ଦ୍ୱାରଫିଟା ପରେ ଶ୍ରୀମନ୍ଦିରକୁ ବେଶ ବିଜେ

ପୁରୀ ଅଫିସ, ୧୨।୧୧ :ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ଏହି ବେଶ ପଡୁଛି। ତେବେ ଏଥର କରୋନା କଟକଣା ପାଇଁ ଏହି ବେଶ ଦର୍ଶନରୁ ବଞ୍ଚତ୍ତ ହେବେ ଭକ୍ତ। ତଥାପି ବେଶକୁ ନେଇ ପ୍ରକ୍ରିୟା ଜୋର୍‌ ଧରିଲାଣି। ମହାପ୍ରଭୁଙ୍କ ଏହି ବୀର ବେଶକୁ କିପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବ ସେଥିପାଇଁ ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଗାର୍ଜୁନ ବେଶ ନିର୍ମାଣର ଅଗ୍ରଗତି, ଏହାର ତଦାରଖ, ଶ୍ରୀମନ୍ଦିର ବିଜେ, ମହାପ୍ରଭୁଙ୍କୁ ଲାଗି ଏବଂ ଓଲାଗି ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି।
ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସମ୍ପୃକ୍ତ ସେବାୟତମାନେ ନାଗାର୍ଜୁନ ବେଶ ନିର୍ମାଣର ତଦାରଖ କରିବେ। ଶିଳ୍ପୀଙ୍କ ସହ ଏହାକୁ କିପରି ସରସ ସୁନ୍ଦର କରାଯାଇପାରିବ ସେ ନେଇ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରାଯିବ। ବେଶକୁ ନିର୍ମାଣସ୍ଥଳ ହରଚଣ୍ଡୀ ସାହିରୁ ଶୁଦ୍ଧପୂତ ଓ ସୁରକ୍ଷିତ ଭାବେ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଯିବା ବାଟରେ ଚୁନପାଣି ପକାଯିବା ଏବଂ କେହି ଯେପରି ବେଶକୁ ନ ଛୁଇଁବେ ସେଥିଲାଗି ବ୍ୟବସ୍ଥା କରାଯିବ। ଏ କ୍ଷେତ୍ରରେ ପୋଲିସ ଓ ଜେଟିପିଙ୍କ ଗୁରୁ ଦାୟିତ୍ୱ ରହିଛି। ତେଣୁ ପୋଲିସ ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯିବ। ଶ୍ରୀମନ୍ଦିରରେ ବେଶ ବିଜେ ପରେ ଗରୁଡ଼ ସ୍ତମ୍ଭ ପାଖରେ ରଖାଯିବ। ଅବକାଶ ନୀତି ପରେ ଅର୍ଥାତ୍‌ ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ଏହି ବେଶ କରିବାକୁ ପ୍ରାୟ ୩ ଘଣ୍ଟା ଲାଗିବ, ଅର୍ଥାତ୍‌ ସକାଳ ୭ଟା ସୁଦ୍ଧା ବେଶ ଶୃଙ୍ଗାର ଶେଷ କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ଭୋଗ ମଣ୍ଡପ ଶେଷ ପରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ବେଶ ଓଲାଗି କରାଯିବ। ମଇଲମ ପରେ ବେଶ କ’ଣ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ଯାହା ଉଲ୍ଲେଖ ଥିବ ତାହାକୁ ଅନୁସରଣ କରାଯିବ। ଯଦି କାହାକୁ ଦିଆଯିବାର ଥିବ ତାଙ୍କୁ ହିଁ ଦିଆଯିବ। ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ବେଶ କାମ କେଉଁଯାଏ ସରିଲାଣି, ଆଉ କେତେ କାମ ବାକି ରହିଛି ସେ ସମ୍ପର୍କରେ ସମ୍ପୃକ୍ତ ଶିଳ୍ପୀ ବସନ୍ତ ରଣା ସୂଚନା ଦେଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ବେଶ କାମ ସରିବ ବୋଲି ଜଣାଇଥିଲେ। ଅନ୍ୟପକ୍ଷରେ ସିଂହଦ୍ୱାରରେ ଥିବା ପତିତପାବନଙ୍କୁ ମଧ୍ୟ ନାଗାର୍ଜୁନ ବେଶ କରାଯିବ ବୋଲି ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସୂଚନା ଦେଇଛନ୍ତି। କିନ୍ତୁ ପତିତପାବନଙ୍କୁ ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ କି ନାହିଁ ତାହା ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। କାରଣ କୋଭିଡ୍‌ କଟକଣା ପାଇଁ ଭକ୍ତଙ୍କୁ ମନ୍ଦିରକୁ ଛଡ଼ାଯାଉ ନାହିଁ। ତେଣୁ ମହାପ୍ରଭୁଙ୍କୁ ନ ହେଲା ନାହିଁ ପତିତପାବନଙ୍କ ବୀର ବେଶକୁ ଦେଖିବା ଲାଗି ଶ୍ରଦ୍ଧାଳୁ ଚାହିଁ ରହିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ନାଗାର୍ଜୁନ ବେଶ ଯୋଗାଉଥିବା ସେବକ ବଳରାମ ଖୁଣ୍ଟିଆ, ବେଶ ଓ ନୀତି ସହ ସମ୍ପୃକ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ୧୬ ବିଧାନସଭା ଏବଂ ୩ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ କଂଗ୍ରେସ ୩ଟି ବିଧାନସଭା ଆସନରେ ଆଜି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ଆଉ ୩ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୦ା୪: ଶନିବାର କଂଗ୍ରେସ ତା’ର ଆଉ ୧୬ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଝାରସୁଗୁଡ଼ାରୁ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବଡ଼ସାହିରୁ...

ବର୍ତ୍ତମାନ ସୁଦ୍ଧା କେଉଁ ଦଳ କେତେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆଉ ରହିଲା କେତେ ଜାଣନ୍ତୁ…

ଭୁବନେଶ୍ୱର,୨୦ା୪: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ି ଚାଲିଛି। ବିଶେଷକରି ଭୋଟରଙ୍କ ନଜର ତିନି ପ୍ରମୁଖ ଦଳ ଯଥା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri