ଫସଲବୀମା ପ୍ରଦାନ ପାଇଁ ପ୍ରତିଶ୍ରୁତି :ଚାଷୀଙ୍କର ଆମରଣ ଅନଶନ ପ୍ରତ୍ୟାହୃତ

ଦେବଗଡ଼,୧୫ା୧୨(ଡି.ଏନ.ଏ):ଆଗାମୀ ୧୫ ଦିନ ମଧ୍ୟରେ ଫସଲ ବୀମାରାଶି ପ୍ରଦାନ ପାଇଁ ଜିଲା ପ୍ରଶାସନ ତଥା ସମବାୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ା ଏହି ପ୍ରତିଶ୍ରୁତି ପରେ ସୋମବାର ଜିଲା କୃଷକ ସଂଘ ସମର୍ଥନରେ ଚାଷୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି ା ସୂଚନା ଥାଉ କି ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁଡିହୀ, ଖିଲେଇ, ଟିଙ୍କବୀର, ତାରଙ୍ଗ, ନାଉଲିପଡା, ବୁଡିଦୋ ସମସତ ବିଭିନ୍ନ ଗ୍ରାମ ପଞ୍ଚାୟତର ବହୁ ଚାଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗତ୨୦୧୯ ମସିହାର ଫସଲ ବୀମାରାଶି ମିଳି ନ ଥିବାରୁ ସେମାନେ ବହୁବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଦେବଗଡ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଥିଲେ ା ଏହି କ୍ରମରେ ବୀମାରାଶିରୁ ବଞ୍ଚିତ ଚାଷୀମାନେ ବୀମାରାଶି ପ୍ରଦାନ ଦାବିରେ ଶେଷଥର ପାଇଁ ଗତ ୩ ତାରିଖରେ ପୁଣିଥରେ ଜିଲାପାଳଙ୍କ ଦ୍ୱାରସ୍ଥ ହେବାସହ ତୁରନ୍ତ ବକେୟା ବୀମାରାଶି ପ୍ରଦାନ କରା ନ ଗଲେ ଡିସେମ୍ବର ୧୪ରୁ ଜିଲା କୃଷକ ସଂଘ ଜରିଆରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ଲିଖିତ ଚେତାବନୀ ଦେଇଥିଲେ ା ଏହାସତ୍ତ୍ୱେ ସେମାନଙ୍କୁ ବୀମାରାଶି ନ ମିଳିବାରୁ ସୋମବାର ସେମାନେ ଜିଲା କୃଷକ ସଂଘର ସମର୍ଥନରେ ଚାଷୀ ମକରଧ୍ୱଜ ପ୍ରଧାନ, ପ୍ରମୋଦ ବେହେରା, ଲାଲ କୁମାର ମହାନନ୍ଦ, ପ୍ରସନ୍ନ ବେହେରା, ସୁବାସ ପ୍ରଧାନ, ଖେଡୁ ବେହେରା,ସୁଶାନ୍ତ ସାହୁ, ପ୍ରଦ୍ୟୁମ୍ନ ପ୍ରଧାନ, ସଚ୍ଚିନ୍ଦ୍ର ପ୍ରଧାନ ଓକୁନୁ ପ୍ରଧାନ ପ୍ରମୂକ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ା ଅନଶନ ସ୍ଥଳରେ ଜିଲା କୃଷକ ସଂଘ ସଭାପତି ପ୍ରମୋଦ ଝାଙ୍କର, ଉପସଭାପତି ବିଜୟ ପ୍ରଧାନ, ସମ୍ପାଦକ ଯଯାତି କିଶୋର ବିଶ୍ୱାଳ, ସଂଗ୍ରାମଜିତ କୁଅଁର ଓ ଜିଲା କଂଗ୍ରେସ କମିଟି ସଭାପତି ଉମାଶଙ୍କର ସାହୁ ଉପସ୍ଥିତ ରହି ଅନଶନକାରୀଙ୍କୁ ସମର୍ଥନ କରିଥିଲେ ା ସୂଚନା ପାଇ ଅପରାହ୍ନ ପ୍ରାୟ ୩ଟା ସମୟରେ ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ କୁମାର ନାୟକ ଓ ଏ.ଆର୍‌.ସି.ଏସ୍‌.ନିମାଇଁ ଚରଣ ନାୟକ ପ୍ରମୁଖ ଅନଶନ ସ୍ଥଳିରେ ପହଞ୍ଚି ଅନଶନକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ନିକଟରୁ ଏ ସମ୍ପର୍କୀତ ଦାବିପତ୍ର ଗ୍ରହଣ କରିଥିଲେ ା ଆଗାମୀ ଜାନୁୟାରୀ ୫ ତାରିଖ ମଧ୍ୟରେ ବୀମାରାଶି ପ୍ରଦାନ ପାଇଁ ଏ.ଆର୍‌.ସି.ଏସ୍‌.ନାୟକ ଲିଖିତ ପ୍ରତିଶ୍ରୁତି ଦେବାରୁ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri