ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ ଓ କଟକ ମହାନଗର ନିଗମ (ସିଏମ୍‌ସି) କମିଶନରଙ୍କୁ ବୁଧବାର ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆରସି) ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ୍‌ ୨୨ରେ ଏହାର ପରବର୍ତ୍ତୀ ଶୁଣାଣି ରହିଛି। ଏହି ସମୟ ମଧ୍ୟରେ ଉପରୋକ୍ତ ପ୍ରଶାସନିକ ଅଧିକାରୀ ଦ୍ୱୟ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନାଙ୍କ ଅଭିଯୋଗର ଶୁଣାଣି କରି ବୁଧବାର ଓଏଚ୍‌ଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉ କି, କଟକ ସହର ଭିତରେ ରାସ୍ତା ସମ୍ପ୍ରସାରଣ ପାଇଁ ୬୦୦ରୁ ଊର୍ଦ୍ଧ୍ୱ ପରିବାରକୁ ବିଭିନ୍ନ ବସ୍ତିରୁ ବିସ୍ଥାପିତ କରାଯାଇ ପଲିଥିନ ତଳେ ଆଶ୍ରୟ ଦିଆଯାଇଥିଲା। ଗତ ୧୧ ତାରିଖରେ ପ୍ରବଳ ଝଡବର୍ଷା ହେବାରୁ ସେମାନଙ୍କର ଅବସ୍ଥା ଆହୁରି ଦହନୀୟ ହୋଇଯାଇଥିଲା। କରୋନା ମହାମାରୀ ଯୋଗୁ ସେମାନଙ୍କର ଜୀବିକା ଚାଲିଯାଇଛି। ପ୍ରଶାସନ ବିକଳ୍ପ ବ୍ୟବସ୍ଥା ନ କରି ତରବରିଆ ଭାବେ ବିସ୍ଥାପିତ କରିବା ଫଳରେ ତାଙ୍କର ବଞ୍ଚିବାର ରାହା ଚାଲିଯାଇଥିଲା। ସେମାନେ ପ୍ରଶାସନର ଏତାଦୃଶ ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାରୁ ପୋଲିସ ୬୭ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ, ଯାହାକି ମାନବାଧିକାରର ଘୋର ଉଲ୍ଲଂଘନ ଅଟେ। ଏହା ବିପକ୍ଷରେ ଅଭିଯୋଗକାରୀ ଆୟୋଗଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଉକ୍ତ ଗରିବ ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସମସ୍ତ ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।

ବସ୍ତିବାସିନ୍ଦାଙ୍କ ଉପରେ ଦମନଲୀଳା ବନ୍ଦ ହେଉ

କଟକ ବାଲିସାହିରେ ଥିବା ବିସ୍ଥାପିତ ବସ୍ତିବାସିନ୍ଦାଙ୍କ ଉପରେ ଦମନ ଲୀଳା ବନ୍ଦ କରାଯାଉ। ୨୪ ଘଣ୍ଟା ମଧ୍ୟରେ ପଦକ୍ଷେପ ନ ନେଲେ ମା’ଘର ସଦସ୍ୟାମାନେ ଧାରଣାରେ ବସିବା ସହ ଆଇନର ଆଶ୍ରୟ ନିଆଯିବ ବୋଲି ସାମାଜିକ କର୍ମୀ ଋତୁପର୍ଣ୍ଣା ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି। ଭୋକିଲା ବାସଗୃହହୀନ ମଣିଷମାନଙ୍କର ଆକ୍ରୋଶର କାରଣ ନ ବୁଝି ସେମାନଙ୍କୁ ଦମନ କରିବାର ଚେଷ୍ଟାକରି ୬୭ ବସ୍ତିବାସିନ୍ଦାଙ୍କୁ ଗିରଫ କରାଯାଇଛି। କୋଭିଡ୍‌ କଟକଣାକୁ ପଛରେ ପକାଇ ନିରୀହ ବସ୍ତିବାସିନ୍ଦାଙ୍କୁ ଗିରଫ କରି ସରକାରୀ ଅଧିକାରୀମାନେ କେଉଁ ଶାସନ ବ୍ୟବସ୍ଥାର ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଭଳି ବିଭିନ୍ନ ଘଟଣାକୁ ମା’ ଘର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ କୌଣସି ସ୍କୁଲ କଲେଜ ବା କମ୍ୟୁନିଟି ସେଣ୍ଟରରେ ଏହି ପରିବାରଗୁଡିକୁ ସୁରକ୍ଷିତ ଗୃହ ଯୋଗାଇବା ଯାଏ ଥଇଥାନ କରାଯାଉ ବୋଲି ମା’ଘର ପକ୍ଷରୁ ଦାବି କରାଯାଇଛି। ସେହିଭଳି ସେମାନଙ୍କ ଲାଗି ୩୬୫ ଦିନ ଖାଦ୍ୟ ବ୍ୟବସ୍ଥା ସହ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ବୟସ୍କଙ୍କ ପାଇଁ ସୁଷମ ଖାଦ୍ୟର ବ୍ୟବସ୍ଥା, ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଚିିକିତ୍ସା ବ୍ୟବସ୍ଥା, ଗିରଫ ହୋଇଥିବା ଲୋକଙ୍କୁ ଖଲାସ କରି ମାମଲା ପ୍ରତ୍ୟାହାର ପାଇଁ ଦାବିରେ କୁହାଯାଇଛି। ଲୋକମାନଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କଲେ ଏହା ବିରୋଧରେ ଧାରଣା ଦିଆଯିବା ସହ କୋର୍ଟର ଦ୍ୱାରସ୍ଥ ହେବାକୁ ମା’ଘର ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପକରି ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri