ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର, ପଦଯାତ୍ରା ଓ ପ୍ରତିବାଦ ସଭା ଗୁରୁବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ୟୁଥ୍‌ ଆସୋସିଏଶନର ସମସ୍ତ ଛାତ୍ରୀଛାତ୍ର ଓ ମହିଳା ଯୁବଗର୍ବଙ୍କ ମିଳିତ ଉଦ୍ୟମରେ ସହରର ଜଗନ୍ନାଥ ମନ୍ଦିରରୁ ଆଦର୍ଶ ଥାନା ଯାଏ ବିଭିନ୍ନ ନାରା ଦେଇ ସକାଳ ସାଢେ ୯ ଟାରୁ ପଦଯାତ୍ରା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଜାରି ରହିଛି। ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ କରିଥିବା ବ୍ୟକ୍ତିଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଶିକ୍ଷା ବ୍ୟବସ୍ଥାକୁ ସ୍ବଚ୍ଛତା ଓ ନିରପେକ୍ଷତା କରାଯାଉ ଏବଂ ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ସର୍ବୋଚ୍ଚ ପ୍ରଥମିକତା ଦେବା ସହମତ ପ୍ରକାଶ କରିଥିବା ଅଧିକାରକୁ ନିରପେକ୍ଷତା ଓ ସୁନିଶ୍ଚିତ କରାଯିବା ପାଇଁ ଆସୋସିଏଶନର ଯୁବପିଢ଼ି ଦାବି କରି ପ୍ରତିବାଦ କରିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରରେ ଚାଲିଥିବା ଶିକ୍ଷା ସମ୍ବନ୍ଧୀୟ ଆନ୍ଦୋଳନକୁ ସମର୍ଥନ ଜଣାଇବା ଓ ଶିକ୍ଷାର ବିକାଶକୁ ନେଇ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରାଯାଇଛି।

Dharitri – Odisha’s No.1 Odia Daily