Posted inଜାତୀୟ

ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି

କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ ସର୍ବନିମ୍ନ ରୋଜଗାର ପ୍ରତିଶ୍ରୁତି ସାଙ୍ଗକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କା ମୂଲ୍ୟର ସ୍ବତନ୍ତ୍ର କେଡିଟ୍‌ କାର୍ଡ ଲଞ୍ଚ୍‌ ହେବ। ଛାତ୍ରୀଛାତ୍ରଙ୍କୁ ବାର୍ଷିକ ମାତ୍ର ୪ ପ୍ରତିଶତ ସୁଧହାରରେ ଅର୍ଥ ଯୋଗାଇଦିଆଯିବ ବୋଲି କୁହାଯାଇଛି। ସେହିପରି ଚାଷୀଙ୍କୁ ୧୦ ହଜାର ଟଙ୍କା ଆର୍ଥତ୍କ ସହାୟତାର ପ୍ରତିଶ୍ରୁତି ଦିଆଯାଇଛି। ଟିଏମ୍‌ସି କ୍ଷମତାକୁ ଆସିଲେ ଅନ୍ୟାନ୍ୟ ପଛୁଆ ବର୍ଗରେ ଅନ୍ୟ ସମ୍ପ୍ରଦାୟଙ୍କୁ ସାମିଲ କରିବା ଲାଗି ଟାସ୍କଫୋର୍ସ ଗଠନ ହେବ। ଗତ ସପ୍ତାହରେ ଟିଏମ୍‌ସିର ଇସ୍ତାହାର ପ୍ରକାଶ ପାଇବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ରେ ଆଘାତ ଲାଗିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ଇସ୍ତାହାର ଅନୁଯାୟୀ ଟିଏମ୍‌ସି ସରକାର ଗଢ଼ିଲେ ପଶ୍ଚିମବଙ୍ଗର ପ୍ରତ୍ୟେକ ପରିବାରକୁ ସର୍ବନିମ୍ନ ମୌଳିକ ଆୟ ପରିସରକୁ ଅଣାଯିବ। ଏହି ଯୋଜନାରେ ୧.୬ କୋଟି ସାଧାରଣ ବର୍ଗ ପରିବାର ମାସିକ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ପରିବାରକୁ ୧୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ଏହି ଟଙ୍କା ପରିବାରର ମହିଳା ମୁଖ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ ବୋଲି ମମତା କହିଥିଲେ। ଏହା ବ୍ୟତୀତ ଆଗାମୀ ୫ ବର୍ଷରେ ପଶ୍ଚିମବଙ୍ଗରେ ୧୦ ଲକ୍ଷ ନୂଆ ଏମ୍‌ଏସ୍‌ଏମ୍‌ଇ ଏବଂ ୨,୦୦୦ ବୃହତ ଶିଳ୍ପ ସ୍ଥାପନ ହେବ। ଏହାଦ୍ୱାରା ପ୍ରତିବର୍ଷ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହା ବ୍ୟତୀତ ମାଗଣା ରାଶନ ଲୋକଙ୍କ ଦୁଆରେ ପହଞ୍ଚାଯିବ ବୋଲି ମମତା କହିଥିଲେ। ଏହା ରାଜନୈତିକ ଇସ୍ତାହାର ନୁହେଁ ବିକାଶ କୈନ୍ଦ୍ରିକ ଇସ୍ତାହାର। ଏହା ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା ଇସ୍ତାହାର ବୋଲି ଟିଏମ୍‌ସି ସୁପ୍ରିମୋ କହିଥିଲେ।

୩୩୧ କୋଟି ଜବତ କଲେଣି ଇସି

ନିର୍ବାଚନ ହେବାକୁ ଯାଉଥିବା ୪ ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରୁ ନିର୍ବାଚନ କମିଶନ (ଇସି) ବୁଧବାର ସୁଦ୍ଧା ୩୩୧.୪୭ କୋଟି ଟଙ୍କା ଜବତ କଲେଣି। ଏହା ୨୦୧୬ ନିର୍ବାଚନ ବେଳେ ମୋଟ ଜବତ ଟଙ୍କାଠାରୁ ଅଧିକ। ସେତେବେଳେ ଇସି ମୋଟ ୨୨୫.୭୭ କୋଟି ଟଙ୍କା ଜବତ କରିଥିଲେ।
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଯୁକ୍ତି ବ୍ୟୟ ପର୍ଯ୍ୟବେକ୍ଷକମାନେ ଉପରୋକ୍ତ ଅର୍ଥ ଜବତ କରିଛନ୍ତି। ତାମିଲନାଡୁରୁ ସର୍ବାଧିକ ୧୨୭ କୋଟି ଟଙ୍କା ଜବତ ହୋଇଥିବାବେଳେ ପଶ୍ଚିମବଙ୍ଗରୁ ୧୧୨.୫୯ କୋଟି, ଆସାମରୁ ୬୩ କୋଟି, କେରଳରୁ ୨୧.୭୭ କୋଟି ଏବଂ ପୁଡ଼ୁଚେରୀରୁ ୫.୭୨ କୋଟି ଟଙ୍କା ଜବତ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ଅର୍ଥବଳର ବ୍ୟବହାରକୁ ରୋକିବା ଲାଗି ନିର୍ବାଚନ କମିଶନ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ସ୍ବତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକଙ୍କ ସମେତ ୨୯୫ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ନାମାଙ୍କନ କରିବେ ହଜାରେ ଚାଷୀ

ତାମିଲନାଡୁର ପରମବିକୁଲାମ-ଆଲିୟାର ପ୍ରୋଜେକ୍ଟରୁ ଜଳ ଛାଡ଼ିବା ପାଇଁ ଚାଷୀମାନଙ୍କୁ ଦୀର୍ଘଦିନର ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନ ଥିବାରୁ ଏହା ବିରୋଧରେ ୧୦୦୦ ଅସନ୍ତୁଷ୍ଟ ଚାଷୀ ଆଗାମୀ ନିର୍ବାଚନ ଲଢ଼ିବା ଲାଗି କାଙ୍ଗେୟାମ୍‌ ଆସନରୁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ବୁଧବାର କହିଛନ୍ତି। ଗତବର୍ଷ ଚାଷୀମାନେ ଜମିକୁ ଜଳ ଛାଡ଼ିବା ଦାବିରେ ୫ ଦିନ ଅନଶନରେ ବସିଥିଲେ। ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ବାମୀଙ୍କ ସହ ବୈଠକ ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଏହା ସତ୍ତ୍ୱେ ଚାଷୀମାନଙ୍କ ଦାବି ପୂରଣ ହେଲାନି। ଅନ୍ୟ କୌଣସି ଉପାୟ ନ ପାଇ ଭେଲାକୋଏଲ୍‌ ଶାଖା କେନାଲ ଜଳ ସୁରକ୍ଷା କମିଟି ୧୦୦୦ ଚାଷୀଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଇବାକୁ ନିଷ୍ପତ୍ତି ନେଇଛି। ବୁଧବାର ୧୦ ଚାଷୀ ନାମାଙ୍କନପତ୍ର ଭରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri