ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂକୁ ପ୍ରୋତ୍ସାହନ

ଭୁବନେଶ୍ୱର,୧୨।୧୧ (ବ୍ୟୁରୋ):ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍‌ଡିଏମ୍‌) ପଲିସି ବା ଇଲେକ୍ଟ୍ରୋନିକ୍ସ ନୀତି ଆଣିବେ। ଏନେଇ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ ହୋଇଛି। ଏହାକୁ ଆସନ୍ତା ମାସେ କିମ୍ବା ଦୁଇମାସ ମଧ୍ୟରେ ଲାଗୁ କରାଯିବ ବୋଲି ବୁଧବାର ଇଆଣ୍ଡଆଇଟି ବିଭାଗ ପକ୍ଷରୁ ସୂଚନା ମିଳିଛି। ଇଏସ୍‌ଡିଏମ୍‌ ସେକ୍ଟରରେ ପୁଞ୍ଜି ନିବେଶକୁ ଦୁଇଗୁଣା କରିବା ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗକୁ ୩ ଗୁଣା କରିବା ଲକ୍ଷ୍ୟନେଇ ଏହି ନୀତି ଲାଗୁ କରାଯିବ। ୨୦୨୫ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ସେକ୍ଟରରେ ଓଡ଼ିଶାର ଭାଗୀଦାରିକୁ ବୃଦ୍ଧି କରିବା ଏବଂ ପୁଞ୍ଜି ବିନିଯୋଗ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବା ଏହି ନୀତିର ମୂଲ ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଉତ୍କୃଷ୍ଟ ଇଲେକ୍ଟ୍ରୋନିକ୍ସ ଭିତ୍ତିଭୂମି, ଜଳ ଓ ଖଣିଜ ସମ୍ପଦ, ଶକ୍ତି ଭିତ୍ତିଭୂମି, ସୁଦୃଢ଼ ଏମ୍‌ଏସ୍‌ଏମ୍‌ଇ ଏବଂ ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବସମ୍ବଳ ଏହି ନୀତିକୁ ଫଳପ୍ରଦ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।
ଏହି ନୂତନ ନୀତି ଅଧୀନରେ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିରେ ଓଡ଼ିଶାରେ ପଞ୍ଜୀକୃତ ହୋଇଥିବା ଏବଂ ୫୦% ସ୍ଥାନୀୟ ଯୁବପିଢିଙ୍କୁ ନିଯୁକ୍ତ କରିଥିବା ଲୋକାଲ ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ସରକାର ଇନ୍‌ସେନ୍‌ଟିଭ୍‌ ଦେବାର ବ୍ୟବସ୍ଥା ରହିଛି। ସେହିଭଳି ଦ୍ରବ୍ୟ ଏବଂ ସେବା କିଣିବାରେ ମଧ୍ୟ ସରକାର ସ୍ଥାନୀୟ ଇଏସ୍‌ଡିଏମ୍‌ ୟୁନିଟକୁ ପ୍ରାଧାନ୍ୟ ଦେବେ। ବ୍ୟବସାୟିକ ଉଦ୍ୟୋଗର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଶିକ୍ଷାନୁଷ୍ଠାନ ସମେତ ବିପିୟୁଟିରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଏବଂ ଇନ୍‌କ୍ୟୁବେଶନ ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ଉଦ୍ୟୋଗ ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇପାରିବ। ସେହିଭଳି ଇଏସ୍‌ଡିଏମ୍‌ ୟୁନିଟ୍‌ ପ୍ରତିଷ୍ଠା କ୍ଷେତ୍ରରେ ଟାୟର-୨ ଓ ଟାୟର-୩ ସହରରେ ପୌର ଟିକସରେ ବିଶେଷ ରିହାତି ପ୍ରଦାନ କରାଯିବ। ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ସ୍ବତନ୍ତ୍ର ଅନୁଦାନର ବ୍ୟବସ୍ଥା ରହିବ। ୫୦କୋଟି ପର୍ଯ୍ୟନ୍ତ ଏଫ୍‌ସିଆଇ ତଥା ନିବେଶ କରୁଥିବା ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ଏଫ୍‌ସିଆଇର ୨୦% କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ପ୍ରଦାନ କରାଯିବ। ୫୦ରୁ ୨୫୦ କୋଟି ପର୍ଯ୍ୟନ୍ତ ନିବେଶ କରୁଥିବା ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ଏଫ୍‌ସିଆଇର ୨୫% ଏବଂ ୨୫୦ କୋଟିରୁ ଅଧିକ ନିବେଶ କରୁଥିବା ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ଏଫ୍‌ସିଆଇର ୩୦% କ୍ୟାପିଟାଲ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ଦିଆଯିବ। ଦିବ୍ୟାଙ୍ଗ ଏବଂ ମହିଳା ଉଦ୍ୟୋଗୀଙ୍କୁ ଅତିରିକ୍ତ ୧୦% ତଥା ୫୦ ଲକ୍ଷ ପର୍ଯ୍ୟନ୍ତ ଇନ୍‌ଭେଷ୍ଟମେଣ୍ଟ ସବ୍‌ସିଡି ପ୍ରଦାନ କରାଯିବ। ଏହାବାଦ୍‌ ନିଯୁକ୍ତି ଏବଂ ଭଡ଼ା ବାବଦରେ ମଧ୍ୟ ଦିବ୍ୟାଙ୍ଗ ଏବଂ ମହିଳାମାନଙ୍କୁ ବିଶେଷ ରିହାତି ମିଳିବ। ଜମି ଅଧିଗ୍ରହଣ ଲାଗି ଏହି ନୀତିରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଶିଳ୍ପ ନୀତି ୨୦୧୫ ଅଧୀନରେ ଇଡ୍‌କୋ ପକ୍ଷରୁ ରିହାତି ମୂଲ୍ୟରେ ଜମି ଯୋଗାଇ ଦିଆଯିବ। ଜମି କିଣିବା ସମୟରେ ଷ୍ଟାମ୍ପ ଡ୍ୟୁଟିକୁ ଶତପ୍ରତିଶତ ଛାଡ଼ କରଓଇଆର୍‌ସି ଗାଇଡ୍‌ଲାଇନ୍‌ ଅନୁଯାୟୀ ଇଏସ୍‌ଡିଏମ୍‌ ୟୁନିଟଗୁଡ଼ିକୁ ବିଦ୍ୟୁତ୍‌ ଶୁଳ୍କ ପ୍ରଦାନରେ ରିହାତି ଦିଆଯିବ। ଯୋଗ୍ୟ ଇଏସ୍‌ଡିଏମ୍‌ ୟୁନିଟ ପାଇଁ ବିଦ୍ୟୁତ୍‌ ବାବଦକୁ ପୈଠ କରିବାକୁ ଥିବା ଦେୟ ଏବଂ ପରିଦର୍ଶନ ଫି’ ୫ବର୍ଷ ପାଇଁ ଛାଡ଼ କରାଯିବ। ପୂର୍ବ ନୀତି ଅନୁଯାୟୀ ପ୍ରୋତ୍ସାହନ ରାଶି ପାଇଥିବା ଉଦ୍ୟୋଗ ତଥା ସଂସ୍ଥାଗୁଡ଼ିକ ନୂତନ ନୀତିର ସମସ୍ତ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବେ। ନୂତନ ନୀତି ଆସିବା ପରେ ଯେଉଁ ଇଏସ୍‌ଡିଏମ୍‌ ୟୁନିଟ ବ୍ୟବସାୟିକଭାବେ କାର୍ଯ୍ୟକ୍ଷମ ହେବେ, ସେମାନେ ଏହାର ଲାଭ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri