୍ରରେ ପଢୁଛି । ନିକଟରେ ତାଙ୍କୁ ୨ ପ୍ୟାକେଟ୍‌ ଛତୁଆ ମିଳିଥିଲା । ବିଶ୍ୱକର୍ମା ପୂଜା ପୂର୍ବଦିନ ଏହି ୨ ପ୍ୟାକେଟ୍‌ ଛତୁଆ ସେ ଖୋଲିଥିଲେ । କିନ୍ତୁ ସେଥିମଧ୍ୟରୁ ଗୋଟିଏରୁ ମଲାବେଙ୍ଗ ବାହାରିଥିଲା । ଏହା ଦେଖି ସେ ପ୍ରଥମେ ଅଙ୍ଗନୱାଡି ଦିଦି, ସରପଞ୍ଚ ଓ ପରେ ସିଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ତଦନ୍ତ କୁଆଡେ ଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ବାସ୍ତବରେ ଯଦି ଏହା ସତ୍ୟ ପ୍ରମାଣିତ ହୁଏ ତେବେ ସାଂଘାତିକ ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଲୁଚି ରହିଥିବା ଅନେକ ଗୂଢ ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି।
ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ଏହି ପ୍ରସଙ୍ଗରେ କହିଛନ୍ତି, ଅତୀତରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଡାଲି ଏବଂ ଚାଉଳରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ଏଡ଼ାଇବାକୁ ଯାଇ ରାଜ୍ୟ ସରକାର ୨୦୧୧ ଠାରୁ ଛତୁଆ ଯୋଗାଇ ଆସୁଛନ୍ତି। କିନ୍ତୁ ଏଥିରେ କୌଣସି ସୁଧାର ଆସୁନାହିଁି । ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ଯୋଗାଇ ଦିଆଯାଉଛି । କିନ୍ତୁ ଛତୁଆ ପ୍ରସ୍ତୁତକାରୀ ନିର୍ଦ୍ଦିଷ୍ଟ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ବାଦ ଦେଲେ ଅଧିକାଂଶ ଲାଭଖୋର ମନୋଭାବ ଯୋଗୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁି । ମାସିକ ଲକ୍ଷାଧିକ ପ୍ୟାକେଟ୍‌ ଛତୁଆ ବଣ୍ଟନ କରାଯାଉଥିଲେ ମଧ୍ୟ ଓଜନରେ ବାଟମାରଣା କରାଯାଉଛି । ଏହାଛଡ଼ା ଗହମ, ବୁଟ, ଚିନାବାଦାମ ଏବଂ ଚିନିର ଭାଗ ଠିକ୍‌ ରହୁନି। ଏଥିରେ ଏକାଧିକ କୋଟି ଟଙ୍କାର ହେରଫେର ହେଉଛି।
ସରକାରୀ ଭାବେ ଏସ୍‌ଏଚ୍‌ଜିଗୁଡିକୁ କିଲୋଗ୍ରାମ ପିଛା ୨ ଟଙ୍କା ଦରରେ ଗହମ ଯୋଗାଇଦିଆଯାଉଛି । ଗୋଷ୍ଠୀଗୁଡିକ ବର୍ଦ୍ଧିତ ଦରରେ ଏହାକୁ ବିକି ବେଶ୍‌ ଲାଭବାନ ହେଉଛନ୍ତି । ଜଗତ୍‌ସିଂହପୁର ଜିଲାରେ ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦୀର୍ଘ ବର୍ଷ ଧରି ଛତୁଆ ଯୋଗାଇ ଆସୁଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏହି ଏସ୍‌ଏଚ୍‌ଜି ନାମରେ ଅନେକ ପ୍ରଭାବଶାଳୀ ଲୋକ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ସେମାନେ ବିଭାଗୀୟ ଅଧିକାରୀମାନଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ ମନଇଚ୍ଛା ଲୁଟୁଛନ୍ତି । ଅତୀତରେ ଜଗତସିଂହପୁର ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲେ। ସେମାନେ କହିଥିଲେ, ବର୍ଷାଧିକ କାଳ ହେବ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଛତୁଆ ଉତ୍ପାଦନ ଏବଂ ଯୋଗାଣ ଦାୟିତ୍ୱ ଦିଆଯାଇଥିବା ବେଳେ ଏଗୁଡିକର ମାନ ନିର୍ଦ୍ଧାରଣ କିମ୍ବା ତଦାରଖ ହେଉ ନାହିଁ । କେବଳ ଛତୁଆ ଯୋଗାଉଥିବା ଏସ୍‌ଏଚ୍‌ଜିଗୁଡିକର ଅବଧି ପ୍ରତିବର୍ଷ ରିନ୍ୟୁ କରାଯାଉଛି । ଏଥିସହ ପ୍ରତି ମାସରେ ଷ୍ଟେଟ୍‌ ଲାବୋରେଟୋରିକୁ ସାମ୍ପଲ ପରୀକ୍ଷା ପାଇଁ ପଠାଯାଉଛି କି ନାହିଁ ତାହା ଜଣାପଡୁନାହିଁ। ଫଳରେ ଶିଶୁ, ଗର୍ଭବତୀ ଏବଂ ପ୍ରସୂତିଙ୍କ ଜୀବନ ସହ ଖେଳାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ନମିତା ରାଉତଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri