ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଏନେଇ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ରଙ୍କ ବିବୃତ୍ତି ପ୍ରକାଶ ପାଇଛି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ସମସ୍ତ ଧର୍ମ ପ୍ରତି ସମ୍ମାନ ଏବଂ ସହନଶୀଳତାକୁ ଦୃଢ଼ ଭାବରେ ସମର୍ଥନ କରିଥାଏ।

ଜଣେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ମହମ୍ମଦଙ୍କ ବିରୋଧରେ ପୂର୍ବତନ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ନୁପୁର ଶର୍ମା ଏବଂ ଦଳର ଦିଲ୍ଲୀ ୟୁନିଟର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଏନେଇ ସେ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ପ୍ରତିକ୍ରିୟା ସମ୍ପର୍କରେ ଜବାବ ଲୋଡିଥିଲେ।

ସେ କହିଥିଲେ ଯେ ଅନେକ ମୁସଲମାନ ଦେଶ ଏହାକୁ ନିନ୍ଦା କରିଛନ୍ତି। ଏହାର ଉତ୍ତରରେ ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, ମୁଁ ଏହି ସମ୍ବନ୍ଧୀୟ ଖବର ଦେଖିଛି। ମୁଁ ମନ୍ତବ୍ୟଗୁଡିକ ମଧ୍ୟ ଦେଖିଛି। ମୁଁ ଆପଣଙ୍କୁ କହିପାରେ ଯେ ଆମେ ସମସ୍ତ ଧର୍ମ ପ୍ରତି ସମ୍ମାନ ଏବଂ ସହନଶୀଳତାକୁ ଦୃଢ଼ ଭାବେ ସମର୍ଥନ କରୁଛୁ। ଏହା ଜଣା ଯେ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ଅନେକ ମୁସଲମାନ ଦେଶ ବିରୋଧ କରିଛନ୍ତି। ଏହାକୁ ନେଇ ଭାଜପା ପକ୍ଷରୁ ରବିବାର ଶର୍ମା ଏବଂ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ, ଇରାନ ସମେତ କେତେକ ଦେଶ ଏନେଇ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଉତ୍ତର ଲୋଡିଥିଲେ। ଏହାପୂର୍ବରୁ କାତାର, ଇରାନ ଏବଂ କୁଏତ ରବିବାର ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଡକାଇ ଭାଜପା ନେତାଙ୍କ ମହାପୁରୁଷ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଜବାବ ତଲବ କରିଥିଲେ। ରାଷ୍ଟ୍ରଦୂତମାନେ ଏହା ସ୍ପଷ୍ଟ କରଥିଲେ ଯେ ଏହି ଟୁଇଟ ଗୁଡ଼ିକ କୌଣସି ପ୍ରକାରେ ଭାରତ ସରକାରଙ୍କ ମତକୁ ପ୍ରତିଫଳିତ କରୁନାହିଁ।

ସେହିପରି ସୋମବାର ଇଣ୍ଡୋନେସିଆ, ସୌଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ ଏବଂ ଆଫଗାନିସ୍ତାନ ମଧ୍ୟ ମୁସଲିମ ଦେଶମାନଙ୍କ ସହିତ ଯୋଗ ଦେଇ ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରି ସମସ୍ତ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri