ଆପାର୍ଟମେଣ୍ଟ କ୍ରେତାଙ୍କୁ ମିଳିବ ସୁରକ୍ଷା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆପାର୍ଟମେଣ୍ଟ କିଣୁଥିବା କ୍ରେତାଙ୍କୁ ମିଳିବ ସୁରକ୍ଷା। ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ (ରେଗୁଲେଶନ ଆଣ୍ଡ ଡେଭଲପ୍‌ମେଣ୍ଟ) ରୁଲ୍‌ସ-୨୦୧୭ର ସଂଶୋଧନ କରିଛନ୍ତି। ଓଡ଼ିଶା ରିୟଲ ଇଷ୍ଟେଟ(ରେଗୁଲେଶନ ଆଣ୍ଡ ଡେଭଲପ୍‌ମେଣ୍ଟ) ସଂଶୋଧିତ ରୁଲ୍‌ସ-୨୦୨୨ କାର୍ଯ୍ୟକାରୀ ହେବ। ସଂଶୋଧନ ରୁଲ୍‌ସ ଅନୁଯାୟୀ ନିର୍ମାତା ପ୍ରକଳ୍ପ ଶେଷ ହେବାର ଧାର୍ଯ୍ୟ ତାରିଖ ପରେ କ୍ରେତାଙ୍କଠାରୁ କୌଣସି ଅତିରିକ୍ତ ଦେୟ ନେଇପାରିବେ ନାହିଁ। ଆପାର୍ଟମେଣ୍ଟରେ ଥିବା କମନ ଏରିଆକୁ କୌଣସି କ୍ରେତା ଭାଗ କରି ନିଜ ଦଖଲରେ ରଖିପାରିବେ ନାହିଁ। ସ୍ବୀକୃତିପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଆକୁପାନ୍ସି ସାର୍ଟିଫିକେଟ ପାଇବା ପରେ ପ୍ରମୋଟର ଆପାର୍ଟମେଣ୍ଟ ଆସୋସିଏଶନକୁ ଉକ୍ତ କମନ ଏରିଆ ପ୍ରଦାନ କରିବେ। ଘର କିଣିବାକୁ ପଞ୍ଜୀକରଣ କରିଥିବା ବ୍ୟକ୍ତି ନିର୍ମାଣ ସମୟରେ ପ୍ରକଳ୍ପ ପରିଦର୍ଶନ କରିପାରିବେ। ପ୍ରମୋଟରମାନେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବେ। ଘର ନେବା ପରେ କ୍ରେତାମାନେ କମନ ଏରିଆ ପରିଚାଳନା ଫି’ ପ୍ରମୋଟର କିମ୍ବା ଆପାର୍ଟମେଣ୍ଟ ଆସୋସିଏଶନକୁ ପ୍ରଦାନ କରିବା ନେଇ ସଂଶୋଧିତ ରୁଲ୍ସରେ ବ୍ୟବସ୍ଥା ରହିଛି। ଏହି ସଂଶୋଧିତ ରୁଲ୍‌ସ ଅନୁଯାୟୀ ଘର ବିକିବା ପାଇଁ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ପ୍ରମୋଟରମାନେ କ୍ରେତାଙ୍କ ସହ ଏଗ୍ରିମେଣ୍ଟ କରିବେ। ମଙ୍ଗଳବାର ରାଜ୍ୟ ସରକାର ରେଜିଷ୍ଟ୍ରେଶନକୁ ନେଇ ଦାଏର ହୋଇଥିବା ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ସର୍ବୋଚ୍ଚ ଅଦାଲତ ନୂତନ ନିୟମ ଅନୁସାରେ ଗ୍ରାହକଙ୍କୁ ଘର ବିକିବା ପୂର୍ବରୁ ପଞ୍ଜୀକରଣ କରିବାକୁ ଓରେରାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ମାସ ଧରି ଆପାର୍ଟମେଣ୍ଟ ବିକ୍ରି ଉପରେ ଲାଗିଥିବା ରୋକ ହଟିଯାଇଛି। ଏଣିକି ଆପାର୍ଟମେଣ୍ଟ ବିକ୍ରି ନେଇ ପଞ୍ଜୀକରଣ ହୋଇପାରିବ। ଉଲ୍ଲେଖଯୋଗ୍ୟ ପଞ୍ଜୀକରଣକୁ ନେଇ ହାଇକୋର୍ଟରେ ୨୦୨୨ ମେ’ ୧୨ରେ ଏକ ମାମଲା ଦାଏର ହୋଇଥିଲା। ସେବେଠାରୁ ଆପାର୍ଟମେଣ୍ଟ ବିକ୍ରି ପାଇଁ ଏଗ୍ରିମେଣ୍ଟ ଫର୍‌ ସେଲ୍‌ ହୋଇପାରୁ ନ ଥିଲା।
ସେହିପରି ସେଲ୍‌ଡିଡ୍‌ ବା ରେକର୍ଡ ଅଫ୍‌ ରାଇଟସକୁ ନେଇ ମଧ୍ୟ ହାଇକୋର୍ଟରେ ମାମଲା ଚାଲିଛି। ସେଲ୍‌ଡିଡ୍‌ କିପରି ହେବ ସେ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେଶନ(ଆଇଜିଆର୍‌)ଙ୍କ ସହ ଆଲୋଚନା କରାଯାଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ କରାଯିବ ବୋଲି ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏଥିସହିତ ଆପାର୍ଟମେଣ୍ଟ ସଂଘ ଗଠନ ନେଇ ରାଜ୍ୟ ସରକାର ଏକ ବାଇ-ଲ ପ୍ରସ୍ତୁତ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ଓରେରାକୁ ଦାୟିତ୍ୱ ଦିଆଯାଇଛି। ଆପାର୍ଟମେଣ୍ଟ ମାଲିକାନା ଆଇନ ଖୁବ୍‌ଶୀଘ୍ର ଆସିବ। ଏ ନେଇ ଚିଠା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି। ଆସନ୍ତା ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ବେଳେ ରାଜ୍ୟ ସରକାର ସତ୍ୟପାଠ ଆକାରରେ ତାହା ପ୍ରଦାନ କରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?