ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଏନେଇ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ରଙ୍କ ବିବୃତ୍ତି ପ୍ରକାଶ ପାଇଛି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ସଂଗଠନ ସମସ୍ତ ଧର୍ମ ପ୍ରତି ସମ୍ମାନ ଏବଂ ସହନଶୀଳତାକୁ ଦୃଢ଼ ଭାବରେ ସମର୍ଥନ କରିଥାଏ।

ଜଣେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ମହମ୍ମଦଙ୍କ ବିରୋଧରେ ପୂର୍ବତନ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ନୁପୁର ଶର୍ମା ଏବଂ ଦଳର ଦିଲ୍ଲୀ ୟୁନିଟର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଏନେଇ ସେ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ପ୍ରତିକ୍ରିୟା ସମ୍ପର୍କରେ ଜବାବ ଲୋଡିଥିଲେ।

ସେ କହିଥିଲେ ଯେ ଅନେକ ମୁସଲମାନ ଦେଶ ଏହାକୁ ନିନ୍ଦା କରିଛନ୍ତି। ଏହାର ଉତ୍ତରରେ ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, ମୁଁ ଏହି ସମ୍ବନ୍ଧୀୟ ଖବର ଦେଖିଛି। ମୁଁ ମନ୍ତବ୍ୟଗୁଡିକ ମଧ୍ୟ ଦେଖିଛି। ମୁଁ ଆପଣଙ୍କୁ କହିପାରେ ଯେ ଆମେ ସମସ୍ତ ଧର୍ମ ପ୍ରତି ସମ୍ମାନ ଏବଂ ସହନଶୀଳତାକୁ ଦୃଢ଼ ଭାବେ ସମର୍ଥନ କରୁଛୁ। ଏହା ଜଣା ଯେ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ଅନେକ ମୁସଲମାନ ଦେଶ ବିରୋଧ କରିଛନ୍ତି। ଏହାକୁ ନେଇ ଭାଜପା ପକ୍ଷରୁ ରବିବାର ଶର୍ମା ଏବଂ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ, ଇରାନ ସମେତ କେତେକ ଦେଶ ଏନେଇ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଉତ୍ତର ଲୋଡିଥିଲେ। ଏହାପୂର୍ବରୁ କାତାର, ଇରାନ ଏବଂ କୁଏତ ରବିବାର ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଡକାଇ ଭାଜପା ନେତାଙ୍କ ମହାପୁରୁଷ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଜବାବ ତଲବ କରିଥିଲେ। ରାଷ୍ଟ୍ରଦୂତମାନେ ଏହା ସ୍ପଷ୍ଟ କରଥିଲେ ଯେ ଏହି ଟୁଇଟ ଗୁଡ଼ିକ କୌଣସି ପ୍ରକାରେ ଭାରତ ସରକାରଙ୍କ ମତକୁ ପ୍ରତିଫଳିତ କରୁନାହିଁ।

ସେହିପରି ସୋମବାର ଇଣ୍ଡୋନେସିଆ, ସୌଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ ଏବଂ ଆଫଗାନିସ୍ତାନ ମଧ୍ୟ ମୁସଲିମ ଦେଶମାନଙ୍କ ସହିତ ଯୋଗ ଦେଇ ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରି ସମସ୍ତ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?