‘ରାଜ୍ୟବାସୀଙ୍କୁ ନିରବିଚ୍ଛିନ୍ନ ବିଜୁଳି ଯୋଗାଅ’

ଭୁବନେଶ୍ୱର,୬ା୫(ବ୍ୟୁରୋ): ବିଧାନସଭା ବିଦ୍ୟୁତ୍‌ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦ୍ୟୁତ୍‌ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ବିଦ୍ୟୁତ୍‌ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦ୍ୟୁତ୍‌ସେବା ପାଇବା ତାଙ୍କର ନ୍ୟାଯ୍ୟ ଅଧିକାର ବୋଲି ସେ ପ୍ରକାଶ କରିଛନ୍ତି । ବିଗତ ଦିନଗୁଡିକରେ ବିଭାଗ କ୍ଷତି କରୁଥିଲା, ହେଲେ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଲାଭ ହୋଇଛି । ତେଣୁ ଆଗାମୀ ଦିନରେ ବିଦ୍ୟୁତ୍‌ ଦେୟ ନିଶ୍ଚିତ କମିବ ଏବଂ ରାଜ୍ୟବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି।