ଦ୍ୱାରଫିଟା ପରେ ଶ୍ରୀମନ୍ଦିରକୁ ବେଶ ବିଜେ

ପୁରୀ ଅଫିସ, ୧୨।୧୧ :ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ଏହି ବେଶ ପଡୁଛି। ତେବେ ଏଥର କରୋନା କଟକଣା ପାଇଁ ଏହି ବେଶ ଦର୍ଶନରୁ ବଞ୍ଚତ୍ତ ହେବେ ଭକ୍ତ। ତଥାପି ବେଶକୁ ନେଇ ପ୍ରକ୍ରିୟା ଜୋର୍‌ ଧରିଲାଣି। ମହାପ୍ରଭୁଙ୍କ ଏହି ବୀର ବେଶକୁ କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେଥିପାଇଁ ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗାର୍ଜୁନ ବେଶ ନିର୍ମାଣର ଅଗ୍ରଗତି, ଏହାର ତଦାରଖ, ଶ୍ରୀମନ୍ଦିର ବିଜେ, ମହାପ୍ରଭୁଙ୍କୁ ଲାଗି ଏବଂ ଓଲାଗି ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି।
ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସମ୍ପୃକ୍ତ ସେବାୟତମାନେ ନାଗାର୍ଜୁନ ବେଶ ନିର୍ମାଣର ତଦାରଖ କରିବେ। ଶିଳ୍ପୀଙ୍କ ସହ ଏହାକୁ କିପରି ସରସ ସୁନ୍ଦର କରାଯାଇପାରିବ ସେ ନେଇ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ। ବେଶକୁ ନିର୍ମାଣସ୍ଥଳ ହରଚଣ୍ଡୀ ସାହିରୁ ଶୁଦ୍ଧପୂତ ଓ ସୁରକ୍ଷିତ ଭାବେ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଯିବା ବାଟରେ ଚୁନପାଣି ପକାଯିବା ଏବଂ କେହି ଯେପରି ବେଶକୁ ନ ଛୁଇଁବେ ସେଥିଲାଗି ବ୍ୟବସ୍ଥା କରାଯିବ। ଏ କ୍ଷେତ୍ରରେ ପୋଲିସ ଓ ଜେଟିପିଙ୍କ ଗୁରୁ ଦାୟିତ୍ୱ ରହିଛି। ତେଣୁ ପୋଲିସ ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯିବ। ଶ୍ରୀମନ୍ଦିରରେ ବେଶ ବିଜେ ପରେ ଗରୁଡ଼ ସ୍ତମ୍ଭ ପାଖରେ ରଖାଯିବ। ଅବକାଶ ନୀତି ପରେ ଅର୍ଥାତ୍‌ ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ଏହି ବେଶ କରିବାକୁ ପ୍ରାୟ ୩ ଘଣ୍ଟା ଲାଗିବ, ଅର୍ଥାତ୍‌ ସକାଳ ୭ଟା ସୁଦ୍ଧା ବେଶ ଶୃଙ୍ଗାର ଶେଷ କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ଭୋଗ ମଣ୍ଡପ ଶେଷ ପରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ବେଶ ଓଲାଗି କରାଯିବ। ମଇଲମ ପରେ ବେଶ କ’ଣ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ଯାହା ଉଲ୍ଲେଖ ଥିବ ତାହାକୁ ଅନୁସରଣ କରାଯିବ। ଯଦି କାହାକୁ ଦିଆଯିବାର ଥିବ ତାଙ୍କୁ ହିଁ ଦିଆଯିବ। ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ବେଶ କାମ କେଉଁଯାଏ ସରିଲାଣି, ଆଉ କେତେ କାମ ବାକି ରହିଛି ସେ ସମ୍ପର୍କରେ ସମ୍ପୃକ୍ତ ଶିଳ୍ପୀ ବସନ୍ତ ରଣା ସୂଚନା ଦେଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ବେଶ କାମ ସରିବ ବୋଲି ଜଣାଇଥିଲେ। ଅନ୍ୟପକ୍ଷରେ ସିଂହଦ୍ୱାରରେ ଥିବା ପତିତପାବନଙ୍କୁ ମଧ୍ୟ ନାଗାର୍ଜୁନ ବେଶ କରାଯିବ ବୋଲି ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇଛନ୍ତି। କିନ୍ତୁ ପତିତପାବନଙ୍କୁ ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ କି ନାହିଁ ତାହା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। କାରଣ କୋଭିଡ୍‌ କଟକଣା ପାଇଁ ଭକ୍ତଙ୍କୁ ମନ୍ଦିରକୁ ଛଡ଼ାଯାଉ ନାହିଁ। ତେଣୁ ମହାପ୍ରଭୁଙ୍କୁ ନ ହେଲା ନାହିଁ ପତିତପାବନଙ୍କ ବୀର ବେଶକୁ ଦେଖିବା ଲାଗି ଶ୍ରଦ୍ଧାଳୁ ଚାହିଁ ରହିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ନାଗାର୍ଜୁନ ବେଶ ଯୋଗାଉଥିବା ସେବକ ବଳରାମ ଖୁଣ୍ଟିଆ, ବେଶ ଓ ନୀତି ସହ ସମ୍ପୃକ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri