ଅଭିନବ ଉପାୟରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା: ହିଂସ୍ରଜନ୍ତୁଙ୍କୁ ଡରାଉଛି କୃତ୍ରିମ ଆଖି

ବାରିପଦା ଅଫିସ,୧୯ା୯-ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ମୟୂରଭଞ୍ଜ ଜିଲାର ବନବାସୀମାନେ ଅଭିନବ ଉପାୟ ଆପଣାଇଛନ୍ତି। ଗାଈବଳଦଙ୍କ ପଛପାର୍ଶ୍ୱରେ ରଙ୍ଗତୂଳୀରେ କୃତ୍ରିମ ଆଖି ଆଙ୍କି ହିଂସ୍ରଜନ୍ତୁଙ୍କଠାରୁ ସେମାନଙ୍କୁ ରକ୍ଷା କରି ପାରୁଛନ୍ତି। ବଣଜଙ୍ଗଲରେ ବସବାସ କରୁଥିବା ଲୋକେ ଏହି ଉପାୟ ଅବଲମ୍ବନ କରି ବେଶ୍‌ ସଫଳତା ପାଇ ପାରୁଥିବା ଦେଖିବାକୁ ମିଳିଛି ।


ମୟୂରଭଞ୍ଜ ଜିଲାକୁ ଘେରି ରହିଛି ଶିମିଳିପାଳ ଜୈବ ମଣ୍ଡଳ। ଏହାକୁ ଲାଗିରହିଛି ଅନେକ ଜନବସତି। କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୫୧ରୁ ଊର୍ଦ୍ଧ୍ୱ ଗାଁ ରହିଛି। ଗୃହପାଳିତ ଗାଈ, ବଳଦ, ଛେଳି, ମେଣ୍ଢା ଆଦିଗୁଡ଼ିକ ଜନବସତିରେ ବାସ କରୁଥିବା ଲୋକମାନଙ୍କ ଜୀବିକା ଅର୍ଜନର ମୁଖ୍ୟ ମାଧ୍ୟମ। ଯାହାର ଯେତେ ଗାଈବଳଦ ତାଙ୍କର ସେତିକି ସମ୍ପତ୍ତିି ବୋଲି ଗ୍ରାମବାସୀ ପ୍ରକାଶ କରିଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବନବାସୀମାନେ ବିଭିନ୍ନ ପ୍ରୟାସ କରୁଛନ୍ତି। ଜଙ୍ଗଲକୁ ଚରିବାକୁ ଯାଉଥିବା ବେଳେ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଗୃହପାଳିତ ପ୍ରାଣୀଙ୍କ ପ୍ରାଣହାନି ଘଟୁଛି। ଜଙ୍ଗଲରେ ଥିବା ବାଘ, ଭାଲୁ, ହେଟାବାଘ, ଶିଆଳ ଆଦି ହିଂସ୍ର ଜନ୍ତୁଙ୍କ ଆକ୍ରମଣର ଭୟ ରହିଛି। ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀମାନେ ଏବେ ଅଭିନବ ଉପାୟ ଆପଣାଇଛନ୍ତି । ପ୍ରତି ଗୋରୁଙ୍କ ପଛ ପାର୍ଶ୍ୱରେ ତୁଳୀ ଓ ରଙ୍ଗରେ କୃତ୍ରିମ ଆଖି ଆଙ୍କୁଛନ୍ତି। ଏହି ଚିତ୍ରକୁ ଦୂରରୁ ଦେଖିଲେ ଏହା ଅନ୍ୟ ଏକ ହିଂସ୍ରଜନ୍ତୁଙ୍କ ଭଳି ଲାଗୁଛି। ବାଘକୁ ଯେପରି ଫାଗର ଡର, ଠିକ ସେହିପରି ଗୋରୁଙ୍କ ପଛପଟେ ଅଙ୍କା ଯାଉଥିବା ଆଖି ବିଚିତ୍ର ପଶୁପରି ଦେଖାଯାଉଛି। ଏଭଳି ଚିତ୍ରକୁ ଦେଖି ହିଂସ୍ର ଶିକାରୀ ପଶୁ ଭ୍ରମରେ ପଡ଼ିବା ସହ ଆକ୍ରମଣ କରିବାକୁ ଭୟ କରୁଛନ୍ତି।
ଏସଂକ୍ରାନ୍ତରେ ଯୁବ ପରିବେଶକର୍ମୀ ଅଭିଷେକ ଆଚାର୍ଯ୍ୟ କୁହନ୍ତି, ସୁନ୍ଦରବନରେ ମହାବଳ ବାଘ ବାରମ୍ବାର ମଣିଷକୁ ଆକ୍ରମଣ କରୁଥିବା ବେଳେ ବାଘଠାରୁ ବର୍ତ୍ତିବା ପାଇଁ ସେଠାକର ଲୋକେ ମୁଣ୍ଡ ପଛପଟେ ଏକ କୃତ୍ରିମ ମୁଖା ଲଗାଉଥିଲେ। ଯାହାକୁ ବାଘ ଦେଖି ଡରୁଥିଲେ ଏବଂ ହଠାତ ଆକ୍ରମଣ କରିବାକୁ ସାହାସ କରୁ ନ ଥିଲେ। ଠିକ୍‌ ସେହିଭଳି ଶିମଳିପାଳ ପାଦଦେଶରେ ଗୃହପାଳିତ ପ୍ରାଣୀଙ୍କୁ ବନ୍ୟଜନ୍ତୁଙ୍କଠାରୁ ରକ୍ଷା କରିବା ପାଇଁ ଏହିଭଳି ଉପାୟ ମନକୁ ଛୁଇଁଥିଲା। କୃତ୍ରିମ ଆଖି ଆଙ୍କି ଏହାରି ମାଧ୍ୟମରେ ଗୃହପାଳିତ ପ୍ରାଣୀଙ୍କୁ ଜଙ୍ଗଲରେ ସୁରକ୍ଷା ଦେଇହେବା ନେଇ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ଲୁଲୁଙ୍ଗ ଅଞ୍ଚଳର ବନବାସୀ ରଇବାରୀ ସିଂ କୁହନ୍ତି, ଏଭଳି ଚିତ୍ର ଆଙ୍କିବା ଦ୍ୱାରା ଗୋରୁମାନେ ନିଶ୍ଚିନ୍ତରେ ଚରିବୁଲି ଘରକୁ ଫେରୁଛନ୍ତି। କୌଣସି ହିଂସ୍ରଜନ୍ତୁ ଶିକାର କରୁନାହାନ୍ତି। ସେହିପରି ଭାସ୍କର ଚନ୍ଦ୍ର ମହାନ୍ତ କୁହନ୍ତି ଗୋରୁଙ୍କ ଦେହରେ ଏଭଳି କୃତ୍ରିମ ଆଖି ଆଙ୍କିବା ଦ୍ୱାରା ଦୂରରୁ ହିଂସ୍ରଜନ୍ତୁ ଭଳି ଦେଖାଯାଉଛନ୍ତି। ଫଳରେ ଲଟାବୁଦାରେ ଛପିରହି ଶିକାର କରୁଥିବା ବାଘ,ଭାଲୁ ଏହାକୁ ଦେଖି ପଛଘୁଞ୍ଚା ଦେଉଛନ୍ତି। ଫଳରେ ଆଖପାଖ ଗ୍ରାମର ବନବାସୀମାନେ ଏଭଳି ପ୍ରୟାସକୁ ଆପଣାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?