ଏମ୍‌ସିଏଲ୍‌ ଲଖନପୁର ଜିଏମ୍‌ ଅଫିସ୍‌ ଆଗରେ ବିକ୍ଷୋଭ

ଝାରସୁଗୁଡ଼ା ଅଫିସ,୨୨ା୧୧: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ଗ୍ଲୋବାଲ କୋଲ୍‌ ଆଣ୍ଡ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍‌ରେ କେତେକ ନିଯୁକ୍ତି ପାଇଁ ନିୟମାବଳି ଜାରି ହୋଇଛି। ଏ ନେଇ ସମ୍ପୃକ୍ତ ଠିକାସଂସ୍ଥା ତରଫରୁ ଆବେଦନ ପାଇଁ ନୋଟିସ୍‌ ଜାରି ହୋଇଛି। ଏହି ନୋଟିସ୍‌ରେ ବାହାର ଯୁବତୀଯୁବକଙ୍କୁ ଆଗ୍ରାଧିକାର ଦିଆଯାଇଥିବାବେଳେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ଉପେକ୍ଷା କରାଯାଇଛି। ଠିକାସଂସ୍ଥାର ଏଭଳି ମନମାନିକୁ ନେଇ ସ୍ଥାନୀୟ ସରଣ୍ଡାମାଲ ପଞ୍ଚାୟତର ଶତାଧିକ ବେକାର ଯୁବତୀଯୁବକ ସୋମବାର ଲଖନପୁର ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ର ପ୍ରବନ୍ଧକ ସଞ୍ଜୟ କୁମାର ଝାଙ୍କୁ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତା ୨୩ତାରିଖ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି। ଏହାର ଏକକିତା ନକଲ ଗ୍ଲୋବାଲ କୋଲ ଆଣ୍ଡ ମାଇନିଂ ଠିକାସଂସ୍ଥାର ଅଧିକାରୀ ବିମଳେଶ ସିଂହ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ପ୍ରଦାନ କରିଥିଲେ।
ଦାବିପତ୍ରରେ ଦର୍ଶାଯାଇଛି, ସରଣ୍ଡାମାଲ ପଞ୍ଚାୟତ ଅଞ୍ଚଳରେ କୋଇଲା ଖଣି ଗଢିଉଠିଥିବାବେଳେ ସ୍ଥାନୀୟ ଲୋକେ ଘରଦ୍ୱାର, ଜମିବାଡି ହରାଇଛନ୍ତି। ଜଳବାୟୁ ପ୍ରଦୂଷଣ ହେଉଥିବାରୁ ଲୋକେ ରୋଗରେ ପୀଡିତ ହେଉଛନ୍ତି। କମ୍ପାନୀ ତରଫରୁ ସେମାନଙ୍କୁ ନିଯୁକ୍ତି, ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ଆଦି ସୁବିଧା ଦିଆଯାଉନାହିଁ ା କମ୍ପାନୀ କର୍ତ୍ତୃପକ୍ଷ ସିଧାସଳଖ ନିଯୁକ୍ତି ନ ଦେଇ ଠିକାସଂସ୍ଥା ଅଧିନରେ ଅସ୍ଥାୟୀଭାବେ ନିଯୁକ୍ତି ଦେଉଛନ୍ତି। ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଉଛି। ଅଞ୍ଚଳର ଅଣକୁଶଳୀ ବେକାର ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ନ ଦେଇ ପରେ ସେମାନଙ୍କ ଦକ୍ଷତା ପ୍ରତିପାଦନ ପାଇଁ ପରୀକ୍ଷା ସାଙ୍ଗକୁ ସାକ୍ଷାତକାର ପାଇଁ ବାଧ୍ୟ କରାଯାଉଛି ା ଫଳରେ ସେମାନେ ଏହାର ସାମ୍ନା କରି ନ ପାରି ନିଯୁକ୍ତିରୁ ବଞ୍ଚତ୍ତ ହେଉଛନ୍ତି। ନିଯୁକ୍ତି କ୍ଷେତ୍ରରେ କୌଣସି ସର୍ତ୍ତାବଳି ରଖା ନ ଯାଉ ବୋଲି ପଞ୍ଚାୟତବାସୀ ଦାବି କରିଛନ୍ତି। ଆନ୍ଦୋଳନରେ ସ୍ଥାନୀୟ ସରପଞ୍ଚ ଝରଣା ସେଠ୍‌, ସମିତିସଭ୍ୟ ରାଜେଶ୍ୱର ସିଂହ, ଜିଲାପରିଷଦ ସଦସ୍ୟା ପୁଷ୍ପଲତା ସେଠ୍‌, ସାଲେଗ୍ରାମ ନାୟକ, ନନ୍ଦି କିଶୋର ସିଂହ, ସୁନିଲ ପାଢୀ, ଅନିଲ ପ୍ରଧାନ, ମନୋରଞ୍ଜନ ସା, କ୍ଷୀରୋଦ ସା, ପ୍ରେମରଞ୍ଜନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ରର ଏପିଏମ୍‌ ସଞ୍ଜୀବ ଭରଦ୍ୱାଜ କହିଛନ୍ତି, ସ୍ଥାନୀୟ ପଞ୍ଚାୟତବାସୀଙ୍କ ଦାବି ସମ୍ପର୍କରେ କମ୍ପାନୀ ଠିକାସଂସ୍ଥା ସହିତ ଆଲୋଚନା କରି ଏହାର ସମାଧାନ ପାଇଁ ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri