ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭବାନୀପାଟଣା,୭।୧୧(ଡି.ଏନ୍‌.ଏ.): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଛି। । ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଶନିବାର ମଧ୍ୟ ଭାଜପା ପକ୍ଷରୁ କଳା ପତାକା ପ୍ରଦର୍ଶନ କରିଯାଇଥିଲା।
ଜୁନାଗଡ଼ ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ପକ୍ଷରୁ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରା ଠାରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ତେବେ ଏହି ଶୋଭାଯାତ୍ରାରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିଲେ। ଏହି ସମୟରେ ବିରୋଧୀମାନେ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି। ଘଟଣାସ୍ଥଳରେ ବିଜେଡି-ଭାଜପା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।