ସନାତନ ଧର୍ମର ସୁରକ୍ଷା ଜରୁରୀ

ଛତ୍ରପୁର,୧୯।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀଠାରେ ୩ ଦିନ ଧରି ଚାଲିଥିବା ମା’ ରାମଚଣ୍ଡୀ ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରୟାଗରାଜକୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭ ମେଳାରେ ବୁଡ଼ ପକାଇ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା’ ରାମଚଣ୍ଡୀଙ୍କ ପୀଠ କୁ ଆମନ୍ତ୍ରିତ କରାଇ ଭବ୍ୟ ମଞ୍ଚରେ ସାଦର ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇ ସମ୍ମାନୀତ କରାଯାଇଥିଲା।
ଭୁବନେଶ୍ୱରର ସନ୍ଥଶ୍ରୀ ଶଙ୍କରାନନ୍ଦ ଗିରି, ମହେନ୍ଦ୍ରଗିରିର ସନ୍ଥଶ୍ରୀ ତ୍ରିଦଣ୍ଡି ସ୍ବାମୀ ଭାସ୍କର ତୀର୍ଥ, ପୋଲସରାର ପ୍ରଜ୍ଞାନନ୍ଦ ମହାରାଜ, ଚୈତନ୍ୟ ମଠର ଶ୍ରୀ ମହନ୍ତ ରାଧା ବିନୋଦ ଦାସ, ହରି ମହାରାଜ ପ୍ରମୁଖ ବହୁ ସାଧୁସନ୍ଥ ଗଣ ଯୋଗଦେଇ ସମଗ୍ର ଭାରତ ବର୍ଷରେ ସନାତନ ଧର୍ମର ସୁରକ୍ଷା କରିବା ସାଙ୍ଗକୁ ହିନ୍ଦୁ ସନାତନୀମାନଙ୍କ ପ୍ରଚାର ପ୍ରସାର ଦିଗରେ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବହୁ ସାଧୁ ସନ୍ଥଗଣ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଅଗଣିତ ଭକ୍ତମାନଙ୍କ ଗହଣରେ ଜାଗରଣ ସୃଷ୍ଟି କରିଥିଲେ।
ଏଥି ସମେତ ବିଭିନ୍ନ ଶକ୍ତିପୀଠ ଗୁଡ଼ିକର ସୁରକ୍ଷା ଏବଂ ସେ ଗୁଡ଼ିକର ରକ୍ଷଣାବେକ୍ଷଣା କରିବା ନିହାତି ଆବଶ୍ୟକ ବୋଲି ସନ୍ଥଗଣ ମତପ୍ରକାଶ କରିଛନ୍ତି। ଶକ୍ତିପୀଠର ମହତ୍ତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ରାମଚଣ୍ଡୀ ମନ୍ଦିରରେ ୧୦୮ କୁମ୍ଭ ସ୍ଥାପନ କରାଯାଇଥିଲା। କଳସ ଯାତ୍ରା କରାଇ ଋଷିକୁଲ୍ୟା ନଦୀ ଘାଟରୁ ମହିଳାମାନଙ୍କ ଦାରା ଜଳ ଅଣାଯାଇ ପବିତ୍ର ଏହି ଜ୍ଞାନଯଜ୍ଞ କାର୍ଯ୍ୟକ୍ରମକୁ ଉଦ୍ଭାସିତ କରାଯାଇଥିଲା। ମନ୍ଦିର ବେଢ଼ା ପରିସରରେ ନାନା ବେଦମନ୍ତ୍ର ଉଚ୍ଚାରୀତ ହୋଇ ବିବିଧ କର୍ମକାଣ୍ଡର ବିଧାନ ତଥା ଦେବୀ ଙ୍କ ଠାରେ ୧୦୮ ବେଲପତ୍ର ଅଭିଷେକ, ଚଣ୍ଡୀପାଠ, ସାଧୁ ସନ୍ଥଗଣ ଙ୍କ ଆଧ୍ୟାତ୍ମିକ ଜାଗରଣ ଓ ଆଶ୍ରିବଚନ ପ୍ରଦାନରେ ଅଗଣିତ ଭକ୍ତଗଣ ସିଦ୍ଧି ଲାଭ କରିଛନ୍ତି। ଆଶ୍ରିବଚନ ପ୍ରଦାନ କାର୍ଯ୍ୟକ୍ରମ ପରି ଶେଷରେ ସାଧୁସନ୍ଥ ଗଣ ଶକ୍ତିପୀଠ ରାମଚଣ୍ଡୀ ପରିସରରେ ବ୍ରହ୍ମା ଭୋଜନ ସାରି ଅପରାହ୍ନରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri