ଅଶ୍ଲୀଳ ଗୀତକୁ ବିରୋଧ: ଟାଉନ ଥାନାରେ ଏତଲା ଦେଲା ଜିଲା ବିକାଶ ମଞ୍ଚ

କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲା ଝିଅଙ୍କୁ ନେଇ ଅଶ୍ଲୀଳ ଗୀତ ପରିବେଷଣ କରିଥିବା ଓମ ଶଙ୍କର ନାମକ ବ୍ୟକ୍ତିଙ୍କ ବିରୋଧରେ ଜିଲା ବିକାଶ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଜିଲା ବିକାଶ ମଞ୍ଚ ସମ୍ପାଦକ ଏସ୍‌. ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ସଦସ୍ୟାମାନେ କୋରାପୁଟ ଟାଉନ ଥାନା ଅଧିକାରୀଙ୍କୁ ରବିବାର ଏତଲା ଦେଇଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି। କୋରାପୁଟ ଜିଲାର ଝିଅମାନଙ୍କୁ ଅଶ୍ଲୀଳ ଗୀତ ଗାଇ ୟୁଟ୍ୟୁବ୍‌ରେ ଛାଡିଥିଲେ। ଏହାକୁ ଜିଲା ବିକାଶ ମଞ୍ଚ ବିରୋଧ କରି ଏତଲା ଦେଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏହାକୁ ନେଇ ଜୟପୁର ଟାଉନ ଥାନାରେ ଜୟପୁର ଅଞ୍ଚଳର ବହୁ ଯୁବତୀଯୁବକ ମଧ୍ୟ ଏତଲା ଦେଇଥିଲେ।