ସନାତନ ଧର୍ମର ସୁରକ୍ଷା ଜରୁରୀ

ଛତ୍ରପୁର,୧୯।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀଠାରେ ୩ ଦିନ ଧରି ଚାଲିଥିବା ମା’ ରାମଚଣ୍ଡୀ ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରୟାଗରାଜକୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭ ମେଳାରେ ବୁଡ଼ ପକାଇ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା’ ରାମଚଣ୍ଡୀଙ୍କ ପୀଠ କୁ ଆମନ୍ତ୍ରିତ କରାଇ ଭବ୍ୟ ମଞ୍ଚରେ ସାଦର ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇ ସମ୍ମାନୀତ କରାଯାଇଥିଲା।
ଭୁବନେଶ୍ୱରର ସନ୍ଥଶ୍ରୀ ଶଙ୍କରାନନ୍ଦ ଗିରି, ମହେନ୍ଦ୍ରଗିରିର ସନ୍ଥଶ୍ରୀ ତ୍ରିଦଣ୍ଡି ସ୍ବାମୀ ଭାସ୍କର ତୀର୍ଥ, ପୋଲସରାର ପ୍ରଜ୍ଞାନନ୍ଦ ମହାରାଜ, ଚୈତନ୍ୟ ମଠର ଶ୍ରୀ ମହନ୍ତ ରାଧା ବିନୋଦ ଦାସ, ହରି ମହାରାଜ ପ୍ରମୁଖ ବହୁ ସାଧୁସନ୍ଥ ଗଣ ଯୋଗଦେଇ ସମଗ୍ର ଭାରତ ବର୍ଷରେ ସନାତନ ଧର୍ମର ସୁରକ୍ଷା କରିବା ସାଙ୍ଗକୁ ହିନ୍ଦୁ ସନାତନୀମାନଙ୍କ ପ୍ରଚାର ପ୍ରସାର ଦିଗରେ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବହୁ ସାଧୁ ସନ୍ଥଗଣ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଅଗଣିତ ଭକ୍ତମାନଙ୍କ ଗହଣରେ ଜାଗରଣ ସୃଷ୍ଟି କରିଥିଲେ।
ଏଥି ସମେତ ବିଭିନ୍ନ ଶକ୍ତିପୀଠ ଗୁଡ଼ିକର ସୁରକ୍ଷା ଏବଂ ସେ ଗୁଡ଼ିକର ରକ୍ଷଣାବେକ୍ଷଣା କରିବା ନିହାତି ଆବଶ୍ୟକ ବୋଲି ସନ୍ଥଗଣ ମତପ୍ରକାଶ କରିଛନ୍ତି। ଶକ୍ତିପୀଠର ମହତ୍ତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ରାମଚଣ୍ଡୀ ମନ୍ଦିରରେ ୧୦୮ କୁମ୍ଭ ସ୍ଥାପନ କରାଯାଇଥିଲା। କଳସ ଯାତ୍ରା କରାଇ ଋଷିକୁଲ୍ୟା ନଦୀ ଘାଟରୁ ମହିଳାମାନଙ୍କ ଦାରା ଜଳ ଅଣାଯାଇ ପବିତ୍ର ଏହି ଜ୍ଞାନଯଜ୍ଞ କାର୍ଯ୍ୟକ୍ରମକୁ ଉଦ୍ଭାସିତ କରାଯାଇଥିଲା। ମନ୍ଦିର ବେଢ଼ା ପରିସରରେ ନାନା ବେଦମନ୍ତ୍ର ଉଚ୍ଚାରୀତ ହୋଇ ବିବିଧ କର୍ମକାଣ୍ଡର ବିଧାନ ତଥା ଦେବୀ ଙ୍କ ଠାରେ ୧୦୮ ବେଲପତ୍ର ଅଭିଷେକ, ଚଣ୍ଡୀପାଠ, ସାଧୁ ସନ୍ଥଗଣ ଙ୍କ ଆଧ୍ୟାତ୍ମିକ ଜାଗରଣ ଓ ଆଶ୍ରିବଚନ ପ୍ରଦାନରେ ଅଗଣିତ ଭକ୍ତଗଣ ସିଦ୍ଧି ଲାଭ କରିଛନ୍ତି। ଆଶ୍ରିବଚନ ପ୍ରଦାନ କାର୍ଯ୍ୟକ୍ରମ ପରି ଶେଷରେ ସାଧୁସନ୍ଥ ଗଣ ଶକ୍ତିପୀଠ ରାମଚଣ୍ଡୀ ପରିସରରେ ବ୍ରହ୍ମା ଭୋଜନ ସାରି ଅପରାହ୍ନରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri