ଯାଞ୍ଚ ନ କରି ଜରିମାନା ଆଦାୟକୁ ବିରୋଧ: ଆର୍‌ଟିଓ ଘେରିଲେ ଯୁବଗୋଷ୍ଠୀ

ପାରଳାଖେମୁଣ୍ଡି,୨୯ା୧୧(ଡି.ଏନ.ଏ.): ଗଜପତି ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କେତେକ କାର୍ଯ୍ୟକଳାପକୁ ନାପସନ୍ଦ କରି ପାରଳାଖେମୁଣ୍ଡିର ଯୁବଗୋଷ୍ଠୀ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି। ସହରରେ କିଛି ଦିନ ହେଲା ବିଭାଗ ପକ୍ଷରୁ ମନଇଚ୍ଛା ଅଧିକରୁ ଅଧିକ ଜରିମାନା ଆଦାୟ କରାଯାଉଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି। ବିଭାଗୀୟ କର୍ମଚାରୀମାନେ କୌଣସି ଯାଞ୍ଚ ନ କରି ଲୁଚି ଛପି ବିଭିନ୍ନ ଗାଡିର ଫଟୋ ଉଠାଇ ନେଇ ଜରିମାନା ସମ୍ପର୍କରେ ମୋବାଇଲ ଫୋନକୁ ମେସେଜ ପଠାଉଛନ୍ତି। ବିଶେଷକରି ଦୁଇଚକିଆ ଯାନଗୁଡିକ ଉପରେ କେବଳ ଫୋଟ ଉଠାଇ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଜରିମାନା ପକାଉଛନ୍ତି । ଯଦି ଜଣେ ହେଲମେଟ ପରିଧାନ କରି ନ ଥିବ ଏବଂ ତାର ସମସ୍ତ କାଗଜପତ୍ର ଠିକ ଥିବ ସେଠାରେ ବି ୫ହଜାରରୁ ଉର୍ଦ୍ଧ୍ୱ ଜରିମାନା କରାଯାଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଲାଗି ଯୁବଗୋଷ୍ଠୀଙ୍କ ପକ୍ଷରୁ ଦାବି ହୋଇଛି ।