Posted inଭଦ୍ରକ

ମୃତଦେହ ରଖି ଥାନା ଘେରାଉ

ବାସୁଦେବପୁର/ ପଦ୍ମପୁର, ୨୪।୩ (ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନରେ ପରାଜୟ ପାଇଁ ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରା ସହି ନ ପାରି ବିଷ ପିଇ ଦେଇଥିଲେ ସମିତିସଭ୍ୟ ପ୍ରାର୍ଥତ୍ନୀ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତର ସୁମତୀ ପରିଡ଼ା। କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ହୋଇ ମୃତଦେହ ଆସିବା ପରେ ଏହି ଘଟଣାକୁ ନେଇ ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଥିଲା। ପଞ୍ଚାୟତର କେତେଜଣ ବ୍ୟକ୍ତି ମଙ୍ଗଳବାର ବିଳମ୍ବିତ ରାତିରେ ସୁମତୀଙ୍କ ମୃତଦେହ ରଖି ବାସୁଦେବପୁର ଥାନା ଥାନା ଘେରାଉ କରିଥିଲେ। ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଥାନା ଘେରାଉ ଜାରି ରହିଥିଲା। ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଦାୟୀ ଥିବା ୬ଜଣଙ୍କ ନଁାରେ ପୋଲିସ ମାମଲା ରୁଜୁ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଲୋକେ ଧାରଣାରୁ ଓହରିବା ପରେ ଅନ୍ତିମ ସଂସ୍କାର ପାଇଁ ମୃତଦେହ ବଡ଼ଅଗାପୁର ଗ୍ରାମକୁ ନେଇଥିଲେ। ମୃତ ସୁମତୀଙ୍କ ଶ୍ୱଶୁର ରମେଶ ଚନ୍ଦ୍ର ପରିଡ଼ାଙ୍କ ଅଭିଯୋଗ କ୍ରମେ ୬ଜଣଙ୍କ ନଁାରେ ମାମଲା (ନଂ.୧୨୬/୨୨) ରୁଜୁ କରାଯାଇଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୭ ଦିନ ପରେ ବିଜୟୀ ପ୍ରାର୍ଥୀଙ୍କ ରାଲି ବେଳେ ପରାଜିତ ପ୍ରାର୍ଥତ୍ନୀ ସୁମତୀଙ୍କ ପରିବାର ଲୋକଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର କରାଯାଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ପ୍ରଥମେ ସୁମତୀଙ୍କ ସ୍ବାମୀ ରମାକାନ୍ତ ବେକରେ ରଶି ଲଗାଇ ଦେଇଥିଲେ। ଏହା ଦେଖି ସୁମତୀ ବିଷ ପିଇ ଦେଇଥିଲେ। ରମାକାନ୍ତ ମୃତ୍ୟୁର ୧୦ ଦିନ ପରେ ସୁମତୀଙ୍କ ମୃତ୍ୟୁ ଘଟିଛି। ନିର୍ବାଚନ ଫଳାଫଳ ପ୍ରକାଶର ୧୭ ଦିନ ପରେ ବିଜୟ ଶୋଭାଯାତ୍ରା କରାଯିବା ଘଟଣାର ଅଧିକ ତଦନ୍ତ କରାଯାଉ ବୋଲି ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri