ପ୍ରତିଶ୍ରୁତି ମିଳୁଛି, ନିର୍ମାଣ ହେଉନି ଶିଳ୍ପ,ବନ୍ଦର

କେନ୍ଦ୍ରାପଡ଼ା ଅଫିସ, ୯ା୧୨:କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନୂ୍ୟନ ୧୫ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ। ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ୪ ବର୍ଷ ବିତିଛି। କେବଳ ଏହି ବନ୍ଦର ନୁହେଁ, ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ଜିଲା ଅନ୍ତର୍ଗତ ବରୁଣେଇଠାରେ ବନ୍ଦର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲାରେ ପାୱାର ଥର୍ମାଲ ପ୍ଲାଣ୍ଟଠାରୁ ଆରମ୍ଭ କରି ଷ୍ଟିଲ ପ୍ଲାଣ୍ଟ ପର୍ଯ୍ୟନ୍ତ ଦେଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ଗୋଟିଏ ହେଲେ ପୂରଣ ହୋଇନି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ନେଇ ରାଜ୍ୟର ୩ ବୃହତ୍‌ ରାଜନୈତିକ ଦଳ ସଚେତନ ଅଛନ୍ତି। ଏ ନେଇ ରାଜନୈତିକ ଚିଠା ପ୍ରସ୍ତୁତ ହେଉଛି। ତେବେ ଜିଲାର ଏହି ବୃହତ୍‌ ଦାବି ପୂରଣ ହେଉନି। ଜଳ ପରିଚାଳନା କୃଷି ଓ କୃଷକଙ୍କ ସ୍ବପ୍ନକୁ ଧୂଳିସାତ୍‌ କରୁଥିବା ବେଳେ ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ନ ଥିବା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଲୋଚନା ଆରମ୍ଭ ହୋଇଗଲାଣି।
ଏ ସମ୍ପର୍କରେ ରାଜନୈତିକ ବିଶ୍ଳେଷକ ରାଜେଶ କୁମାର ବେହେରା, ଚିତ୍ତରଞ୍ଜନ ସାହୁ, ନଳିନୀକାନ୍ତ ବେହେରା, ନୀହାର ରଞ୍ଜନ ପରିଡ଼ା, କମଳାକାନ୍ତ ଦାଶ ପ୍ରମୁଖ କହିଛନ୍ତି, ଜିଲାର ଲୋକ ସମ୍ବଳ ବିନିଯୋଗ ପାଇଁ ରାଜନେତା ଓ ପ୍ରଶାସକଙ୍କ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। ଜିଲାର ଅର୍ଥନୀତି ବୃଦ୍ଧି ପାଇଁ ଏମାନଙ୍କ ସମନ୍ବୟ ଜରୁରୀ ହୋଇପଡିଛି। ଗତ ସାଧାରଣ ନିର୍ବାଚନରେ ଜିଲାର ସମସ୍ତ ବିଧାୟକ ଶାସକ ଦଳର। ଏଥିସହ ସାଂସଦ, ଜିଲା ପରିଷଦ ଅଧ୍ୟକ୍ଷ ଓ ୯ ବ୍ଲକ ଅଧ୍ୟକ୍ଷ ପଦ ସରକାରୀ ଦଳର ଖାତାକୁ ଯାଇଛି। ଏହାସତ୍ତ୍ୱେ ଜିଲାର ଚାଷୀ କ୍ଷେତକୁ ଜଳସେଚନ ଓ ନିଷ୍କାସନ ନେଇ ଚିନ୍ତାରେ ଅଛନ୍ତି। କେନାଲ ନବୀକରଣ ହେଉ ଅଥବା ଉପକୂଳ କେନାଲ ଖୋଳାଯାଇ ମଧୁର ଜଳ ସଂରକ୍ଷଣ ପାଇଁ କୌଣସି ତପତ୍ରତା ନାହିଁ। ଅଧ୍ୟାତ୍ମ୍ୟ ଓ ପରିବେଶ ସମ୍ପର୍କିତ ପର୍ଯ୍ୟଟନ ପାଇଁ ପ୍ରଚୁର ଭିତ୍ତିଭୂମି ଅଛି। ଏହାର ଉନ୍ନତୀକରଣ ହେଉ ନ ଥିବାରୁ ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟକ ଆସୁନାହାନ୍ତି। ଭୁବନେଶ୍ୱରଠାରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଗତ ୪ ତାରିଖରେ ସରିଛି। ଏହି ଜିଲାର ଦୁଇ ବିଧାୟକ ମନ୍ତ୍ରୀ ପଦ ସମ୍ଭାଳି ଥିବା ବେଳେ ଜଣେ ଶିଳ୍ପ ମନ୍ତ୍ରୀ ଅଛନ୍ତି। ତେବେ ସୋଲାର ପ୍ୟାନେଲ ବିଦ୍ୟୁତ୍‌ ଉପତ୍ାଦନ ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର ଢେଙ୍କାନାଳ ଜିଲାକୁ ଉପଯୁକ୍ତ ଭାବି ଥିବା ବେଳେ ଏଠାରେ ଏପରି ପ୍ଲାଣ୍ଟ ପାଇଁ ୮୨୫ ଏକର ଜମି ଅଧିଗ୍ରହଣ ହୋଇଛି। ସେହିପରି ଷ୍ଟିଲ୍‌ ପ୍ଲାଣ୍ଟ, ବନ୍ଦର ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉନାହିଁ ା ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରୁଥିବା ଏହି ଜିଲାବାସୀ ପଡ଼ୋଶୀ ଶିଳ୍ପ ପ୍ରଦୂଷଣର ଶିକାର ହେଉଛି। ମାତ୍ର ଯୁବବର୍ଗଙ୍କୁ ସେଠାରେ କର୍ମ ନିଯୁକ୍ତି ମିଳୁ ନ ଥିବାରୁ ଦାଦନ ସମସ୍ୟା ବଢ଼ିଯାଇଛି। ଗତ ନଭେମ୍ବର ୨୩ରେ ସଦର ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଣ ବିସ୍ଫୋରଣ ବିଭୀଷିକା ଦେଖାଦେଇଥିଲା। ଶତାଧିକ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ମଧ୍ୟ ମିଳି ନ ଥିଲା। ଏବେବି ବହୁ ଗୁରୁତର କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଏସବୁ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri