ଶୀତଦାଉରୁ ଅସହାୟଙ୍କୁ ସୁରକ୍ଷା, କମ୍ବଳ ବଣ୍ଟନ କରି…

ବଲାଙ୍ଗୀର,୨୬ା୧୧(ସୁନିଲ କୁମାର ମହାନ୍ତି): ଶୀତଋତୁରେ ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ‘ସହଯୋଗ ଫାଉଣ୍ଡେଶନ’ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗତକାଲି ରାତିରେ ଏହି ମାନବିକ ସେବା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀମନ୍ତ ପଣ୍ଡା ଏବଂ ଶରତ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶୀତ ରାତିରେ ରାସ୍ତାକଡ଼, ଡାକ୍ତରଖାନା ପରିସର ଓ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଅସହାୟ ଲୋକଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ଅସମୟରେ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇବା ହିଁ ପ୍ରକୃତ ମାନବ ସେବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସହଯୋଗ ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି ଯେ, ସମାଜର ଅବହେଳିତ ତଥା ଅଭାବୀ ଲୋକଙ୍କ ସହାୟତା ପାଇଁ ସଂସ୍ଥା ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଅନ୍ନ ସେବା, ବସ୍ତ୍ର ବଣ୍ଟନ, ସ୍ବାସ୍ଥ୍ୟସେବା ଓ ରକ୍ତଦାନ ଭଳି ମାନବିକ କାର୍ଯ୍ୟକ୍ରମ ସହିତ ଶୀତଋତୁରେ କମ୍ବଳ ବଣ୍ଟନ ସଂସ୍ଥାର ଏକ ପ୍ରମୁଖ ପଦକ୍ଷେପ।

Dharitri – Odisha’s No.1 Odia Daily

Share