Posted inଫୁରସତ

ଭାରତ ନୁହେଁ, ଆମେରିକାକୁ ନେଇ ଗର୍ବିତ

ଡେମୋକ୍ରାଟ୍‌ କମଲା ହାରିସ୍‌ ଏକକାଳୀନ ୩ ବିରଳ ରେକର୍ଡର ଅଧିକାରିଣୀ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଦକ୍ଷିଣ ଏସୀୟ ତଥା କୃଷ୍ଣକାୟ ଭାବେ ଏହି ପଦରେ ଆସୀନ ହେବାରେ ମଧ୍ୟ କମଲା ପ୍ରଥମ । ତେବେ ଭାରତୀୟ ବଂଶୋଭବ ଭାବେ କମଲା କୌଣସି ଅବସରରେ ନିଜର ପରିଚୟ ଦେଇ ନ ଥାଆନ୍ତି, ବରଂ ଆମେରିକୀୟ ରୂପେ ସେ ଗର୍ବିତ ।
କମଲାଙ୍କ ବିଜୟକୁ ନେଇ ତାମିଲନାଡୁସ୍ଥିତ ତାଙ୍କ ମା’ଙ୍କ ଗଁା ଥୁଲାସେନ୍ଦ୍ରପୁରମ୍‌ ସମେତ ସାରା ଭାରତ ଉଲ୍ଲସିତ ହୋଇ ଉତ୍ସବ ମନାଉଥିବାବେଳେ କମଲାଙ୍କ ଏଭଳି ଆଭିମୁଖ୍ୟ ଭାରତୀୟଙ୍କୁ ନିରାଶ କରିଛି।

 

ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ନଭେମ୍ବର ୮ ରାତିରେ ଡେଲାଓ୍ବେରସ୍ଥିତ ଓ୍ବିଲ୍‌ମିଂଟନର ଚେସ୍‌ ସେଣ୍ଟରରେ କମଲା ହାରିସ୍‌ ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆମେରିକାରେ ମହିଳାଙ୍କୁ ଭୋଟ ପାଇବା ପାଇଁ ୧୦୦ ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଛି। ସେମାନଙ୍କ ମଧ୍ୟରେ ଥିବା କୃଷ୍ଣକାୟ ମହିଳାଙ୍କୁ ଅଣଦେଖା କରାଯାଇଛି। କିନ୍ତୁ ସେମାନେ ଆମ ଗଣତନ୍ତ୍ରର ମେରୁଦଣ୍ଡ ବୋଲି ଅନେକ ସମୟରେ ପ୍ରମାଣିତ କରିଛନ୍ତି। କୃଷ୍ଣକାୟ ରାଷ୍ଟ୍ରପତି ଭାବେ ମୁଁ ପ୍ରଥମ ହୋଇପାରେ। କିନ୍ତୁ ଶେଷ ମହିଳା ନୁହେଁ। ଏହି ଅବସରରେ କମଲା ହାରିସ୍‌ ତାଙ୍କ ମା’ ଶ୍ୟାମଲା ଗୋପାଲନ୍‌ ହାରିସ୍‌ଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ୟାମଲାଙ୍କୁ ୧୯ ବର୍ଷ ହେଉଥିବାବେଳେ ସେ ଡାକ୍ତରୀ ପଢ଼ିବା ପାଇଁ ଆମେରିକା ଯାଇଥିଲେ। ୨୦୦୯ରେ ଆର ପାରିକୁ ଚାଲିଯାଇଥିବା ମା’ଙ୍କୁ କମଲା ତାଙ୍କ ସଫଳତାର ଶ୍ରେୟ ଦେଇ ସେ ସବୁବେଳେ ଆମ ହୃଦୟରେ ରହିବେ ବୋଲି କହିଥିଲେ।

୧୯୬୪ ଅକ୍ଟୋବର ୨୦ରେ କାଲିଫର୍ନିଆର ଅକ୍‌ଲାଣ୍ଡରେ ଜନ୍ମିତ କମଲା ହେଲେ କର୍କଟ ଗବେଷକ ଶ୍ୟାମଲା ଗୋପାଲନ୍‌ (ଭାରତୀୟ) ଓ ଜାମାଇକା ଅର୍ଥନୀତିଜ୍ଞ ଡୋନାଲ୍ଡ ହାରିସ୍‌ଙ୍କ ବଡ଼ଝିଅ।
କମଲାଙ୍କୁ ମାତ୍ର ୭ ବର୍ଷ ହେଉଥିବାବେଳେ ମା’ବାପାଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା।
୧୯୯୦ରେ କମଲା ଆଇନ ଶିକ୍ଷା ଶେଷ କରି ଆଲାମେଡା କାଉଣ୍ଟି ପ୍ରୋସିକ୍ୟୁଟର ଅଫିସ୍‌ରେ ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ଆଟର୍ନି ଭାବେ କ୍ୟାରିୟର ଆରମ୍ଭ କରିଥିଲେ।
୨୦୦୪ରେ ସେ ଡେମୋକ୍ରାଟିକ୍‌ ପାର୍ଟିରୁ କାଲିଫର୍ନିଆରୁ ସିନେଟ୍‌କୁ ନିର୍ବାଚିତ ହୋଇଥିଲେ।
୨୦୧୪ରେ କମଲା ହାରିସ୍‌ କର୍ପୋରେଟ୍‌ ଲୟର ଡୋଉଗ୍‌ ଏମ୍‌ହୋଫ୍‌ଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri