ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ ସମାଜକୁ ‘କକ୍‌ରୋଚ୍‌’ ବୋଲି କରିଥିବା ତାଚ୍ଛଲ୍ୟରୁ ଏହି ବ୍ୟଙ୍ଗାମତ୍କ ନାମଟି ଚାଲିଆସିଲା। ଅଭିଜିତ୍‌ ଦୀପ୍‌କେଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ ଯନ୍ତରମନ୍ତରରେ ଧାରଣା ଦେଲେ। ପରିବେଶବିତ୍‌ ସୋନମ୍‌ ୱାଙ୍ଗ୍‌ଚୁଙ୍ଗ୍‌ ଅନଶନ ଆରମ୍ଭ କରିଦେଲେ। ସମସ୍ତ ବିରୋଧୀ ଦଳର ନେତୃବୃନ୍ଦ ମଧ୍ୟ ଏହି ଧାରଣାରେ ଯୋଗଦେଇ ସମର୍ଥନ ଜଣାଇଲେ। ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବିକ୍ଷୋଭ ପଟୁଆର ଚାଲିଲା।
ଅଭିଜିତ୍‌ ଦୀପ୍‌କେଙ୍କ ଡାକରାରେ ଯେ ହଜାର ହଜାର ଯୁବଛାତ୍ର ବିକ୍ଷୋଭରେ ସାମିଲ ହୋଇଗଲେ ତାହା ନୁହେଁ, ସେମାନଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ସେଠାରେ ସମ୍ମିଳିତ ହେବାକୁ ପ୍ଲାଟ୍‌ଫର୍ମଟିଏ ପାଇଗଲା। ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣା ଲୋକଲୋଚନକୁ ଆସିଲା ପରେ ୨୨ଲକ୍ଷ ଛାତ୍ରୀଛାତ୍ର ଓ ସେମାନଙ୍କ ପରିବାର ହତାଶ ହୋଇପଡ଼ିଲେ। ଏହାକୁ କେନ୍ଦ୍ର ସରକାର ‘ସାଧାରଣ ଘଟଣା’ କହି ମାସକ ପରେ ଆଉ ଥରେ ପ୍ରବେଶିକା ପରୀକ୍ଷା ନିମିତ୍ତ ତାରିଖ ଘୋଷଣା କରିଦେଲେ। ଦେଶରେ ଏହିଭଳି ଯଦି ପରୀକ୍ଷା କରାଯାଏ, ତେବେ ଦେଶର ଶିକ୍ଷା ବ୍ୟବସ୍ଥା କି ଅବସ୍ଥାରେ ଆସି ପହଞ୍ଚତ୍ଛି ତାହା ସହଜରେ ଅନୁମେୟ।
କେବଳ ଯେ ଛାତ୍ରୀଛାତ୍ର ବିକ୍ଷୋଭ ପଟୁଆର କରୁଥିଲେ ତାହା ନୁହେଁ, ସେମାନଙ୍କ ସହ ରାଜନୈତିକ ନେତୃବୃନ୍ଦ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ସଂଗଠନ, ଯୁବଛାତ୍ର ସଂଗଠନ, କ୍ରିକେଟ୍‌ ଓ ଚଳଚ୍ଚିତ୍ର ତାରକାମାନେ ଯୋଗଦେଇଥିଲେ। ପାର୍ଲାମେଣ୍ଟ୍‌ ହୁଲ୍‌ସ୍ଥୂଲ୍‌ ହେଲା। ଏସବୁ ସତ୍ତ୍ୱେ ନୀରବ ରହିଥିବା ପ୍ରଧାନମନ୍ତ୍ରୀ ଦୁଇ ମାସ ପରେ ମୁହଁ ଖୋଲିଲେ। ‘ପ୍ରଶ୍ନପତ୍ର ଲିକ୍‌ ମହାପାପ’ ବୋଲି ମନ୍ତବ୍ୟ ଦେଲେ। ସର୍ବୋଚ୍ଚ ନ୍ୟାୟାଳୟରେ ଦାଏର ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ‘ଭିଡିଓ କ୍ଲିପ୍‌ ଦେଖିବାକୁ ବେଳ ନାହିଁ’ ବୋଲି କହି ପ୍ରଧାନ ବିଚାରପତି ପ୍ରତ୍ୟକ୍ଷ ପ୍ରମାଣକୁ ଏଡ଼ାଇ ଦେଇଗଲେ।
ଏପଟେ ଆମ ଓଡ଼ିଶା କଥା ଆଲୋଚନା କରିବା। ଇତି ମଧ୍ୟରେ ଶିକ୍ଷାବର୍ଷର ଚାରି ମାସ ଯାଇ ସାରିଲାଣି। ପିଲାମାନେ ବହି ପାଇଲେ ନାହିଁ। ଯେଉଁ କେତେ ଖଣ୍ଡ ବହି ପାଇଲେ ସେଥିରେ ଅଜସ୍ର ଭୁଲ୍‌। ଦନ୍ତହୀନ ତଦନ୍ତ ଚାଲିଛି। ପିଲାଏ ହାତ ବାନ୍ଧି ବସିଛନ୍ତି। ଗୋଟିଏ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏତାଦୃଶ ଅବ୍ୟବସ୍ଥା ପାଇଁ କେହି ଉତ୍ତରଦାୟୀ ଥିଲା ଭଳି ଜଣାପଡ଼ୁ ନାହିଁ। ଏନ୍‌ଇଇଟି ପରୀକ୍ଷା ବିଭ୍ରାଟରେ ପିଲାଙ୍କ କ୍ଷତି ପ୍ରାୟତଃ ଭରଣା କରାଗଲା। କିନ୍ତୁ ତ୍ରୁଟିପୂର୍ଣ୍ଣ ପୁସ୍ତକ ଯୋଗୁ ୮୦ ଲକ୍ଷରୁ ଊର୍ଦ୍ଧ୍ୱ କୋମଳମତି ଶିଶୁ ଯେଉଁ କ୍ଷତିର ସମ୍ମୁଖୀନ ହେଲେ ତାହା ଆଦୌ ଭରଣା କରାଯାଇପାରିବ ନାହିଁ। କ୍ଷତିଟା କ୍ଷତ ହୋଇ ରହିଗଲା।
ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ ଆମର ଶିକ୍ଷା ବ୍ୟବସ୍ଥାକୁ ପୂରା ଓଲଟ ପାଲଟ କରି ଦେଇ ସାରିଲାଣି। ସେ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ହେଉ, ସିବିଏସ୍‌ଇ ପରୀକ୍ଷା କଥା ହେଉ ବା ଆମ ରାଜ୍ୟର ପାଠ୍ୟ ପୁସ୍ତକ ତ୍ରୁଟି କଥା ହେଉ, ସବୁଗୁଡ଼ିକ ଗୋଟିଏ ସୂତାରେ ଗୁନ୍ଥା। ସାର୍ବଜନୀନ ଶିକ୍ଷା ବର୍ତ୍ତମାନ ଘରୋଇକରଣ ଓ ବ୍ୟବସାୟୀକରଣ ଦ୍ୱାରା କବଳିତ। ନୂତନ ଶିକ୍ଷାନୀତି ସାଙ୍ଗକୁ ସରକାରଙ୍କ ମତିଗତି ଭବିଷ୍ୟତ ପିଢ଼ିକୁ ମୂର୍ଖ କରିବା ଥୟ। ଭାରତ ପରି ବିଶାଳ ଦେଶରେ ପ୍ରତ୍ୟେକଟି ସଂସ୍ଥାର ସୁପରିଚାଳନା ନିମିତ୍ତ ବିକେନ୍ଦ୍ରୀକରଣ ନୀତି ଜରୁରୀ। ମାତ୍ର କେନ୍ଦ୍ର ସରକାର ରାଜ୍ୟକୁ ବଞ୍ଚତ୍ତ କରି ସବୁଗୁଡ଼ିକୁ କେନ୍ଦ୍ରୀକରଣ କରିବାରେ ବ୍ୟସ୍ତ। ଏନ୍‌ଟିଏ ଗଠନ ପୂର୍ବରୁ ସବୁ କଥା ଠିକ୍‌ଠାକ୍‌ ଚାଲିଥିଲା। କେତେକ ରାଜ୍ୟର ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଏନ୍‌ଟିଏ ଗଠନ କଲେ। ଏବେ ଏଥିରେ ବାରମ୍ବାର ବିଶୃଙ୍ଖଳା ଦେଖାଯାଉଛି। ଏଣୁ ଏନ୍‌ଟିଏର ଉଚ୍ଛେଦ ସର୍ବାଦୌ ଜରୁରୀ ହୋଇ ପଡ଼ିଛି। ଇତି ମଧ୍ୟରେ ସରକାର ଆଉ ଗୋଟିଏ ପ୍ରମାଦପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ୟୁଜିସି, ଏଆଇସିଟିଇ, ଏନ୍‌ସିଟିଇକୁ ଏକତ୍ରିତ କରି ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ’ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି। ମଲାଠୁଁ ଘୋଷରା ବଳିଯିବ!
ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ପରେ ମୁଣ୍ଡ ବ୍ୟଥାକୁ ଅମୃତାଞ୍ଜନ ଲେପ ପରି ଏହା ପରିସ୍ଥିତିକୁ ହାଲୁକା କରିଦେଇଛି ସତ, କିନ୍ତୁ ବ୍ୟବସ୍ଥାଗତ ତ୍ରୁଟିକୁ ଏହା ସୁଧାରି ପାରିବ ନାହିଁ। ଏଥି ସକାଶେ ଶିକ୍ଷାରେ ସଂସ୍କାରର ଯଥେଷ୍ଟ ଆବଶ୍ୟକତା ଅଛି। ଶିକ୍ଷାର ଘରୋଇକରଣ ବନ୍ଦ କରିବା, ଶିକ୍ଷା ବିଭାଗର ଉଚ୍ଚ ପଦ ପଦବୀରେ ଅମଲା ପରିବର୍ତ୍ତେ ଶିକ୍ଷାବିତ୍‌ମାନଙ୍କୁ ନିଯୁକ୍ତି ଦେବା, କୋଠାରୀ କମିଶନ ରିପୋର୍ଟ ଆଧାରରେ ଶିକ୍ଷା ନୀତି ପ୍ରଣୟନ କରିବା ଏବଂ ଦେଶର ଶିକ୍ଷାକୁ କେନ୍ଦ୍ର ନିକଟରେ ଠୁଳ ନ କରି ବିକେନ୍ଦ୍ରୀକରଣ କରିବା ଆଦିକୁ ପ୍ରାଧାନ୍ୟ ଦେବା ଜରୁରୀ ହୋଇପଡ଼ିଛି। ଅଧିକନ୍ତୁ ଉପତ୍ନ୍ନ ପରିସ୍ଥିତିରୁ ସରକାର କିଛି ଶିକ୍ଷା ଗ୍ରହଣ କରିବା ହେଲେ ଦେଶର ମଙ୍ଗଳ ହେବ।
ମୋ:୭୯୭୫୦୪୬୪୮୬

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri