କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ ସହ ଏକାଠି ଚା’ ପିଇଥିଲେ। ସେଠାରୁ ଏକ ହୋଟେଲରେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ସେ ଯୋଗଦେଇ ଆଲୋଚନା କରିଥିଲେ। ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟକୁ ନେଇ ସିଧାସଳଖ ସେ କୌଣସି ସୂଚନା ଦେଇ ନାହାନ୍ତି। ଲୋକଙ୍କ ତଥା ରାଷ୍ଟ୍ର ହିତ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ସେ କହିଛନ୍ତି।
ବିଜୟ ଶର୍ମା ହେଲିକପ୍ଟର ଯୋଗେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପହଞ୍ଚତ୍ବା ପରେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୂର୍ବତନ ଏମ୍‌ପି ବଳଭଦ୍ର ମାଝି, ପର୍ଶୁରାମ ମାଝି, ଭାଜପା ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ, ରମେଶ ସାହୁ, ମାନିଜର ଆରୟା, ରାମେଶ୍ୱର ଜେନା, ଶିବନାଥ ବାନାର୍ଜୀ, ଅଶୋକ ପାଢ଼ୀ, ସନ୍ତୋଷ ମହାପାତ୍ର, ରାମ ନାୟକ, ଗୋବିନ୍ଦ ଜୈନ ପ୍ରମୁଖ ଭାଜପା ନେତା ତାଙ୍କୁ ସ୍ବାଗତ କରିଥିଲେ। କର୍ମୀଙ୍କ ଗହଣରେ ଉମରକୋଟ ସହର ପରିକ୍ରମା ସହ ରୋହିତ ଚା’ଦୋକାନରେ ଚା’ ପିଇବା ସହ ଚାୟ ପେ ଚର୍ଚ୍ଚାରେ ଯୋଗଦେଇ ଲୋକଙ୍କ ସହ ମିଶିଥିଲେ। ପରେ ସ୍ଥାନୀୟ ଏକ ହୋଟେଲରେ ପାଞ୍ଚୋଟି ବ୍ଲକ୍‌ର ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଉମରକୋଟ ବଣିକ ସଂଘ ସଭାପତି ଦ୍ୱାରିକାନାଥ ପାଣିଗ୍ରାହୀ, ବ୍ୟବସାୟୀ ମନମୋହନ ସେନାପତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୋନୁ ହିଙ୍ଗୋରା ଉପ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ଏବଂ ଜିଏସ୍‌ଟିରେ ଯେଉଁ ଜଟିଳତା ରହିଛି ତାକୁ ସରଳୀକରଣ ପାଇଁ କହିଥିଲେ। ମାଲବାହୀ ଟ୍ରକ୍‌ ଛତିଶଗଡ଼ରୁ ଆସିବା ବା ଓଡ଼ିଶାରୁ ଯିବାବେଳେ ଯେଉଁ ସମସ୍ୟା ହେଉଛି ସେ ନେଇ ଆଲୋଚନା କରାଯାଇଛି।
ସରକାରଙ୍କ ଯୋଜନାରୁ ଲାଭାର୍ଥୀଙ୍କୁ ନେଇ ଏକ ସମ୍ମିଳନୀ କରାଯାଇଥିଲା। ସେ ରାଜ୍ୟ ସରକାରଙ୍କ ଉପରେ ବିଗିଡ଼ିଥିଲେ। କେନ୍ଦ୍ର ଯୋଗାଇ ଦେଉଥିବା ଆର୍ଥିକ ସହାୟତାକୁ ରାଜ୍ୟ ସରକାର ଲୋକଙ୍କ କାମରେ ଲଗାଉ ନ ଥିବା ସେ କହିଛନ୍ତି। ୨୪ବର୍ଷର ଶାସନ କାଳରେ ସରକାର ନବରଙ୍ଗପୁର ଜିଲାରେ କଲେଜଟିଏ ଖୋଲି ନ ପାରିବା ସହ ଇଥାନଲ ପ୍ରକଳ୍ପ, ରେଳଲାଇନ ପାଇଁ ଜମି ଦେଲେନାହିଁ ବୋଲି ସେ କହିଛନ୍ତି। ଏଠାକାର ଚାଷୀଙ୍କୁ କାହିଁକି କିଷାନ କ୍ରେଡିଟ୍‌ କାର୍ଡ ଦିଆଯାଇନାହିଁ ବୋଲି ରାଜ୍ୟ ସରକାରଙ୍କୁ ବିଜୟ ଶର୍ମା ପ୍ରଶ୍ନ କରିଥିଲେ। ଓଡ଼ିଶାରେ ଭାଜପା ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୩ହଜାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅପରାହ୍ନରେ ୩ ନମ୍ବର ଡଙ୍ଗରିଗୁଡ଼ା ଗ୍ରାମର ଶୀତଲା ମା’ଙ୍କ ପୂଜାରେ ଯୋଗଦେଇଥିଲେ। ସେଠାରୁ ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଫଟୋ ଉଠାଇଥିଲେ। ଚଳିତ ଥର ଲୋକ ସଭା ଓ ବିଧାନସଭାର ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। ଅପରାହ୍ନରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri