ଆର୍‌ଡି ରାସ୍ତାରେ ଟୋଲ୍‌ପ୍ଲାଜା ନିର୍ମାଣକୁ ବିରୋଧ: ଆନ୍ଦୋଳନ ପାଇଁ ସଂଗଠିତ ଅଞ୍ଚଳବାସୀ

ବରଗଡ଼,୨୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଟୋଲପ୍ଲାଜା ନିକଟରେ ରହିଥିବା ବାଇପାସ୍‌ ଆର୍‌ଡି ରାସ୍ତାରେ ପୁଣି ଏକ ଟୋଲପ୍ଲାଜା ନିର୍ମାଣ ଯୋଜନା ଚାଲିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ପୂର୍ବାହ୍ନ ୧୧ଟାରେ ଅଞ୍ଚଳର ଲୋକେ ଟୋଲପ୍ଲାଜା ନିର୍ମାଣସ୍ଥଳୀକୁ ପହଞ୍ଚି ବିରୋଧ କରିଥିଲେ। ଏହାପରେ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା। ଟୋଲପ୍ଲାଜା କର୍ତ୍ତୃପକ୍ଷ ଏବଂ ଅଞ୍ଚଳବାସୀ ସ୍ଥାନୀୟ ଗ୍ରାମାଞ୍ଚଳ ଥାନାକୁ ପହଞ୍ଚିଥିଲେ। ସେଠାରେ ଆଲୋଚନା ବିଫଳ ହୋଇଥିଲା। ଅନ୍ୟପଟେ ସେହି ରାସ୍ତାରେ ଟୋଲପ୍ଲାଜା ନିର୍ମାଣ ଅଧାରୁ ଅଟକି ରହିଥିବାବେଳେ ଏହାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ଏଭଳି ନିର୍ମାଣ କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ପାଇଁ ସ୍ଥାନୀୟ ବିଭିନ୍ନ ସଙ୍ଗଠନ ସମେତ ଅଞ୍ଚଳବାସୀ ସଙ୍ଗଠିତ ହେଉଥିବା ସୂଚନା ମିଳିଛି।
ପ୍ରକାଶ ଯେ, ୬ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟିଠାରୁ ସମ୍ବଲପୁର ଜିଲା ଅଇଁଠାପାଲି ପର୍ଯ୍ୟନ୍ତ ୮୮ କି.ମି ଦୀର୍ଘ ରାସ୍ତା ଫୋରଲେନ୍‌ ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା(ଏନ୍‌ଏଚ୍‌ଏଆଇ) ଅଧିନରେ ରାସ୍ତା ନିର୍ମାଣକାରୀ କମ୍ପାନୀ ଅଶୋକା ବିଲ୍ଡକନ୍‌ ଏହି ରାସ୍ତା ନିର୍ମାଣ କରିଛି। ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାଠାରେ ଜାତୀୟ ରାଜପଥ ଉପରେ ଟୋଲପ୍ଲାଜା ସ୍ଥାପନ କରି ଉକ୍ତ ସଂସ୍ଥା ଯାନବାହନ ଗୁଡ଼ିକରୁ ଟୋଲଟ୍ୟାକ୍ସ ଆଦାୟ କରୁଛି। ଉକ୍ତ ଟୋଲପ୍ଲାଜା ନିକଟରେ ଜାତୀୟ ରାଜପଥରୁ ବରାହଗୋଡ଼ା, ଆମ୍ବସଢ଼ା, ତୋରା ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡ଼ି)ର ଏକ ବାଇପାସ୍‌ ରାସ୍ତା ଯାଇଛି। ଉକ୍ତ ବାଇପାସ୍‌ ରାସ୍ତାରେ ଯାତାୟାତ ଯାନବାହନ ଗୁଡ଼ିକରୁ ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ଟୋଲଟ୍ୟାକ୍ସ ଅସୁଲିକୁ ବିଗତ ଦିନରେ ବିରୋଧ କରାଯାଇଥିଲା। ଏପରିକି ଏନ୍‌ଏଚ୍‌ଏଆଇ, ଅଞ୍ଚଳବାସୀ ଏବଂ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ପରେ ଗତବର୍ଷ ଏହି ରାସ୍ତାରେ ନିର୍ମିତ ଅନ୍ୟଏକ ଟୋଲପ୍ଲାଜାକୁ ଭାଙ୍ଗି ଦିଆଯାଇଥିଲା।
ତେବେ ସେହି ଘଟଣାକୁ ବର୍ଷେ ନ ପୂରୁଣୁ ପୁଣି ସେଠାରେ ଆଉଏକ ଟୋଲପ୍ଲାଜା ନିର୍ମାଣକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳୁଛି। ଏଥିରେ ପ୍ରଶାସନ ହସ୍ତକ୍ଷେପ ନ କଲେ ଏହାକୁ କେନ୍ଦ୍ର କରି ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସହିତ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି। ତୋରା ଗ୍ରାମର ଅନନ୍ତ ତାଣ୍ଡି କହିଛନ୍ତି, ଆର.ଡ଼ି ରାସ୍ତା ଉପରେ ଟୋଲପ୍ଲାଜା ବସାଇବା ନେଇ ଅଶୋକା ବିଲ୍ଡକନ୍‌ର କୌଣସି ଅଧିକାର ନାହିଁ। ଯଦି ସେଠାରେ ଟୋଲପ୍ଲାଜା ନିର୍ମାଣ କରାଯାଏ, ତାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ସମସ୍ତ ଆଖପାଖ ଅଞ୍ଚଳବାସୀ ଏକତ୍ରିତ ହୋଇ ତୀବ୍ର ବିରୋଧ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି। ପ୍ରକାଶଥାଉକି, ଏହି ରାସ୍ତାରେ ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୂର୍ବରୁ କିଛି ଲୋକ ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତାର ବିଚାର କରି ଖାଉଟୀ ଅଦାଲତ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri